Videos
|
Odisha

ବାସି ଖାଦ୍ୟ ବିକ୍ରି କରୁଥିବା ହୋଟେଲରୁ ଆଦାୟ ହେଲା ଜରିମନା

Smruti Parija
Browse all articles by Smruti Parija
·1 year ago·2 min read
ବାସି ଖାଦ୍ୟ ବିକ୍ରି କରୁଥିବା ହୋଟେଲରୁ ଆଦାୟ ହେଲା ଜରିମନା

Key Points

ରାଜ୍ୟରେ ଡାଇରିଆ ବ୍ୟାପୀବା ପରେ ପଶିଲା ଚେତା
କଟକ, ଯାଜପୁର, ନବରଙ୍ଗପୁର ସମେତ ବିଭିନ୍ନ ସ୍ଥାନରେ ତନାଘନା
ବାସି ଖାଦ୍ୟ ବିକ୍ରି କରୁଥିବା ହୋଟେଲରୁ ଆଦାୟ ହେଲା ଜରିମନା
ଯାଜପୁରରେ ସିଲ କରାଗଲା ଏକାଧିକ ପାଣି ପ୍ୟାକେଜିଂ କାରଖାନା
ନବରଙ୍ଗପୁରରେ ବି ହୋଟେଲରେ ଚଢଉ ସହ ଯାଞ୍ଚ ହେଲା ଖାଦ୍ୟମାନ

ଡାଇରିଆର ସମ୍ଭାବ୍ୟ କାରଣ ଜାଣିବା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଶାସନ ଓ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କରାଯାଇଛି ଚଢଉ। ରାସ୍ତାକଡ଼ ଜଳଖିଆ ଦୋକାନ ଓ ରେଷ୍ଟୁରାଣ୍ଟଗୁଡ଼ିକରେ ବିକ୍ରିହେଉଥିବା ଖାଦ୍ୟର ମାନ ଯାଞ୍ଚ ସହ ଆଦାୟ କରାଯାଇଛି ଜରିମନା। କଟକ ଜିଲ୍ଲାର ବାଙ୍କୀ, ବଡ଼ମ୍ବା ଓ ମାହାଙ୍ଗା ଅଞ୍ଚଳରେ ଡାଇରିଆ ବ୍ୟାପୀବା ପରେ ଚେତିଛି ଜିଲ୍ଲା ପ୍ରଶାସନ। ବାଙ୍କୀରେ ଖାଦ୍ୟ ନିରପତ୍ତା ଅଧୀକାରୀଙ୍କ ନେତୃତ୍ବରେ ରେଷ୍ଟୁରାଣ୍ଚ ଓ ଷ୍ଟ୍ରିଟ୍ ଫୁଡ ଦୋକାନ ଗୁଡ଼ିକରେ ଚଢଉ କରାଯାଇ ଖାଦ୍ୟର ମାନ ଯାଞ୍ଚ କରାଯାଇଛି।


କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ବ୍ୟାପୁଥିବାରୁ କଟକ ସହରରେ ପ୍ରଶାସନ ହୋଇଛି ସତର୍କ। ସହରର ବିଭିନ୍ନ ହୋଟେଲ ଓ ରାସ୍ତା କଡ଼ ଦୋକାନ ଉପରେ ଚଢ଼ାଉ କରିଛି କଟକ ମହାନଗର ନିଗମର ସ୍ବାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ଟିମ । ବିଭିନ୍ନ ହୋଟେଲରୁ ବାସି ଖାଦ୍ୟ ନଷ୍ଟ ସହ ଜରିମନା ଆଦାୟ କରାଯାଇଛି। ଏଥିସହ କିଛି ହୋଟେଲକୁ ସିଲ୍ ମଧ୍ୟ କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଡାଇରିଆ ଯୋଗୁଁ ସର୍ବାଧିକ ପ୍ରଭାବିତ ଯାଜପୁର ଜିଲ୍ଲାରେ ୨ ଶହରୁ ଅଧିକ ସ୍ଥାନରେ ଖାଦ୍ୟ ସୁରକ୍ଷା ଟିମ୍ ଓ କେନ୍ଦ୍ରୀୟ ଟିମ୍ ପକ୍ଷରୁ କରାଯାଇଛି ଚଢ଼ାଉ । ଜିଲ୍ଲାରେ ଥିବା ବିଭିନ୍ନ ପାଣି ପ୍ୟକେଜିଂ କାରଖାନା, ମୃଦୁପାନୀୟ କାରଖାନା ଉପରେ ଚଢ଼ାଉ କରାଯାଇଛି। ୫ ଟି ପାଣି ପାଉଚ୍ ପ୍ୟାକେଜିଂ କାରଖାନା ସହ ୧୧ ଟି ହୋଟେଲ ସିଲ୍ କରିଛି ଖାଦ୍ୟ ସୁରକ୍ଷା ବିଭାଗ । ଗତକାଲି ଧର୍ମଶାଳା ରସୁଲପୁର ବ୍ଳକ ଅନ୍ତର୍ଗତ ସମସ୍ତ ହୋଟେଲ, ଢ଼ାବା, ଫାଷ୍ଟଫୁଡ ଦୋକାନ, ଆଇସକ୍ରିମ ଓ ପାଣି କାରଖାନା, ଆମିଷ ଦୋକାନ ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବିନା ଅନୁମତିରେ ଦୋକାନ ଖୋଲିଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ପ୍ରଶାସନ ଦେଇଛି ଚେତାବନୀ।


ରାଜ୍ୟରେ ବ୍ୟାପୁଥିବା ଡାଇରିଆକୁ ଦେଖି ଆଗୁଆ ସତର୍କ ହୋଇଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ। ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଉମରକୋଟର ବିଭିନ୍ନ ହୋଟେଲ, ଫାଷ୍ଟଫୁଡ ଦୋକାନ ଏବଂ ପାଣି ପ୍ୟାକେଜିଂ କାରଖାନା ଓ ଗୋଦାମ ଉପରେ ଚଢ଼ାଉ କରାଯାଇଛି। ଖାଦ୍ୟ ଓ ପାଣିର ମାନ ପରୀକ୍ଷା ସହ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରିଛି ପ୍ରଶାସନ।


କେବଳ କଟକ, ଯାଜପୁର ଓ ନବରଙ୍ଗପୁର ଜିଲ୍ଲା ନୁହେଁ ଡାଇରିଆର ଭୟାବହତାକୁ ରୋକିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଶାସନ ଓ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କରାଯାଉଛି ଖାଦ୍ୟର ମାନ ଯାଞ୍ଚ । ତେବେ କେବଳ ଡାଇରିଆ ବ୍ୟାପୀବା ସମୟରେ ନୁହେଁ ନିୟମିତ ଭାବେ ଖାଦ୍ୟ ପଦାର୍ଥର ମାନ ଯାଞ୍ଚ ପାଇଁ ସାଧାରଣରେ ଦାବି ହୋଇଛି ।