Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Pollution Certificate / ଏତେ ଗାଡ଼ିକୁ କେମିତି ମିଳିପାରିବ ପଲ୍ୟୁସନ୍‌ ସାର୍ଟିଫିକେଟ୍ ?

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଏତେ ଗାଡ଼ିକୁ କେମିତି ମିଳିପାରିବ ପଲ୍ୟୁସନ୍‌ ସାର୍ଟିଫିକେଟ୍ ?
Pollution Certificate

Key Points

ବିଶେଷଜ୍ଞଙ୍କ କହିବା କଥା ମାତ୍ର ୧୦ ରୁ ୧୨ ପ୍ରତିଶତ ଦୁଇ ଚକିଆ ଯାନର ପ୍ରଦୁଷଣ ସାର୍ଟିଫିକେଟ ଅଛି ।

ଫାଇନ୍ ଡରରେ ଲାଇନ୍ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବର ଏବଂ ପୁରୀରେ । ପଲ୍ୟୁସନ ସାର୍ଟିଫିକେଟ ପାଇଁ ଲମ୍ବା ଲାଇନ୍ ଲାଗିଛି । ନୂଆବର୍ଷରୁ କଡ଼ାକଡ଼ି ହେବ ପଲ୍ୟୁସନ ସାର୍ଟିଫିକେଟ ନିୟମ । ବିନା ପଲ୍ୟୁସନ୍ ସାର୍ଟିଫିକେଟରେ ମିଳିବନି ପ୍ରେଟ୍ରୋଲ ଓ ଡିଜେଲ । ପରିବହନ ବିଭାଗର ନୂଆ ନିର୍ଦ୍ଦେଶାନାମାକୁ ନେଇ ଛାନିଆ ଗାଡ଼ି ମାଲିକ । କିଏ କିଏ ନିଷ୍ପତ୍ତିକୁ ସ୍ବାଗତ କରୁଛି ତ ଆଉ କିଏ ବିରୋଧ କରୁଛି । କାହାର କାହାର ପୁରୁଣା ଫାଇନ ଟେନସନ ବଢାଉଛି ।

ଗାଡି ଚାଳକଙ୍କ ଯଦି ପୂର୍ବରୁ କିଛି ଫାଇନ ପେଣ୍ଡିଙ୍ଗ ଥିବ ତେବେ ମିଳିବନି ପଲ୍ୟୁସନ ସାର୍ଟିଫିକେଟ। ପ୍ରଥମେ ଫାଇନର ଷ୍ଟାଟସ୍ ଅନୁସାରେ କୋର୍ଟ ନହେଲେ ଅନଲାଇନରେ ପେଣ୍ଡିଙ୍ଗ ଫାଇନ୍‌ ପେମେଣ୍ଟ କରିବାକୁ ପଡ଼ିବ। ପରେ ସାର୍ଟିଫିକେଟ ମିଳିବ। ସୋମବାର ପେଟ୍ରୋଲ ଡିଲର ଆସୋସିଏସନ, ତୈଳ କମ୍ପାନୀ ଅଧିକାରୀ ଓ ପରିବହନ ବିଭାଗର ଅଧିକାରୀଙ୍କ ସହ ପରିବହନ କମିଶନର ଅମିତାଭ ଠାକୁରଙ୍କ ମଧ୍ୟରେ ବୈଠକ ବସିଥିଲା। ବୈଠକରେ ପଲ୍ୟୁସନ ସର୍ଟିଫିକେଟ୍ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଯେଉଁ ଗାଡ଼ିର ପ୍ରଥମଥର ପାଇଁ ଚାଲାଣ କଟୁଛି ତାକୁ ଛାଡ଼ କରାଯିବ ।

ବିଧାନସଭାର ତଥ୍ୟ ଅନୁସାରେ ରାଜ୍ୟରେ ଜନସଂଖ୍ୟା ତୁଳନାରେ ଦୁଇ ଚକିଆ ଗାଡିର ସଂଖ୍ୟା ୧୭.୨୫ ଓ ୪ ଚିକିଆ ଯାନର ସଂଖ୍ୟା ୨.୧୦ । ପୁରା ହିସାବ କଲେ ମୋଟ ଯାନ ସଂଖ୍ୟା ୧ କୋଟି ୧୭ ଲକ୍ଷ 89 ହଜାର ୬୪୭ । ଏଥରୁ ୯୦ ଭାଗ ହେଉଛି ଦୁଇ ଚକିଆ । ବିଶେଷଜ୍ଞଙ୍କ କହିବା କଥା ମାତ୍ର ୧୦ ରୁ ୧୨ ପ୍ରତିଶତ ଦୁଇ ଚକିଆ ଯାନର ପ୍ରଦୁଷଣ ସାର୍ଟିଫିକେଟ ଅଛି ।

ପୁରୁଣା ଗାଡ଼ି ଗୁଡ଼ିକ ୬ ମାସରେ ଥରେ ପ୍ରଦୁଷଣ ସାର୍ଟିଫିକେଟ କରୁଥିବା ବେଳେ ନୂଆ ଗାଡ଼ି ବର୍ଷକୁ ଥରେ କରୁଛନ୍ତି । ଗାଡି ତୁଳନାରେ ନାହିଁ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର । ହିସାବ ଅନୁସାରେ ପୁରା ରାଜ୍ୟରେ ୮୦୧ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ରହିଛି । ପ୍ରଶ୍ନ ଉଠୁଛି କମ ଦିନ ଭିତରେ ସମସ୍ତେ କରି ପାରିବେ କି ପଲ୍ୟୁସନ ସାର୍ଟିଫିକେଟ୍‌ । ପେଟ୍ରୋଲ ଟାଙ୍କିରେ କେମିତି ଚେକିଂ ହେବ ପଲ୍ୟୁସନ ସାର୍ଟିଫିକେଟ ? ବାସ୍ତବରେ ଏହା ଫଳଫ୍ରଦ ହେବ ନା ନିୟମ କେବଳ କାଗଜ କଲମରେ ରହିଯିବ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pollution Certificate | How can so many vehicles get pollution certificates? | Argus News