|
logo
Live

Argus News - ଏମିତି ବି ମୃତ୍ୟୁ ଆସେ: ଆଖି ଆଗରେ ଘର ସହ ଜଳିଗଲେ ୪ ଗାଈ, ସେଇଠି ଟଳି ପଡ଼ିଲେ ମାଲିକ

Odisha

ଏମିତି ବି ମୃତ୍ୟୁ ଆସେ: ଆଖି ଆଗରେ ଘର ସହ ଜଳିଗଲେ ୪ ଗାଈ, ସେଇଠି ଟଳି ପଡ଼ିଲେ ମାଲିକ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଏମିତି ବି ମୃତ୍ୟୁ ଆସେ: ଆଖି ଆଗରେ ଘର ସହ ଜଳିଗଲେ ୪ ଗାଈ, ସେଇଠି ଟଳି ପଡ଼ିଲେ ମାଲିକ

ଏରସମା: ଘରେ ନିଆଁ ଲାଗିଲା । ନିମିଷକେ ଆଖି ଆଗରେ ସବୁକିଛି ଛାରଖାର୍ ହୋଇଗଲା । ୪ ବଖରା ଘର ଜଳିଗଲା । ବାସ ଯିବା ସହ ଚାଲିଗଲା ପେଟକୁ ଦାନା ଯୋଗାଉଥିବା ଗାଈଙ୍କ ଜୀବନ । ଏ ସବୁ ଦେଖି ସହି ପାରିଲେନି ମାଲିକ । ଭୀଷଣ କଷ୍ଟରେ ସେଇଠି ଟଳି ପଡ଼ିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁରରେ ।


ଏ କଥା ଯିଏ ଶୁଣୁଛି, ସିଏ କହୁଛି... ଏମିତି ବି ମୃତ୍ୟୁ ଆସେ । ବିଳମ୍ବିତା ରାତିରେ ଏରସମା ବ୍ଲକ କୁଞ୍ଜକୋଠି ପଞ୍ଚା।ତ ଲୁଣିପୋଖରୀ ଗାଁରେ ଅଗ୍ନିକାଣ୍ଡ ହୋଇଥିଲା । ରମେଶ୍ଵ ସ୍ଵାଇଁଙ୍କ ୪ ବଖରା ଘର ନିଆଁରେ ପୋଡ଼ି ଯାଇଥିଲା । ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ ୪ ଗାଈ । ଆଉ ଏଥିରେ ଭାଙ୍ଗି ପଡ଼ିଥିଲେ ମାଲିକ ରମେଶ ସ୍ଵାଇଁ ।


ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ । ହୃଦ୍‌ଘାତରେ ରମେଶଙ୍କ ମୃତ୍ୟୁ ହୋଥିବା ସୂଚନା ମିଳିଛି । ଖବର ଅନୁସାରେ, ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ୪ ଗାଈ ରମେଶଙ୍କ ରୋଜଗାରର ମାଧ୍ୟମ ଥିଲା । ଘର ଜଳିବା ସହ ରମେଶଙ୍କ ସମସ୍ତ ଆସବାବପତ୍ର ଜଳି ଯାଇଛି । ନିଆଁ କେମିତି ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ । ଅଗ୍ନିକାଣ୍ଡ ଖବର ପାଇଁ ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଏମିତି ବି ମୃତ୍ୟୁ ଆସେ: ଆଖି ଆଗରେ ଘର ସହ ଜଳିଗଲେ ୪ ଗାଈ, ସେଇଠି ଟଳି ପଡ଼ିଲେ ମାଲିକ | Argus News