Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉଲ୍ଲଙ୍ଘନକାରୀଙ୍କୁ ଜେଲ ସହ ମିଳିବ ଆର୍ଥିକ ଦଣ୍ଡ 

Odisha

ଉଲ୍ଲଙ୍ଘନକାରୀଙ୍କୁ ଜେଲ ସହ ମିଳିବ ଆର୍ଥିକ ଦଣ୍ଡ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଉଲ୍ଲଙ୍ଘନକାରୀଙ୍କୁ ଜେଲ ସହ ମିଳିବ ଆର୍ଥିକ ଦଣ୍ଡ 

ନୂଆଦିଲ୍ଲୀ:  କର୍ଣ୍ଣାଟକରେ ବ୍ୟାନ ହେବ ହୁକା ବାର। ଉଲ୍ଲଙ୍ଘନକାରୀଙ୍କୁ ଜେଲ ସହ ମିଳିବ ଆର୍ଥିକ ଦଣ୍ଡ। ସେହିପରି ୨୧ ବର୍ଷରୁ କମ ବୟସ୍କଙ୍କୁ କେହି ବି ସିଗାରେଟ କିମ୍ବା କୌଣସି ଗୁଟଖା ବିକ୍ରି କରିପାରିବେ ନାହିଁ। ଏପରି କଡ଼ା ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି କର୍ଣ୍ଣାଟକା ସରକାର। ଏହା ସହ ଜଡ଼ିତ ଗୋଟିଏ ବିଲ ଆଜି କର୍ଣ୍ଣାଟକା ବିଧାନସଭାରେ ପାରିତ ହୋଇଛି। ରାଜ୍ୟ ସରକାର ବର୍ତ୍ତମାନ ପ୍ରଚଳିତ ଥିବା ଆଇନରେ ସଂଶୋଧନ କରିଛନ୍ତି। ବିଲ୍‌ରେ କୁହାଯାଇଛି ରାଜ୍ୟରେ ଆଉ କୌଣସି ସ୍ଥାନରେ ହୁକା ବାର୍‌ ଚାଲି ପାରିବ ନାହିଁ।

ଯଦି କେହି ଏହି ନିୟମକୁ ଉଲ୍ଲଙ୍ଘନ କରନ୍ତି, ତେବେ ସେମାନଙ୍କୁ ଗୋଟିଏ ବର୍ଷରୁ ୩ ବର୍ଷ ଯାଏ ଜେଲ ଓ ୧ ଲକ୍ଷ ଟଙ୍କା ଯାଏ ଜୋରିମାନା ଦେବାକୁ ପଡ଼ିବ। ଏହାବାଦ ୨୧ ବର୍ଷରୁ କମ ବୟସ୍କ ପିଲାଙ୍କୁ ସିଗାରେଟ ଓ ଅନ୍ୟ ତମ୍ବାଖୁ ଜାତୀୟ ଦ୍ରବ୍ୟ ବିକ୍ରି ଉପରେ ମଧ୍ୟ ରୋକ ଲଗାଯାଇଛି। ଶିକ୍ଷାନୁଷ୍ଠାନ ଠାରୁ ୧୦୦ ମିଟର ପରିସୀମା ମଧ୍ୟରେ କେହି ବି ସିଗାରେଟ କିମ୍ବା ଗୁଟଖା ଦୋକାନ ଖୋଲି ପାରିବେ ନାହିଁ। ଉଲ୍ଲଙ୍ଘନକାରୀଙ୍କୁ ଏଥିପାଇଁ ୧ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିବ ବୋଲି କର୍ଣ୍ଣାଟକା ସରକାର କହିଛନ୍ତି। 
 ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
hookah banned age for buying cigarettes also fixed | Argus News