Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଚସ୍ପତିଙ୍କ ପୋଡ଼ିଅମ ନିକଟରେ ପ୍ରତିବାଦ ; ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

Odisha

ବାଚସ୍ପତିଙ୍କ ପୋଡ଼ିଅମ ନିକଟରେ ପ୍ରତିବାଦ ; ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

Smruti Parija
Browse all articles by Smruti Parija
·1 year ago·1 min read
ବାଚସ୍ପତିଙ୍କ ପୋଡ଼ିଅମ ନିକଟରେ ପ୍ରତିବାଦ ; ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର: ପୁଣି ଗୃହ ଆରମ୍ବରୁ ହଟ୍ଟଗୋଳ । ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ ମିଳିତ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ପୋଡ଼ିଅମ ନିକଟରେ ପ୍ରତିବାଦ । କଂଗ୍ରେସ ବି ଓଡ଼ିଆ ଅସ୍ମିତା କଥା କହି ଗୃହ ମଧ୍ୟଭାଗକୁ ଓହ୍ଲାଇଥିଲା । ପଏଣ୍ଟ ଅଫ ଅର୍ଡରରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେଉଁ ବିଜେଡି ଆଜି ପ୍ରତିବାଦ କରୁଛି ପୂର୍ବରୁ, ପୁର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟ ଶଙ୍କର ମିଶ୍ରଙ୍କ ଘଟଣାରେ କୁଆଡେ଼ ଯାଇଥିଲ ବୋଲି ପ୍ରଶ୍ନ କରିଛନ୍ତି । 

ଗୃହରେ ହଟ୍ଟଗୋଳ, ୧୧.୩୦ ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି

ସେହିପରି ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ୨୪ ବର୍ଷ ହେଲା ଓଡ଼ିଆ ଅସ୍ମିତା କଥା କେତେ ଥର ବିଜେଡି କହିଥିଲା ବୋଲି ପ୍ରଶ୍ନ କରିଥିଲେ । ଯେଉଁମନେ 24 ବର୍ଷ ଶାସନରେ ରହିଲା ବେଳେ ତାଙ୍କ ନାମରେ ଜଘନ୍ୟ ଅପରାଧ ରହିଛି ସେମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର ତ୍ରିପାଠୀ । ତେବେ ଗୃହ ୪ ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
house-adjourned-till-4-pm | Argus News