Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bomb Attack / ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଉଡ଼ିଲା ଘର

Rashmita Mishra
Browse all articles by Rashmita Mishra
·5 months ago·2 min read
ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଉଡ଼ିଲା ଘର
Bomb Attack

Key Points

ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଉଡ଼ିଲା ଘର
ଛତ୍ରପୁର ଥାନା ଅଧିନ ଚିକଲଖଣ୍ଡି ଗାଁରେ ବୋମା ମାଡ଼
ଘଟଣା ସ୍ଥଳରେ ଛତ୍ରପୁର ପୋଲିସର ତନାଘନା
କାହିଁକି ଓ କିଏ ବୋମା ମାଡ଼ କଲା କାରଣ ଅସ୍ପଷ୍ଟ

ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଉଡ଼ିଲା ଘର । ଛତ୍ରପୁର ଥାନା ଅଧିନ ଚିକଲଖଣ୍ଡି ଗାଁରେ ଜୈନିକ ବ୍ୟକ୍ତିଙ୍କ ଘରେ ବୋମା ମାଡ଼ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଅଭିଯୋଗ ଆଧାରରେ ଛତ୍ରପୁର ପୋଲିସ ଘଟଣାର ତଦନ୍ତ କରୁଛି । ତେବେ କାହିଁକି ଓ କିଏ ବୋମା ମାଡ଼ କଲା କାରଣ ଅସ୍ପଷ୍ଟ ରହିଛି । ବୋମା ମାଡ଼ରେ ଘର ଭାଙ୍ଗିବା ସହ ବହୁ ସାମଗ୍ରୀ ନଷ୍ଟ ହୋଇଛି । ତେବେ ଏଥିରେ ଘରେ ଥିବା 3 ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ସୂଚନାନୁଯାୟୀ ଗଞ୍ଜାମ ଜିଲ୍ଲା ଛତ୍ରପୁର ଚିକଲଖଣ୍ଡି ଗାଁରେ ବେମାମାଡ଼। ଜଣେ ବ୍ୟକ୍ତିଙ୍କ ଘରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ। ବୋମା ମାଡ଼ରେ ଭାଙ୍ଗିଲା କାନ୍ଥ ,କବାଟ, ଘରର ବହୁ ସାମଗ୍ରୀ । ଅଳ୍ପକେ ବର୍ତ୍ତିଗଲେ ବାପା, ମାଆ ଓ ପୁଅ। ତେବେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି ।

ସୋମବାର ବିଳମ୍ବିତ ରାତିରେ ବାପା-ମା ଓ ପୁଅ ଖାଇ ପିଇ ଶୋଇଥିଲେ। ରାତି ପ୍ରାୟ ୧୧ଟା ବେଳେ ଦୁର୍ବୃତ୍ତମାନେ ବାଇକ୍ ଆସି ଜି.କାମରାଜୁ ରେଡ୍ଡୀଙ୍କ ଘର ଉପରକୁ ବୋମା ମାଡ଼ କରିଥିଲେ। ହଠାତ୍ ବୋମା ମାଡ଼ ଶବ୍ଦ ଶୁଣି ଉଠି ପଡ଼ିଥିଲେ ପରିବାର ଲୋକେ। ଦେଖିଲା ବେଳକୁ ଘର କାନ୍ଥ, କବାଟ ଭାଙ୍ଗି ଚୁର୍ମାର ହୋଇଯାଇଥିଲା।

ସେପଟେ ବୋମାମାଡ଼ ନେଇ ଜି.କାମରାଜୁ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଫେରାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bomb Attack | House Blown Up in Bomb Attack by Miscreants, Area Gripped by Panic | Argus News