Hotel Owners Arbitary / ସରକାରଙ୍କୁ ଫାଙ୍କୁଛନ୍ତି ବ୍ୟବସାୟୀ, ଜମି ନେଉଛନ୍ତି ଟଙ୍କା ଦେଉ ନାହାନ୍ତି

Key Points
ଶ୍ରୀକ୍ଷେତ୍ର ପୁରୀରେ ୫00ରୁ ଉର୍ଦ୍ଧ୍ବ ସରକାରୀ ଜମିକୁ ଦଆଯାଇଛି ଲିଜ। ହେଲେ ରାଜସ୍ବ ଆୟ ଶୂନ। ଲିଜ ଅବଧି ଶେଷ ପରେ ବି କୋଠା ପରେ କୋଠା କରି ଚାଲିଛନ୍ତି ବ୍ୟବସାୟୀ। 30 ବର୍ଷ ଧରି ସରିଲାଣି ଲିଜ୍ , ତଥାପି ଚାଲିଛି ବେପାର। କ୍ଷମତା ନଥାଇ ବି ସମ୍ପତ୍ତି ଉପଭୋଗ କରୁଛନ୍ତି ଲିଜଧାରୀ । ମୌଳିକ ସୁବିଧା ଯୋଗାଇ ଟଙ୍କାଟିଏ ପାଉନି ପୌର ସଂସ୍ଥା ।
ଶ୍ରୀକ୍ଷେତ୍ରରେ 500ରୁ ଉର୍ଦ୍ଧ୍ବ ଏକର ସରକାରୀ ଜମିରୁ ମିଳୁନି ଟଙ୍କାଟିଏ ବି ରାଜସ୍ବ । ୩୦ ବର୍ଷ ହେଲା ଲିଜ ସରିବା ପରେ ବି ବ୍ୟବସାୟ ଚଳାଇଛନ୍ତି ସଂସ୍ଥା । ନାଳ,ସ୍ୱେରେଜ୍,ବିଜୁଳି,ପାନୀୟ ଜଳ ପ୍ରଭୃତି ମୌଳିକ ସୁବିଧା ପାଉଥିଲେ ବି ଟଙ୍କାଟିଏ ଦେଉନାହାନ୍ତି ରାଜସ୍ବ। ପୁରୀ ମେଡିକାଲ ଛକ ହେଉ ଅବା ସମୁଦ୍ରକୂଳ, ଏସବୁ ଜାଗାରେ ରହିଥିବା ସରକାରୀ ଜମିରୁ ଆୟ ହରାଉଛି ପୌର ସଂସ୍ଥା।
1997 ମସିହା ଠାରୁ ଲିଜରେ ଦିଆଯାଇଥିବା ପାଞ୍ଚଶହ ଚାରି ଏକର ସରକାରୀ ଜମିକୁ ଆଉ ପୁନଃ ଲିଜ ଆକାରରେ ଦିଆ ଯାଇନାହିଁ । ଆଉ ଯେଉଁମାନେ ଲିଜ ନେଇଥିଲେ ସେମାନେ କ୍ଷମତା ନଥାଇ ବି ସମ୍ପତ୍ତି ଉପଭୋଗ କରୁଛନ୍ତି। ଏମିତିକି ଯେଉଁଠି ଗୋଟିଏ ମହଲା ଥିଲା,ସେଠାରେ 5 ମହଲା ଛିଡା ହେଲାଣି, ତଥାପି ପ୍ରଶାସନ ଚୁପ୍ ବସିଛି ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।
1974 ମସିହାରୁ 1997 ମଧ୍ୟରେ ପାଞ୍ଚଶହ ଚାରି ଏକର 37 ଡେସିମିଲ ଜମିକୁ ଲିଜ ଦେଇଥିଲା ପୌର ସଂସ୍ଥା । ଯେଉଁଥିରେ 178 ଏକର ସରକାରୀ ସଂସ୍ଥାର ଲିଜ ରହିଛି।
ଘରୋଇ ସଂସ୍ଥାକୁ ପ୍ରାୟ 52 ଏକର ଦିଆଯାଇଥିବା ବେଳେ ବ୍ୟକ୍ତିଗତ ଭାବରେ 271 ଡେସିମିଲ ଲିଜରେ ଦିଆଯାଇଛି । ତେବେ 1997 ମସିହା ଠାରୁ ଏହାକୁ ଆଉ ଲିଜ ଦିଆଯାଇନାହିଁ କି ଅଣାଯାଇ ନାହିଁ । ରାଜସ୍ବ ବିଭାଗ ଏହି ଜମିକୁ ନିଜର ଦାବି କରିବାରୁ ପୌର ସଂସ୍ଥା ଓ ରାଜସ୍ବ ବିଭାଗ ମଧ୍ୟରେ ରହିଛି ନ୍ୟାୟିକ ବିବାଦ। ସେପଟେ 2023ରୁ ଭୋଗ ଦଖଲକାରୀଙ୍କ ନାଁରେ ଜମି ଅନ୍ତର୍ଭୁକ୍ତ କରି ଟଙ୍କା ରାଜସ୍ବ ଆଦାୟ ପାଇଁ ଡ୍ରାଫ୍ଟ ହୋଇଥିଲେ ହେଁ ଗେଜେଟ ବିଜ୍ଞପ୍ତି ହୋଇ ନାହିଁ । ଯାହାଫଳରେ ଏକର ଏକର ଜମିରୁ ରାଜସ୍ବ ହରାଉଛନ୍ତି ସରକାର।
ପ୍ରତିବର୍ଷ ଏହି ସବୁ ଜମିରୁ ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ବ। ଖୁବଶୀଘ୍ର ସରକାରୀ ସ୍ତରରେ ଏନେଇ ନିଷ୍ପତ୍ତି ନିଆନଗଲେ ଏମିତି ସରକାରୀ ଜମିରୁ ମାଲାମାଲ୍ ହେଉଥିବେ ବ୍ୟବସାୟୀ
📱 Get Argus News App
✨Related Topics
Explore more stories