Hookah Bar Raid / ହୁକା ବାର ମାଲିକ ସାବଧାନ୍ ! ହୁକା ବାର୍ ଉପରେ ଏବେ କମିସନରେଟ୍ ପୁଲିସର କଡ଼ା ନଜର
·25 mins ago·2 min read

Key Points
ହୁକା ବାର ମାଲିକ ସାବଧାନ୍ !
ହୁକା ବାର୍ ଉପରେ ଏବେ କମିସନରେଟ୍ ପୁଲିସର କଡ଼ା ନଜର
ଏଣିକି ସାମଗ୍ରୀ ଜବତ କରି ଚୁପ୍ ବସିବନି ପୁଲିସ
ଆପରାଧିକ ମାମଲା ରୁଜୁ କରିବ

ଭୂବନେଶ୍ବର: ରାଜଧାନୀରେ ହୁକା ବାର୍ ଚଳାଉଥିବା ଲୋକଙ୍କ ପାଇଁ ବଢ଼ିଲା ଅଡ଼ୁଆ। ରଙ୍ଗୀନ ଆଲୋକ, ମ୍ୟୁଜିକ୍ ଓ ଗ୍ଲାମରସ୍ ପରିବେଶ ଭିତରେ ଚାଲିଥିବା ବେଆଇନ ହୁକା କାରବାର ଉପରେ ଏବେ କମିସନରେଟ୍ ପୁଲିସର କଡ଼ା ନଜର। ଭୁବନେଶ୍ୱର ଡିସିପି ଏନେଇ କଡ଼ା ଚେତାବନୀ ଦେଇଛନ୍ତି। ବେଆଇନ ଭାବେ ହୁକା ବିକ୍ରି କିମ୍ବା ପରିବେଷଣ କରୁଥିବା କାଫେ ଓ ଦୋକାନ ବିରୋଧରେ ଏଣିକି ଆପରାଧିକ ମାମଲା ରୁଜୁ ହେବ। କେବଳ ସାମଗ୍ରୀ ଜବତ କରି ଚୁପ୍ ବସିବନି ପୁଲିସ, ବରଂ ଏହି କାରବାରରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ।
କେଉଁଠୁ ଆସୁଛି ହୁକା ସାମଗ୍ରୀ?
ପୁଲିସର ଏହି ଆକ୍ସନ୍ କେବଳ ହୁକା ଜବତରେ ସୀମିତ ନାହିଁ। ଏହା ପଛରେ ଥିବା ବ୍ୟବସାୟିକ ନେଟୱର୍କକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି। କେଉଁଠୁ ଆସୁଛି ହୁକା ସାମଗ୍ରୀ? କିଏ ଯୋଗାଉଛି ନିକୋଟିନ୍ଯୁକ୍ତ ଉତ୍ପାଦ? କାଫେ ଓ କ୍ଲବ୍ ନାଁରେ କାହା ଇଙ୍ଗିତରେ ଚାଲିଛି ଏହି କାରବାର? ଏସବୁ ଦିଗକୁ ନେଇ ତଦନ୍ତ କରୁଛି କମିସନରେଟ୍ ପୁଲିସ। ଏହି ନେଟୱର୍କରେ ଆଉ କେଉଁମାନେ ସମ୍ପୃକ୍ତ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ବେଆଇନ ହୁକା ବିକ୍ରି କଲେ ହେବ ଆପରାଧିକ ମାମଲା!
ଏଣିକି କାଫେ କିମ୍ବା ରେଷ୍ଟୁରାଣ୍ଟ ଆଳରେ ବେଆଇନ ହୁକା ବ୍ୟବସାୟ ଚଳାଇବା ମହଙ୍ଗା ପଡ଼ିବ। ନିୟମ ଉଲ୍ଲଂଘନ କରି ହୁକା ବିକ୍ରି କିମ୍ବା ପରିବେଷଣ କଲେ ସମ୍ପୃକ୍ତ ପ୍ରତିଷ୍ଠାନ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇପାରେ। ଏନେଇ ଭୁବନେଶ୍ୱର ଡିସିପି କଡ଼ା ଚେତାବନୀ ଦେଇଛନ୍ତି। ବେଆଇନ କାରବାରକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ପୁଲିସ ସ୍ପଷ୍ଟ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହୁକା ଧୂଆଁରେ ସ୍ୱାସ୍ଥ୍ୟ ପ୍ରତି ବିପଦ!
ଅନ୍ୟପଟେ ହୁକାକୁ କେବଳ ଫ୍ୟାଶନ୍ କିମ୍ବା ମନୋରଞ୍ଜନର ମାଧ୍ୟମ ଭାବେ ଦେଖିବା ବିପଜ୍ଜନକ। ଏହାର ଧୂଆଁରେ ନିକୋଟିନ୍, କାର୍ବନ ମନୋକ୍ସାଇଡ୍ ଓ ଟାର୍ ଭଳି କ୍ଷତିକାରକ ପଦାର୍ଥ ରହିପାରେ। ଏହା ଫୁସଫୁସ୍ ଓ ହୃଦ୍ରୋଗଜନିତ ସମସ୍ୟାର ଆଶଙ୍କା ବଢ଼ାଇଥାଏ। ବିଶେଷକରି ଯୁବପିଢ଼ି ଏହାର କୁପ୍ରଭାବ ବିଷୟରେ ସଚେତନ ରହିବା ଜରୁରୀ।
ତେବେ ପ୍ରଶ୍ନ ଉଠୁଛି, ବାରମ୍ବାର ଚଢ଼ାଉ ସତ୍ତ୍ୱେ ରାଜଧାନୀରେ କେମିତି ଚାଲିଛି ଏହି ବେଆଇନ ହୁକା କାରବାର? କେବଳ ସାମଗ୍ରୀ ଜବତ ଓ ଚେତାବନୀରେ ଏହି ବ୍ୟବସାୟ ଉପରେ ରୋକ୍ ଲାଗିବ ନା ଏଥିପାଇଁ ଆବଶ୍ୟକ ହେବ ନିୟମିତ ନଜରଦାରି? ଏବେ କମିସନରେଟ୍ ପୁଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର।

Related Topics
Explore more stories