Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗାଁକୁ ଗାଁ ବୁଲି ୧୧କ ପଣିକିଆ ଡାକୁଛନ୍ତି ଦୁଇ ଭଉଣୀ

Odisha

ଗାଁକୁ ଗାଁ ବୁଲି ୧୧କ ପଣିକିଆ ଡାକୁଛନ୍ତି ଦୁଇ ଭଉଣୀ

Manini Pattanayak
Browse all articles by Manini Pattanayak
·2 years ago·1 min read
ଗାଁକୁ ଗାଁ ବୁଲି ୧୧କ ପଣିକିଆ ଡାକୁଛନ୍ତି ଦୁଇ ଭଉଣୀ

ମାଲକାନଗିରି : ଦୁଇ ଭଉଣୀ କେମିତି ଗାଁକୁ ଗାଁ ବୁଲି ୧୧କ ପଣିକିଆ ଡାକୁଛନ୍ତି । ମା..ମାଉସୀଙ୍କୁ ସଚେତନ କରାଇବା ସହିତ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ କହୁଛନ୍ତି । ହେଲେ ଏତେ କମ୍‌ ବୟସରେ ଏମାନେ କାହିଁକି ଏମିତି ସଚେତନତା କରୁଛନ୍ତି ? ଏହାର ପଛର ଲକ୍ଷ୍ୟ କଣ ? କିଛି ଏମିତି ପ୍ରଶ୍ନ ମନରେ ନିଶ୍ଚୟ ଆସୁଥିବ । ହେଲେ ସତ ଜାଣିବା ପରେ ଆପଣ ବି ଏମାନଙ୍କୁ ସଲାମ କରିବାକୁ ବାଧ୍ୟ ହେବେ ।  ପୁଣି ଚର୍ଚ୍ଚାରେ ନୟାଗଡ଼ର ଦୁଇ ଭଉଣୀ ପ୍ରୀତି ସୁଲଗ୍ନା ଓ ଶୃତି ସୁଲଗ୍ନା ।

କାରଣ ଭୋଟ୍‌ ପୂର୍ବରୁ ଗାଁକୁ ଗାଁ ବୁଲି ପଣିକିଆ ଡାକିଡାକି ଭୋଟରଙ୍କୁ ବୁଝାଉଛନ୍ତି ଆଉ ସଚେତନ କରୁଛନ୍ତି । ହେଲେ ଏସନ ସେ ପାରମ୍ପରିକ ପୋଷାକରେ ନୁହେଁ ବରଂ ବଣ୍ଡା ପୋଷାକରେ । ସେଇଥି ଲାଗି ଉଭୟଙ୍କୁ ନେଇ ଚର୍ଚ୍ଚା ଜୋର ।   ମିଳିଥିବା ସୂଚନା ଅନୁସାରେ, ମାଲକାନଗିରିରେ ଦୁଇ ଭଉଣୀଙ୍କର ଏବେ ସୁଟିଂ ଚାଲିଛି । ଖୋଦ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗୀତ ପ୍ରସ୍ତୁତ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଦର୍ଶକବନ୍ଧୁ ମନେ ଥିବ ନିଶ୍ଚୟ, ପୂର୍ବରୁ ଅନେକ ବାର ଏହି ଦୁଇ ଭଉଣୀ ଅନେକ ସଚେତନତାର ଭିଡିଓ କରିଛନ୍ତି । ହେଲେ ଏବେର ବଣ୍ଡା ଘାଟିର ଭିଡିଓ ପୂରା ଡିଫରେଣ୍ଟ । ତେବେ ଆଗାମୀ ଦିନରେ ଏହି ଦୁଇ ଭଉଣୀ କେମିତି ବାର୍ତ୍ତା ଦେଉଛନ୍ତି ସମାଜକୁ ତାହା ଦେଖିବାକୁ ବାକି ରହିଲା । 

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How are the two sisters going from village to village calling eleven table | Argus News