ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ, ନିନ୍ଦା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

Key Points
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା
ନିନ୍ଦା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ। କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଏହା ମୋତେ ମର୍ମାହତ କରିଛି । ଏହାକୁ ଆମ ସରକାର ନିନ୍ଦା କରୁଛି। ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ତାଙ୍କୁ ସରକାର କ୍ଷମା କରିବେ ନାହିଁ। ଆକ୍ରମଣକାରୀଙ୍କ ଭିତରୁ ୩ ଜଣଙ୍କୁ ଗିରଫ କରାଯାଇଛି। ଆଇନ ଅନୁଯାୟୀ ସେମାନେ ଦଣ୍ଡିତ ହେବେ। ବିଜେପି ଏକ ନୀତି ଆଦର୍ଶର ଦଳ। ସେମାନେ ବିଜେପି କର୍ମୀ ହୋଇଥିଲେ ମଧ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ। ଏମାନଙ୍କ ଭିତରେ ଜଣେ କର୍ପୋରେଟର ଅଛନ୍ତି। ତଦନ୍ତ ପରେ ସବୁ ସତ୍ୟାସତ୍ୟ ସାମ୍ନାକୁ ଆସିବ।
ତଦନ୍ତରେ କୌଣସି ପ୍ରକାର ଢିଲା କରାଯିବ ନାହିଁ। ପୋଲିସ ନିୟମ ଅନୁଯାୟୀ କାମ କରୁଛନ୍ତି। ଯେଉଁମାନେ ଚାକିରି କରୁଛନ୍ତି ସେମାନେ ମଧ୍ୟ ନିଷ୍ଠାର ସହ କାମ କରୁଛନ୍ତି। ସେମାନଙ୍କ ସମ୍ମାନ ଓ ତାଙ୍କୁ ସୁରକ୍ଷା ଦେବା ସରକାରଙ୍କର ଦାୟିତ୍ୱ। ସରକାର ସେ ଉପରେ ସଜାଗ ଅଛନ୍ତି। ଏ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି।