|
logo
Live

Argus News - ବଜେଟ୍‌ ପ୍ରସ୍ତୁତ କରିବାକୁ କେତେ ଦିନ ଲାଗେ ?

Odisha

ବଜେଟ୍‌ ପ୍ରସ୍ତୁତ କରିବାକୁ କେତେ ଦିନ ଲାଗେ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବଜେଟ୍‌ ପ୍ରସ୍ତୁତ କରିବାକୁ କେତେ ଦିନ ଲାଗେ ?

Key Points

  • ବଜେଟ୍‌ ପ୍ରସ୍ତୁତ କରିବାକୁ କେତେଦିନ ଲାଗେ ?
  • କେମିତି ତିଆରି ହୁଏ ପୂର୍ଣ୍ଣାଙ୍ଗ ବଜେଟ୍‌ ?
  • ବଜେଟ୍‌ ପାଇଁ କେତେ କର୍ମଚାରୀ ନିୟୋଜିତ ହୁଅନ୍ତି ?

ଅର୍ଗସ ବ୍ୟୁରୋ : ଆସିଲା କେନ୍ଦ୍ର ବଜେଟ୍‌ । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭ମ ଥର ଲାଗି ବଜେଟ୍‌ ଉପସ୍ଥାପନ କଲେ । ହେଲେ ଆପଣ ଜାଣିଛନ୍ତି କି ? ବଜେଟ୍‌ ପ୍ରସ୍ତୁତ କରିବାକୁ କେତେଦିନ ସମୟ ଲାଗେ ? କେତେ ଜଣ କର୍ମଚାରୀ ନିୟୋଜିତ ହୁଅନ୍ତି ? କେତେ ସଂସ୍ଥା ଏହାଲାଗି କାମ କରନ୍ତି ? ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ବଜେଟ୍‌ ?

ଆସିଲା ୨୦୨୪-୨୫ ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ ବଜେଟ୍‌ ଉପସ୍ଥାପନ କଲେ । ହେଲେ ଏହି ବଜେଟ୍‌କୁ ନେଇ ଅନେକ ଚର୍ଚ୍ଚା ହୁଏ । କାରଣ ବଜେଟ୍‌ ପ୍ରସ୍ତୁତ କରିବାକୁ ପ୍ରାୟ ୬ ମାସ ସମୟ ଲାଗେ । ଗୁରୁତ୍ଵପୂର୍ଣ୍ଣ କଥା ହେଲା କେମିତି ଏହାର କୌଣସି ତଥ୍ୟ ଲିକ୍‌ ନହେବ ସେଇଥି ଲାଗି ସର୍ବାଧିକ ସତର୍କତା ଅବଲମ୍ବନ ବି କରାଯାଏ । ଆମେ ସମସ୍ତେ ଜାଣିଛନ୍ତି ଦେଶରେ ସାଧାରଣ ୫ଟି ପର୍ଯ୍ୟାୟରେ ବଜେଟ୍‌ ଉପସ୍ଥାପନ କରାଯାଏ । ଅର୍ଥ ମନ୍ତ୍ରଣାଳୟ ଏହାକୁ ଅତି ଗୋପନୀୟତା ଢଙ୍ଗରେ ଉପସ୍ଥାପନ କରେ । ଅନେକ ବିଭାଗ ସହ ବିଚାର ବିମର୍ଶ କରିବା ପରେ ବଜେଟ ପ୍ରସ୍ତୁତ ହୋଇଥାଏ  । ଏଥିରେ ନୀତି ଆୟୋଗ ଓ ସରକାରଙ୍କ ଅନ୍ୟ ବିଭାଗ ସାମିଲ ହୋଇଥାନ୍ତି  ।

ମାସେ କି ଦୁଇମାସ ନୁହେଁ ବରଂ ୬ ମାସ ପରିଶ୍ରମ କରିବା ପରେ ହିଁ ବଜେଟ୍‌ ପ୍ରସ୍ତୁତ ହୁଏ । ଖାସ୍‌ କରି ଅର୍ଥ ମନ୍ତ୍ରଣାଳୟ ଓ ଅର୍ଥ ମନ୍ତ୍ରଣାଳୟ ସମ୍ବନ୍ଧିତ ବିଭାଗକୁ ଏହାର ସର୍କୁଲାର ପଠାଯାଏ । ଆର୍ଥିକ ବର୍ଷରେ ଖର୍ଚ୍ଚର ଅନୁମାନ କରି ଜରୁରୀ ଫଣ୍ଡ ବିଷୟରେ ସୂଚନା ଦେବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଥାଏ  । ଏହା ଛଡା ବିଭିନ୍ନ ଉଦ୍ୟୋଗ ସଙ୍ଘ, ବାଣିଜ୍ୟ ମଣ୍ଡଳ,କୃଷକ ସଙ୍ଘ, ଟ୍ରେଡ ୟୁନିଅନ ଓ ଅର୍ଥନୀତିଜ୍ଞଙ୍କ ସହ ବାରମ୍ବାର ଆଲୋଚନା ବି କରାଯାଏ । ପରେ ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀଙ୍କଠୁ ମିଳିଥିବା ତଥ୍ୟ ଯାଂଚ ହୁଏ । ଆସିଥିବା ରିପୋର୍ଟରେ ଯଦି କୌଣସି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୁଏ ତାହାଲେ ପୁଣି ଥରେ ଆଲୋଚନା କରାଯାଇ ତ୍ରୁଟି ସଂଶୋଧନ କରାଯାଏ । ଖାଲି ଏତିକି ନୁହେଁ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ପ୍ରଧାନମନ୍ତ୍ରୀଙ୍କଠୁ ବି ପରାମର୍ଶ ନିଆଯାଏ । ଏହା ପରେ ପ୍ରସ୍ତୁତ ହୁଏ ପୂର୍ଣ୍ଣାଙ୍ଗ ବଜେଟ୍‌ । ଜାଣି ଆଶ୍ଚର୍ଯ୍ୟ ହେବେ କି, ବଜେଟ ଦସ୍ତାବିଜ ଏତେ ଗୋପନୀୟ ରଖାଯାଏ ଯେ ପ୍ରିଣ୍ଟିଂରେ ସାମିଲ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସରେ ରହିବାକୁ ପଡିଥାଏ  । ଏହି ସମୟରେ ସେମାନଙ୍କୁ ପରିବାର ସହ କଥା ହେବାକୁ ବି ଅନୁମତି ଦିଆଯାଇନଥାଏ  । କାରଣ ବଜେଟ୍‌ ଯେମିତି ଗୋପନୀୟତା ରହିବ ସେଥିଲାଗି ସବୁ ପ୍ରକାର ଧ୍ୟାନ ରଖାଯାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବଜେଟ୍‌ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ନେବାକୁ ପଡେ  । ଏହାପରେ ବଜେଟକୁ କ୍ୟାବିନେଟ ସାମନାରେ ରଖିବା ପରେ ସଂସଦରେ ଉପସ୍ଥାପନ ହୋଇଥାଏ ବଜେଟ  । ସେପଟେ, ସପ୍ତମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରି ରେକର୍ଡ କରିବେ ।  ତେବେ ଏଥର କେମିତି ରହିବ ରାଜ୍ୟ ଓ କେନ୍ଦ୍ର ବଜେଟ । ତାକୁ ନେଇ ଅନେକଙ୍କ ମନରେ ବିଭିନ୍ନ ପ୍ରକାର ଆଶା ରହିଛି । ସାଧାରଣ ଲୋକଙ୍କ ଆଶା ଜୀବନ ଧାରଣର ମାନରେ ପରିବର୍ତ୍ତନ ଆଣୁ ବଜେଟ ବୋଲି ଚର୍ଚ୍ଚା ହେଉଛି । ଫୋକସରେ ରହିଛି ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର, ସବୁ ଘରକୁ ପାଇପ ପାନୀୟ ଜଳ, ସବୁ ଗାଁକୁ ରାସ୍ତା , କୃଷକ , ମହିଳା ଗରିବ ଓ ଯୁବକଙ୍କୁ ଗୁରୁତ୍ବ ଇତ୍ୟାଦି ।
 

 

Sponsored
ବଜେଟ୍‌ ପ୍ରସ୍ତୁତ କରିବାକୁ କେତେ ଦିନ ଲାଗେ ? | Argus News