Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନରେ ଖରା, ଅପରାହ୍ନରେ ବର୍ଷା: ଉପକୂଳ ଓଡ଼ିଶାରେ ୫ ଯାଏ ବର୍ଷିବ

Ritu Das
Browse all articles by Ritu Das
·11 months ago·1 min read
ଦିନରେ ଖରା, ଅପରାହ୍ନରେ ବର୍ଷା: ଉପକୂଳ ଓଡ଼ିଶାରେ ୫ ଯାଏ ବର୍ଷିବ

Key Points

ଦିନରେ ଖରା, ଅପରାହ୍ନରେ ବର୍ଷା

ଉପକୂଳ ଓଡ଼ିଶାରେ ୫ ଯାଏ ବର୍ଷିବ

ରାଜ୍ୟରେ ସକ୍ରିୟ ମୌସୁମୀ ଯୋଗୁଁ ଦିନରେ ଖରା ପାଗ ରହୁଥିବା ବେଳେ ଅପରାହ୍ଣ ଆଡ଼କୁ ପାଗ ମେଘୁଆ ରହିବା ସହ ବର୍ଷା ହେଉଛି। ଆଜି ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆସନ୍ତା ୪ ଦିନ ରାଜ୍ୟରେ ଏହି ପାଗ ଲାଗିରହିବ। ମୌସୁମୀ ଟ୍ରଫ୍ ଏବେ ଶ୍ରୀଗଙ୍ଗାନଗର, ରୋହତକ, ଶାହଜାହାନପୁର, ଗୋରଖପୁର, ଦରଭଙ୍ଗା, ଶାନ୍ତିନିକେତନ, କ୍ୟାନିଂ ଦେଇ ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗରକୁ ଯାଇଛି।


ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆଜି ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୫ ତାରିଖ ଯାଏ ରାଜ୍ୟରେ ଏହି ପାଗ ଜାରି ରହିବ ବୋଲି ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hot-during-the-day-rain-in-the-afternoon-rain-forecast-for-coastal-odisha-for-5-days | Argus News