Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଭୁଶୁଡ଼ାଇ ଦେଇଛି ବିଜେଡି, ବିଦ୍ୟାଳୟରୁ ନେଇ ବିଶ୍ଵବିଦ୍ୟାଳୟ ଯାଏଁ ଅବ୍ୟବସ୍ଥା

Odisha

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଭୁଶୁଡ଼ାଇ ଦେଇଛି ବିଜେଡି, ବିଦ୍ୟାଳୟରୁ ନେଇ ବିଶ୍ଵବିଦ୍ୟାଳୟ ଯାଏଁ ଅବ୍ୟବସ୍ଥା

Sushanta Sahoo
Browse all articles by Sushanta Sahoo
·1 year ago·2 min read
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଭୁଶୁଡ଼ାଇ ଦେଇଛି ବିଜେଡି, ବିଦ୍ୟାଳୟରୁ ନେଇ ବିଶ୍ଵବିଦ୍ୟାଳୟ ଯାଏଁ ଅବ୍ୟବସ୍ଥା

Key Points

ବିଜେଡି ବିଗାଡ଼ି ଦେଇଛି ଶିକ୍ଷା ବ୍ୟବସ୍ଥା । ଏ କଥା ଆମେ କହୁନୁ, ବିଦ୍ୟାଳୟ ସ୍ତରରୁ ନେଇ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଅବ୍ୟବସ୍ଥା କହୁଛି ବିଜେଡି ସରକାରରେ ଥିବା ବେଳେ କେମିତି ସବୁକିଛି ବିଗିଡ଼ି ଥିଲା ।

ଭୁବନେଶ୍ଵର: ବିଜେଡି ବିଗାଡ଼ି ଦେଇଛି ଶିକ୍ଷା ବ୍ୟବସ୍ଥା । ଏ କଥା ଆମେ କହୁନୁ, ବିଦ୍ୟାଳୟ ସ୍ତରରୁ ନେଇ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଅବ୍ୟବସ୍ଥା କହୁଛି ବିଜେଡି ସରକାରରେ ଥିବା ବେଳେ କେମିତି ସବୁକିଛି ବିଗିଡ଼ି ଥିଲା । ଆଜି ବିଧାନସଭାରେ ପ୍ରଶ୍ନୋତ୍ତରରେ ଏସବୁ ଉପରୁ ପରଦା ହଟିଛି ।


ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ସାଘାଂତିକ ତଥ୍ୟ ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡାଣ, ହରଣ । ୬୮.୫ ପ୍ରତିଶତ ପିଲା ଜାଣି ନାହାନ୍ତି ଫେଡାଣ ଏବଂ ୪୫.୮ ପ୍ରତିଶତ ପିଲା ଜାଣିନାହାନ୍ତି ହରଣ । ଏହି ସଂଖ୍ୟା ପ୍ରତିବର୍ଷ ବଢି ବଢି ଚାଲିଛି ।


୨୦୧୪ରେ ୬୩.୪ ପ୍ରତିଶତ ପିଲା ଫେଡାଣ ଜାଣି ନଥିବା ବେଳେ ୨୦୨୪ରେ ତାହା ବଢି ୬୯.୫ ପ୍ରତିଶତରେ ପହଞ୍ଚିଥିବା ରିପୋର୍ଟ ଆସିଛି । ସେହିପରି ୨୦୧୪ରେ ୩୭.୯ ପ୍ରତିଶତ ପିଲା ହରଣ ଜାଣି ନଥିବା ବେଳେ ୨୦୨୪ରେ ତାହା ବଢି ୪୫.୮ ପ୍ରତିଶତରେ ପହଞ୍ଚିଛି ।


ବିଦ୍ୟାଳୟରେ ପିଲା ଫେଡ଼ାଣ, ହରଣରେ ଦୁର୍ବଳ ଥିବା ବେଳେ ବିଶ୍ଵବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ ଅଧ୍ୟାପକ । ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ରାଜ୍ୟର ନାମକରା ବିଶ୍ଵବିଦ୍ୟାଳୟ । ୧୭ଟି ବିଶ୍ଵ ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି ୯୬୩ ଜଣ ଗେଷ୍ଟ ଫ୍ୟାକଲ୍‌ଟି । ଉତ୍କଳ ବିଶ୍ଵବିଦ୍ୟାଳୟରେ ୫୯, ରେଭେନ୍ସାରେ ୮୯, ସମ୍ବଲପୁରରେ ୬୪, ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟରେ ୧୧୩, ବିକ୍ରମ ଦେବରେ ୭୮, ଗଙ୍ଗାଧର ମେହେର ୬୧, ଖଲିକୋଟରେ ୬୩, ରମାଦେବୀ ରେ ୮୧ ଜଣ ଗେଷ୍ଟ ଫ୍ୟାକଲଟି କରୁଛନ୍ତି ଶିକ୍ଷାଦାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୧୭ଟି ବିଶ୍ଵବିଦ୍ୟାଳୟରେ ଖାଲି ପଡ଼ିଛି ୧ ହଜାର ୩୦୭ ପ୍ରଫେସର ପଦବୀ । ଉତ୍କଳ ବିଶ୍ଵବିଦ୍ୟାଳୟରେ ୧୩୬, ରେଭେନ୍ସାରେ ୧୫୭, ଖଲିକୋଟରେ ୧୧୨, ରାଜେନ୍ଦ୍ରରେ ୧୦୬, ଧରଣୀଧର ବିଶ୍ଵବିଦ୍ୟାଳୟରେ ଖାଲି ପଡ଼ିଛି ୧୧୧ ପ୍ରଫେସର ପଦବୀ । ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।


କେବଳ ଶିକ୍ଷା ବ୍ୟବସ୍ଥା ନୁହେଁ, ପୂର୍ବ ବିଜେଡି ସରକାରରେ ଇଞ୍ଜିନିୟରିଂ ପଢ଼ିଲା ପରେ ନଥିଲା ନିଯୁକ୍ତି ସୁଯୋଗ । ପିଲା ପାଠ ପଢୁଥିବା ବେଳେ ଚାକିରି ନାହିଁ । ୧୦ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ପାଠ ପଢି ପାସ୍ ହୋଇଛନ୍ତି ୩୪ ହଜାର ୪୭୧ ପିଲା ହେଲେ, ଚାକିରି ପାଇଛନ୍ତି ମାତ୍ର ୧୫ ହଜାର ୨୮୯ ଜଣ ପିଲା ।


ରାଜ୍ୟରେ ବର୍ତ୍ତମାନ ୧୯ ହଜାର ୧୮୨ ଇଞ୍ଜିନିୟରିଂ ପଢି ବେକାର ବସିଛନ୍ତି । ସେହିପରି ଡିପ୍ଲୋମାରେ ସ୍ଥିତି ଆହୁରି ସାଂଘାତିକ । ୧୦ ବର୍ଷ ମଧ୍ୟରେ ଡିପ୍ଲୋମା ପଢି ପାସ କରିଛନ୍ତି ୫୪ ହଜାର ୧୮୯ ଜଣ ପିଲା । ଚାକିରି ପାଇଛନ୍ତି ମାତ୍ର ୨୦ ହଜାର ୯୬ ଜଣ ପିଲା । ବର୍ତ୍ତମାନ ରାଜ୍ୟରେ ୩୪ ହଜାର ୫୧ ଜଣ ଡିପ୍ଲୋମା ପଢି ବେକାର ବସିଛନ୍ତି । ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ଵାଇଁ ।

Argus Whatsapp Channel Mobile Top
Sponsored
How BJD Govt. Derailed Primary To University Education | Argus News