Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାକାଳ ବେଶରେ ଦର୍ଶନ ଦେଉଛନ୍ତି ହଟକେଶ୍ୱର: ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

Smruti Parija
Browse all articles by Smruti Parija
·2 years ago·1 min read
ମହାକାଳ ବେଶରେ ଦର୍ଶନ ଦେଉଛନ୍ତି ହଟକେଶ୍ୱର: ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

ବେଗୁନିଆ: ମହାକାଳ ବେଶରେ ଦର୍ଶନ ଦେଉଛନ୍ତି ବାଘମାରିର ପ୍ରତ୍ୟେକ୍ଷ ଠାକୁର ଏକାଦଶ ରୁଦ୍ର ହଟକେଶ୍ଵର । ମହାକାଳେଶ୍ଵରଙ୍କ ଦର୍ଶନ ପାଇଁ ଆଉ ଯିବାକୁ ପଡ଼ିବନି ମଧ୍ୟପ୍ରଦେଶର ଉଜ୍ଜୟିନୀ ପୀଠକୁ । ଅଢେଇ କୁଇଣ୍ଟାଲ ଅଷ୍ଟଧାତୁରେ ନିର୍ମାଣ ହୋଇଛନ୍ତି ହଟକେଶ୍ୱରଙ୍କ ମହାକାଳ ବେଶ ସହ ବିଶାଳ ନାଗ ମୂର୍ତ୍ତି, ତ୍ରିଶୂଳ, ଡମ୍ବରୁ ଓ ଛତ୍ରୀ । 

ବାଳକାଟିର ଅଭିଜ୍ଞ କାରିଗରଙ୍କ ଦ୍ୱାରା ଛଅ ମାସ ସମୟ ମଧ୍ୟରେ ଏକାଦଶ ରୁଦ୍ର ବାବା ହଟକେଶ୍ୱରଙ୍କ ଏହି ଦୁର୍ଲଭ ସାମଗ୍ରୀ ପ୍ରସ୍ତୁତ ହୋଇଛି । ଦଶ କିଲୋ ଅଷ୍ଟଧାତୁରେ ମହାକାଳଙ୍କ ରୂପ ପ୍ରସ୍ତୁତ ହୋଇଥିବାବେଳେ ଏହାର ଉଚ୍ଚତା ତିନି ଫୁଟ ଓ ଦେଢ଼ ଫୁଟ ଗୋଲେଇ ବିଶିଷ୍ଟ । ସେହିପରି ଦେଢ଼ କୁଇଣ୍ଟାଲ ଓଜନର ବିଶାଳ ନାଗ ମୂର୍ତ୍ତି, ଚାଳିଶ କେଜି ଓଜନର ତ୍ରିଶୂଳ ଓ ଡ଼ମ୍ବରୁ ଏବଂ 40 କେଜିର ଛତ୍ରୀ ପ୍ରସ୍ତୁତ ହୋଇଛି । ହଟକେଶ୍ୱର ମହାପ୍ରଭୁଙ୍କୁ ଏହି ସାମଗ୍ରୀ ପ୍ରଦାନ କରିଛନ୍ତି ସ୍ଥାନୀୟ ଓଗାଳପୁର ଅଞ୍ଚଳର ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ବିଶ୍ବାଳ ।

ମାନସିକ ପୂର୍ଣ୍ଣ ପରେ ମହାପ୍ରଭୁଙ୍କୁ ଏଭଳି ବେଶରେ ସଜାଇବା ପାଇଁ ମନସ୍ତ କରିଥିଲେ ପୂର୍ଣ୍ଣଚନ୍ଦ୍ର । ତାଙ୍କର କହିବା ଅନୁସାରେ ସମଗ୍ର ଭାରତର ମଧ୍ୟପ୍ରଦେଶର ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳେଶ୍ଵରଙ୍କୁ ଦର୍ଶନ କରିବା ପାଇଁ ବହୁ ଭକ୍ତ ଅସମର୍ଥ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କୁ ଏଭଳି ବେଶରେ ସଜାଇବା ପାଇଁ ମନସ୍ଥ କରିଥିଲେ ପୂର୍ଣ୍ଣଚନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଏକାଦଶ ରୁଦ୍ର ମହାପ୍ରଭୁ ହଟକେଶ୍ୱର ସ୍ଵତନ୍ତ୍ର ବଡ ସିଂହାର ବେଶରେ ଏହି ମହାକାଳେଶ୍ଵର ବେଶରେ ଦର୍ଶନ ଦେଉଛନ୍ତି । ରାଜ୍ୟରେ ଏହି ମହାକାଳ ବେସ ପ୍ରଥମ ହୋଇଥିବା ବେଳେ ମହାପ୍ରଭୁଙ୍କ ଏଭଳି ଦୁର୍ଲଭ ବେସ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ।
 

Sponsored
Hotkeshwar darshan at Mahakaal Besh: Crowds of pilgrims gather for darshan | Argus News