Sex Racket Busted / ଏହି ଲଜରେ ଚାଲିଥିଲା ଦେହ ବ୍ୟବସାୟ , ଚଢାଉ କରି ୨ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ୍
·1 hour ago·2 min read

Key Points
ବ୍ରହ୍ମପୁର ଲଜ୍ରେ ଚାଲିଥିଲା ଦେହ ବେପାର!
ଅଚାନକ ଚଢ଼ାଉ କଲା ପୁଲିସ
ଦୁଇ ଯୁବତୀଙ୍କୁ ଉଦ୍ଧାର କଲା ବ୍ରହ୍ବପୁର ପୋଲିସ୍
ଅଚାନକ ଚଢ଼ାଉ କଲା ପୁଲିସ
ଦୁଇ ଯୁବତୀଙ୍କୁ ଉଦ୍ଧାର କଲା ବ୍ରହ୍ବପୁର ପୋଲିସ୍
ବ୍ରହ୍ମପୁର୧୦/୧୦: ହୋଟେଲରେ ବେଧଡ଼କ ଚାଲିଥିଲା ଦେହ ବେପାର। ହଠାତ ଚଢାଉ କଲା ପୋଲିସ୍। ଚଢାଉ କରି ଦୁଇ ଯୁବତୀଙ୍କୁ ଉଦ୍ଦାର କରିବା ସହ ଜଣେ ଗ୍ରହାକଙ୍କୁ ଅଟକ ରଖିଛି ପୋଲିସ୍। ବ୍ରହ୍ମପୁର ସହରରେ ପୁଣି ସେକ୍ସ* ରାକେଟ୍ ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି। ସହରର ଟାଟାବେଞ୍ଜ ନିକଟସ୍ଥ ଏକ ଲଜ୍ରେ ଦେହ ବ୍ୟବସାୟ ଚାଲିଥିବା ସୂଚନା ପାଇ ପୁଲିସ ଅତର୍କିତ ଚଢ଼ଉ କରିଛି। ଚଢ଼ଉ ସମୟରେ ଲଜ୍ରୁ ଦୁଇ ଜଣ ଯୁବତୀ ଓ ଜଣେ ଗ୍ରାହକଙ୍କୁ ଠାବ କରାଯାଇଥିବା ବେଳେ ଲଜ୍ ମାଲିକଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି। ଏହି ଘଟଣା ପରେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।
ଗୁପ୍ତ ସୂଚନା ଆଧାରରେ ଚଢ଼ଉ
ସୂଚନା ଅନୁଯାୟୀ, ଟାଟାବେଞ୍ଜ ନିକଟରେ ଥିବା ଏହି ଲଜ୍ରେ ଦୀର୍ଘଦିନ ଧରି ଅନୈତିକ କାରବାର ଚାଲିଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏହାପରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଯୋଜନାବଦ୍ଧ ଭାବେ ଲଜ୍ରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଲଜ୍ର ବିଭିନ୍ନ କୋଠରିରେ ଯାଞ୍ଚ କରାଯାଇଥିଲା।
ଏହି ଯାଞ୍ଚ ବେଳେ ଦୁଇ ଜଣ ଯୁବତୀ ଓ ଜଣେ ଗ୍ରାହକଙ୍କୁ ପୁଲିସ ଠାବ କରିଥିଲା। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ସେମାନଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି।
ପଢନ୍ତୁ ଏହି ଖବର: ସରପଞ୍ଚ ପ୍ରାର୍ଥୀଙ୍କ ଅଜବ ପ୍ରତିଶୃତି, ଭିଡିଓ ହେଲା ଭାଇରାଲ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁଲିସ ଚଢ଼ଉ ସମୟରେ ଲଜ୍ରୁ ୬ରୁ ଅଧିକ ମୋବାଇଲ୍ ଫୋନ୍, କେତେକ ଆସବାବପତ୍ର ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି। ଜବତ ସାମଗ୍ରୀକୁ ଆଧାର କରି ଏହି କାରବାରର ପରିଚାଳନା ଓ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ କରାଯାଉଛି। ପ୍ରାଥମିକ ତଦନ୍ତରେ ଲଜ୍ରେ ଦେହ ବ୍ୟବସାୟ ଚାଲିଥିବା ସନ୍ଦେହ କରାଯାଉଛି। ତେବେ ଏହି ଅଭିଯୋଗର ସତ୍ୟତା ଓ କାରବାରର ପ୍ରକୃତ ସ୍ୱରୂପ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ଲଜ୍ ମାଲିକଙ୍କ ଭୂମିକା ନେଇ ତଦନ୍ତ
ଏହି ଘଟଣାରେ ଲଜ୍ ମାଲିକଙ୍କ ଭୂମିକା ଉପରେ ମଧ୍ୟ ପୁଲିସ ତଦନ୍ତ କରୁଛି। ଲଜ୍ରେ ଏପରି କାରବାର କେତେଦିନ ଧରି ଚାଲିଥିଲା, ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ ମୋବାଇଲ୍ ଫୋନ୍ଗୁଡ଼ିକରୁ କି ପ୍ରକାର ତଥ୍ୟ ମିଳୁଛି, ତାହା ଜାଣିବାକୁ ଖୋଳତାଡ଼ ଜାରି ରହିଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଏହି ଲଜ୍ରେ ସେକ୍ସ ରାକେଟ୍ ଠାବ ହୋଇଥିବା ଅଭିଯୋଗ ରହିଛି। ଏଭଳି ସ୍ଥିତିରେ ପୁଣିଥରେ ପୁଲିସ ଚଢ଼ଉ ହେବା ଘଟଣାକୁ ଅଧିକ ଗୁରୁତ୍ୱ ଦେଇଛି। ତେବେ ଏହି ମାମଲାରେ ପୁଲିସର ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ଏବେ ନଜର ରହିଛି।

Related Topics
Explore more stories