Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭତ୍ତା ଟଙ୍କା ନଦେବାରୁ ନିର୍ଦ୍ଦୟ ଭାବେ ପିଟିଲା ସାନପୁଅ

Odisha

ଭତ୍ତା ଟଙ୍କା ନଦେବାରୁ ନିର୍ଦ୍ଦୟ ଭାବେ ପିଟିଲା ସାନପୁଅ

Manini Pattanayak
Browse all articles by Manini Pattanayak
·2 years ago·1 min read
ଭତ୍ତା ଟଙ୍କା ନଦେବାରୁ ନିର୍ଦ୍ଦୟ ଭାବେ ପିଟିଲା ସାନପୁଅ

 ଗଞ୍ଜାମ:  ମୁଁ କିଛି ଭୁଲ କରିନି..  ତଥାପି ମୋତେ ବହୁତ ମାରିଲେ.. ମାରି ମାରି ମୋ ହାତ ଭାଙ୍ଗିଦେଲେ..  ଅଣ୍ଟା ଦରଜ କରିଦେଲେ .., ତାର ମାଡ଼ରେ ମୋତେ ବହୁତ୍ କଷ୍ଟ ହେଉଛି.. ପୁଅ ଜନମ କରି ବଡ ପାପ କଲା ପରି ଲାଗୁଛି ,  ମୁଁ କାନ୍ଦିବା ପରେବି ସେ ମୋ କଷ୍ଟ ବୁଝି ପାରିଲାନି l ଏପରି  କାନ୍ଦି କାନ୍ଦି  ମେଡିକାଲ ବେଡ୍ ଉପରେ ପଡ଼ି ୭୦ ବର୍ଷୀୟ ବୃଦ୍ଧା ନିଜର ଦୁଃଖ ବଖାଣିଛନ୍ତି।  ସାନପୁଅର ମାଡରେ ହାତ ଭାଙ୍ଗିଛି ବୃଦ୍ଧା ମା' ଟିର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଜୟପୁର ପଞ୍ଚାୟତ ପଢାଳ ଗ୍ରାମରେ। 

 ଦେବକୀ ରାଉତଙ୍କୁ  ତାଙ୍କ ସାନ ପୁଅ ପ୍ରମୋଦ ରାଉତ ଭତା ଟଙ୍କା ମାଗିଥିଲେ l ଭତ୍ତା ଟଙ୍କା ନଦେବାରୁ ନିର୍ଦ୍ଦୟ ଭାବେ ପିଟିଥିଲେ ସାନପୁଅ। ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ବୃଦ୍ଧା ଜଣଙ୍କ ନିଜ ବଡ ପୁଅକୁ ମେଡିକାଲ ନେବା ପାଇଁ ଅନୁରୋଧ କରିଥିଲେ l କିନ୍ତୁ ବଡ ପୁଅ ରଞ୍ଜନ ରାଉତ ମା ଦେବକୀ କୁ ମେଡିକାଲ୍ ନେବା ପରିବର୍ତ୍ତେ  ବଡ ଝିଅ ଘରେ ଛାଡ଼ି ଦେଇଥିଲେ l ତେବେ  ଝିଅ ମାନେ  ତାଙ୍କୁ ଆସିକା ମେଡିକାଲକୁ ଚିକିତ୍ସା ପାଇଁ  ଆଣିଥିଲେ । ବୃଦ୍ଧାଙ୍କର  ବାମ ହାତ ଭାଙ୍ଗି ଯାଇଥିବା ବେଳେ ଅଣ୍ଟାରେ ଆଘାତ ଲାଗିଛି l  ଯେଉଁ  ମା ଦଶ ମାସ ଦଶ ଦିନ ଧରି ଗର୍ଭ କଷ୍ଟ ସହି ନିଜ ପୁଅକୁ ଜନ୍ମ ଦେଇଥିଲା ସେଇ ପୁଅ ଏବେ ମା ପାଇଁ ସାଜିଲା ଜମ। ଅଧାଦରମରା କଲା ସାମାନ୍ୟ ଭତ୍ତା ଟଙ୍କା ପାଇଁ।  ମା ଏବେ କହୁଛି ପୁଅ ଜନ୍ମ କରି ଭୁଲ କରିଦେଲି।
ଅଧିକ ଦେଖନ୍ତୁ :

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The younger son was brutally beaten for not paying the allowance. Hospitalized injured mother | Argus News