Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି କେମିତି କହିଲେ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି କେମିତି କହିଲେ ?

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି କେମିତି କହିଲେ ? ବାରିପଦା ମାଟିର ଝିଅ ଆଜି ଦେଶର ପ୍ରଧାନମନ୍ତ୍ରୀ । ହେଲେ ମୟୂରଭଂଜ ମାଟିର ଝିଅ ଦେଶର ପ୍ରଧାନମନ୍ତ୍ରୀ ନୁହେଁ ବରଂ ରାଷ୍ଟ୍ରପତି ଅଛନ୍ତି । ଏ କଥା ବି ନବୀନ ବାବୁ ଭଲରେ ଜାଣିଛନ୍ତି । କାରଣ ପୂର୍ବରୁ ଦ୍ରୌପଦୀଙ୍କୁ ନିଜ ଭଉଣୀ କହିବା ସହ ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ମଂଚ ଉପରେ ନବୀନଙ୍କୁ ଭୁଲ ଲେଖାଥିବା କାଗଜ ପାଣ୍ଡିଆନ କେମିତି ଦେଲେ ତାହାକୁ ନେଇ ଏବେ ଉଠିଲାଣି ପ୍ରଶ୍ନ ।

ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ଆଜି ବାରିପଦା ଗସ୍ତ କରିଥିଲେ ନବୀନ ବାବୁ । ସାଙ୍ଗରେ ଥିଲେ ବିଜେଡିର ନମ୍ବର-୨ ନେତା ଭି.କେ ପାଣ୍ଡିଆନ । ଆଉ ଚିରାଚରିତ ଢଙ୍ଗରେ ନବୀନ ବାବୁ ଆରମ୍ଭରୁ ପ୍ରଶ୍ନ କରିଥିଲେ ଅମକ ଯୋଜନା ଭଲ କି ? ସମକ ଯୋଜନା ଭଲ କି ? ନବୀନ ପଟ୍ଟନାୟକ ଭଲ କି ? ବାସ୍‌ ଏହାପରେ ମାଟିର ଝିଅ କଥା କହୁକହୁ କହିଲେ, ଏଇ ମାଟିର ଝିଅ ଆଜି ଦେଶର ପ୍ରଧାନମନ୍ତ୍ରୀ । ବାସ୍‌ ଏତିକି କଥା କହିବା ପରେ ପାଖରେ ଥିବା ପାଣ୍ଡିଆନ ସଙ୍ଗେ ସଙ୍ଗେ ଏହା ଭୁଲ ବୋଲି କହିବା ସହ କ୍ଷମା ପ୍ରାର୍ଥନା କରିବାକୁ କହିଲେ । ଆଉ ନବୀନ ବି ବିନା ସଂକୋଚରେ କ୍ଷମା ପ୍ରାର୍ଥନା କରିବା ସହିତ ମାଟିର ଝିଅ ରାଷ୍ଟ୍ରପତି କହିଲେ । ନବୀନ ବାବୁ ଜାଣିଶୁଣି ଭୁଲ କହିଲେ ଆମୋ ଆଦୌ କହୁନାହୁଁ । ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମିତି ଭୁଲ ସ୍କ୍ରିପ୍ଟ କେମିତି ପାଣ୍ଡିଆନ ଲେଖିକି ଦେଲେ ସେନେଇ ପ୍ରଶ୍ନ ହେଉଛି ।

ବିଜେଡିର ସବୁ କ୍ଷମତା ହାଇଜାକ କରିବାକୁ ପାଣ୍ଡିଆନ ହୀନ ଚକ୍ରାନ୍ତ କରିଛନ୍ତି । ଖାଲି ହୀନ ଚକ୍ରାନ୍ତ କରୁଛନ୍ତି ତାହା ନୁହେଁ ବରଂ କିଛି ମାତ୍ରାରେ କରିସାରିଛନ୍ତି ମଧ୍ୟ । କାରଣ ଅନେକ ସମୟରେ ଦେଖାଯାଇଛି କି, ପାଣ୍ଡିଆନ ନବୀନଙ୍କ ପାଖେ ପାଖେ ରହୁଥିବା ସହ ପ୍ରତି କଥାରେ ସେ ହସ୍ତକ୍ଷେପ କରୁଛନ୍ତି । ହେଲେ ଆଜି ମୟୂରଭଂଜ ଗସ୍ତ ସମୟରେ ନବୀନଙ୍କୁ ସେ ଯେମିତି ସର୍ବସାଧାରଣ ସ୍ଥାନରେ କ୍ଷମା ମାଗିବାକୁ ବାଧ୍ୟ କଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ସବୁ କ୍ଷମତା ଅକ୍ତିଆର କରିବାକୁ ପାଣ୍ଡିଆନ ଚେଷ୍ଟିତ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha CM Naveen Patnaik | Argus News