Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରକାଶ ପାଇଲା ଗୃହ ବିଭାଗର ଶ୍ବେତପତ୍ର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପ୍ରକାଶ ପାଇଲା ଗୃହ ବିଭାଗର ଶ୍ବେତପତ୍ର

ପ୍ରକାଶ ପାଇଲା ଗୃହ ବିଭାଗର ଶ୍ବେତପତ୍ର । ୨୦୨୪ରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିଲା । ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଶ୍ରେଣୀ ଅପରାଧ ପଞ୍ଜିକୃତ ହୋଇଛି । ଏଥିମଧ୍ୟରେ ୧ ହଜାର ୨୫୮ଟି ହତ୍ୟା, ୩୫୬ ଡକାୟତି, ୨ ହଜାର ୫୮୨ ଲୁଟ୍‌, ୩ ହଜାର ୫୪ ଦୁଷ୍କର୍ମ, ୩ ହଜାର ୬୦୭ ପ୍ରତାରଣା, ୧ ହଜାର ୪୭୧ ଦଙ୍ଗା, ୧ ହଜାର ୨୫୮ଟି ହତ୍ୟା ମାମଲା ରୁଜୁ ୧ ଲକ୍ଷ ୬୨ ହଜାର ୪୯୭ ଟି ଅନ୍ୟାନ୍ୟ ମାମଲା ରହିଛି । ପୂର୍ବ ବର୍ଷ ତୁଳନାରେ ମାଓ ହିଂସା କମିଥିବାବେଳେ ସାଇବର ଅପରାଧ ସମେତ ଚୋରି, ଠକେଇ ବଢିଛି ।


ମହିଳା ଓ ଶିଶୁ ବିରୋଧୀ ଅପରାଧ ରୋକିବା ପାଇଁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଠଛି । ଏହାକୁ ରେଡ୍ ଫ୍ଲାଗ ମାମଲା ଭାବେ ପଞ୍ଜକୃତ କରାଯାଉଛି । ଏହି ବର୍ଷ ୮୩ଟି ଯୌତୁକ ନିର୍ଯାତନାଜନିତ ହତ୍ୟା ମାମଲା ରୁଜୁ ହୋଇଛି । ୨ ହଜାର ୭୩୪ ପୋକସୋ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅର୍ଥନୈତିକ ଅପରାଧ ଶାଖାରେ ୧୩ଟି ମାମଲା ରୁଜୁ ହେବା ସହ ୩୪ ଜଣଙ୍କୁ ଗୁରଫ କରାଯାଇଛି । ସେପଟେ ଆଜି ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ହେବ ଆଲୋଚନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Home Ministry white paper released in assembly | Argus News