Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହୁକା ବାର  ବ୍ୟାନ, ଉଲ୍ଲଙ୍ଘନକାରୀଙ୍କୁ ୧ ଲକ୍ଷ ଜରିମାନା 

Manini Pattanayak
Browse all articles by Manini Pattanayak
·2 years ago·2 min read
ହୁକା ବାର  ବ୍ୟାନ, ଉଲ୍ଲଙ୍ଘନକାରୀଙ୍କୁ ୧ ଲକ୍ଷ ଜରିମାନା 

ନୂଆଦିଲ୍ଲୀ : କର୍ଣ୍ଣାଟକରେ ବ୍ୟାନ ହେବ ହୁକା ବାର। ଉଲ୍ଲଙ୍ଘନକାରୀଙ୍କୁ ଜେଲ ସହ ମିଳିବ ଆର୍ଥିକ ଦଣ୍ଡ। ସେହିପରି ୨୧ ବର୍ଷରୁ କମ ବୟସ୍କଙ୍କୁ କେହି ବି ସିଗାରେଟ କିମ୍ବା କୌଣସି ଗୁଟଖା ବିକ୍ରି କରିପାରିବେ ନାହିଁ। ଏପରି କଡ଼ା ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି କର୍ଣ୍ଣାଟକା ସରକାର।  ଏହା ସହ ଜଡ଼ିତ ଗୋଟିଏ ବିଲ ଆଜି କର୍ଣ୍ଣାଟକା ବିଧାନସଭାରେ ପାରିତ ହୋଇଛି। ରାଜ୍ୟ ସରକାର ବର୍ତ୍ତମାନ ପ୍ରଚଳିତ ଥିବା ଆଇନରେ ସଂଶୋଧନ କରିଛନ୍ତି।  ବିଲ୍‌ରେ କୁହାଯାଇଛି ରାଜ୍ୟରେ ଆଉ କୌଣସି ସ୍ଥାନରେ ହୁକା ବାର୍‌ ଚାଲି ପାରିବ ନାହିଁ। ଯଦି କେହି ଏହି ନିୟମକୁ ଉଲ୍ଲଙ୍ଘନ କରନ୍ତି, ତେବେ ସେମାନଙ୍କୁ ଗୋଟିଏ ବର୍ଷରୁ ୩ ବର୍ଷ ଯାଏ ଜେଲ ଓ ୧ ଲକ୍ଷ ଟଙ୍କା ଯାଏ ଜୋରିମାନା ଦେବାକୁ ପଡ଼ିବ। ଏହାବାଦ ୨୧ ବର୍ଷରୁ କମ ବୟସ୍କ ପିଲାଙ୍କୁ ସିଗାରେଟ ଓ ଅନ୍ୟ ତମ୍ବାଖୁ ଜାତୀୟ ଦ୍ରବ୍ୟ ବିକ୍ରି ଉପରେ ମଧ୍ୟ ରୋକ ଲଗାଯାଇଛି। ଶିକ୍ଷାନୁଷ୍ଠାନ ଠାରୁ ୧୦୦ ମିଟର ପରିସୀମା ମଧ୍ୟରେ କେହି ବି ସିଗାରେଟ କିମ୍ବା ଗୁଟଖା ଦୋକାନ ଖୋଲି ପାରିବେ ନାହିଁ। ଉଲ୍ଲଙ୍ଘନକାରୀଙ୍କୁ ଏଥିପାଇଁ ୧ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିବ ବୋଲି କର୍ଣ୍ଣାଟକା ସରକାର କହିଛନ୍ତି। 
 ଆସନ୍ତୁ ଜାଣିବା ହୁକା କଣ?

ସମୟ ପଦଳିବା ସହ ଲୋକଙ୍କ ଚାହିଦା ବଦଳିଛି। ଏଇ ଯେମିତି  ସିଗାରେଟ୍‌ ପରିବର୍ତ୍ତେ ଲୋକେ ଅଧିକା ହୁକା ଟାଣିବାକୁ ପସନ୍ଦ କରୁଛନ୍ତ। ହୁକା ଅନେକ ଫ୍ଲେବର ସହ ଆସୁଛି ଯେଉଁଥିପାଇଁ ଲୋକଙ୍କ ଅଧିକ ପସନ୍ଦ ହେଉଛି। କିନ୍ତୁ ମନେ ରଖନ୍ତୁ ସିଗାରେଟ୍‌ ଅପେକ୍ଷା ବିଦଜନକ ହୁକା। ଯେକୌଣସି ଜିନିଷର ଅଧିକ ସେବନ ସ୍ୱାସ୍ଥ୍ୟପାଇଁ ହାନିକାରକ ହୋଇଥାଏ। ତାହା ପୁଣି ହୁକାର ଭିଭିନ୍ନ ଫ୍ଲେବର। ଫ୍ଲେବର୍ସକୁ କୋଇଲା ଉପରେ ଗରମ କରାଯାଏ ଏବଂ ତାପରେ ଧୂଆଁକୁ ଏକ ଟ୍ୟୁବ୍ ଏବଂ ମାଉଥପିସରୁ ନିଶ୍ୱାସ ମାଧ୍ୟମରେ ଶୋଷାଯାଇଥାଏ ।  ହୁକାରୁ ନିର୍ଗତ ଧୂଆଁରେ ସିଗାରେଟ୍ ଧୂଆଁ ପରି ବିଷାକ୍ତ ଉପାଦାନ ଥାଏ, ଯେଉଁଥିରେ ନିକୋଟିନ୍ ଏବଂ ଟାର୍ ଅନ୍ତର୍ଭୁକ୍ତ । ଏକ ଅନୁସନ୍ଧାନ ଅନୁଯାୟୀ, ହୁକା ଧୂଆଁରେ ଅତି କମରେ ୮୨ ଟି ବିଷାକ୍ତ ରାସାୟନିକ ପଦାର୍ଥ ଏବଂ କର୍କିନୋଜେନ ଚିହ୍ନଟ କରାଯାଇଛି ।  ବିଶେଷ ଭାବରେ ହୁକା ଧୂମପାନ ପାଇଁ  ଫୁସଫୁସ ଏବଂ ପାଟି କର୍କଟ ରୋଗର କାରଣ  ହୋଇଥାଏ।

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hookah bar ban, 1 lakh fine for violators, Let's find out what is hookah? | Argus News