ହଷ୍ଟେଲରେ ଅବ୍ୟବସ୍ଥା , ସମସ୍ୟା ଜଣାଇବାକୁ ୧୦ କିଲୋମିଟର ଚାଲିଲେ ଛାତ୍ରୀ

ନବରଙ୍ଗପୁର : ସମସ୍ୟା ଜଣାଇବାକୁ ୧୦ କିଲୋମିଟର ଚାଲିଲେ ଛାତ୍ରୀ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମା ପେଣ୍ଡରାଣୀ ଉଚ୍ଚ ବିଦ୍ୟାଳୟର କସ୍ତୁରବା ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ। ମା ପେଣ୍ଡରାଣୀ ଉଚ୍ଚ ବିଦ୍ୟାଳୟ, ବୁର୍ଜା ରେ ଅଧ୍ୟୟନ କରୁଥିବା ଛାତ୍ରୀ ମାନେ ଉକ୍ତ ଗ୍ରାମର କସ୍ତୁରବା ବାଳିକା ହଷ୍ଟେଲରେ ରହୁଥିଲେ । ଅନେକ ସମସ୍ୟାର ଅଭିଯୋଗ କରିବାକୁ ୧୦ କିଲୋମିଟର ଚାଲି ଉମରକୋଟ ରେ ପହଞ୍ଚିଲେ ଅନ୍ତେବାସୀ। ଦୀର୍ଘ ୮ ମାସ ହେଲା ନିମ୍ନ ମାନର ଖାଦ୍ୟ ଦିଆ ଯାଉଥିଲା, ଏପରିକି ଭାତରେ ଆଉ ତରକାରୀରେ ପୋକ ରହୁଥିଲା , ସ୍କୁଲର ପ୍ରଧାନ ଶିକ୍ଷକ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଧିକାର ଙ୍କ ନିକଟରେ ଅଭିଯୋଗ କଲୁ ହେଲେ କେହି ଆମ ଅଭିଯୋଗ କୁ କର୍ଣ୍ଣପାତ କଲେ ନାହିଁ ଶେଷରେ ନ୍ୟାୟ ପାଇବା ପାଇଁ ଆଜି ପ୍ରାୟ 30 ରୁ 40 ଜଣ ଝିଅ ଯେଉଁ ମାନେକି ଛାତ୍ରୀବାସ ରେ ରହୁଥିଲେ ପ୍ରାୟ ୧୦ କିଲୋମିଟର ଚାଲି ଚାଲି ଉମରକୋଟ ଆସି ଥାନା ରେ ଅଭିଯୋଗ କରିବା ପାଇଁ ବାହାରି ଥିଲେ।
ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ ବୁର୍ଜା ପଞ୍ଚାତର ଠାରେ । ମା ପେଣ୍ଡରାଣୀ ଉଚ୍ଚ ବିଦ୍ୟାଳୟ, ବୁର୍ଜା ରେ ଅଧ୍ୟୟନ କରୁଥିବା ଛାତ୍ରୀ ମାନେ ଉକ୍ତ ଗ୍ରାମର କସ୍ତୁରବା ବାଳିକା ହଷ୍ଟେଲରେ ରହୁଥିଲେ । ତେବେ ଦୀର୍ଘ ୮ ମାସ ହେଲା ଏହି ହଷ୍ଟେଲ ରେ ପରସା ଯାଉଥିବା ଖାଦ୍ୟ ଏତେ ନିମ୍ନ ମାନର ଯେ ଭାତ ଆଉ ତରକାରୀରେ ଖାଲି ପୋକ ଦେଖା ଯାଉଥିଲା। ଏପରିକି ଏହି ସମସ୍ୟା ନେଇ ଛାତ୍ରୀ ମାନେ ହଷ୍ଟେଲ, ସ୍କୁଲ କର୍ତୁପକ୍ଷ ଓ ବିଭିନ୍ନ ସମୟ ରେ ଉଚ୍ଚ କର୍ତୁପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଅତି ଶୀଘ୍ର ସମସ୍ୟା ର ସମାଧାନ ହୋଇଯିବ ବୋଲି ସମସ୍ତେ ଆଶ୍ୱାସନା ଦେଉଥିଲେ । କିନ୍ତୁ କୌଣସି ସମାଧାନ ହେଲା ନାହିଁ ଶେଷରେ ଆଜି ପ୍ରାୟ 30 ରୁ 40 ଜଣ ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଘଟଣା ସମ୍ପର୍କ ରେ ଅଭିଯୋଗ କରିବା ପାଇଁ ଉମରକୋଟ ଥାନା ଅଭିମୁଖେ ବାହାରିଥିଲେ।
ସ୍କୁଲର କିଛି ଶିକ୍ଷକ, ଶିକ୍ଷୟତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଉମରକୋଟ ଥାନାକୁ ନଯିବ ପାଇଁ ବାରମ୍ବାର ଅନୁରୋଧ କରିଥିଲେ କିନ୍ତୁ ଏହି ଛାତ୍ରୀ ମାନେ ଭ୍ରୂକ୍ଷେପ ନ କରି ଦୀର୍ଘ ୧୦ କିଲୋମିଟର ବାଟ ଚାଲି ଚାଲି ଉମରକୋଟ ରେ ପହଞ୍ଚି ଯାଇଥିଲେ। ଘଟଣା ବିଷୟରେ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚି ଛାତ୍ରୀ ମାନଙ୍କୁ ବୁଝା ସୁଝା କରି ସ୍କୁଲକୁ ଫେରାଇବାରେ ସଫଳ ହେଇଥିଲେ। ତେବେ ଏହି ଘଟଣା ରେ ଯିଏ ବି ଦୋଷୀ ଥାଉ ତାଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ। ତେବେ ତୁରନ୍ତ ଶିକ୍ଷା ବିଭାଗ ର ଉଚ୍ଚ କର୍ତୁପକ୍ଷ ଘଟଣାକୁ ଅତ୍ୟନ୍ତ ଗମ୍ବିରତାର ସହ ନେଇ ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣ ରେ ଦାବୀ ହେଉଛି।