ବସ୍ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Key Points
କୋରାପୁଟ ଗୁପ୍ତେଶ୍ୱର ସୁକୁନାଳ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ମୃତାହତଙ୍କ ବିଷୟରେ ଜାଣି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
କୋରାପୁଟ: କୋରାପୁଟ ଗୁପ୍ତେଶ୍ୱର ସୁକୁନାଳ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ମୃତାହତଙ୍କ ବିଷୟରେ ଜାଣି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣାରେ ମୃତାହତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଆହତଙ୍କ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ତା ସହିତ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଭି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁବିଧା ଆହତ ମାନଙ୍କୁ ଯୋଗାଇ ଦିଆଯାଇଛି । ଗୁରୁତରଙ୍କୁ ଜୟପୁର ମୂଖ୍ୟ ଚିକିତ୍ସାଳୟ ଭର୍ତ୍ତି ସହ ଅନ୍ୟ ଗୁରୁତରଙ୍କୁ କୋରାପୁଟ ଏସଏଲଏନ ମେଡିକାଲକୁ ସ୍ଥାନାନ୍ତର ସହ ଅନ୍ୟମାନଙ୍କୁ ନିଜ ଭିଟାମାଟି କଟକ ଯିବା ପାଇଁ ଗାଡ଼ିର ବ୍ୟବସ୍ଥା ବି କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି । ବର୍ତ୍ତମାନ ବୈପାରିଗୁଡ଼ା ,ଜୟପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଆହାତ ମାନଙ୍କୁ ଭେଟି ସମେବେଦନା ଜଣାଇଛନ୍ତି କୋଟପାଡ଼ ବିଜେପି ବିଧାୟକ ରୁପୁ ଭତ୍ରା ।