Videos
|
Odisha

ଏ କେମିତି ଗାଁ ? ଯେଉଁଠି ସଭିଏଁ କାନ୍ଦୁଛନ୍ତି

Ritu Das
Browse all articles by Ritu Das
·1 year ago·1 min read
ଏ କେମିତି ଗାଁ ? ଯେଉଁଠି ସଭିଏଁ କାନ୍ଦୁଛନ୍ତି

ମହୁଲିଆ ଗ୍ରାମର ଖଟି ଖିଆ ମଣିଷ ମାନେ ବୁଝି ସାରିଛନ୍ତି ଶିକ୍ଷା ଥିଲେ ହିଁ ଗାଁ ର ଉନ୍ନତି ହେବ। ରାଜଧାନୀ ଠୁ ମାତ୍ର ୧୪୦ କିଲୋମିଟର ଦୂରରେ ଜଙ୍ଗଲ ପାହାଡ଼ ଘେରା ଭିତରେ ଥିବା ଏ ଗରିବ ଲୋକେ କେବଳ ନିଜ ପିଲାଙ୍କ ପାଠପଢା ପାଇଁ ଚିନ୍ତା କରୁଛନ୍ତି। ଗାଁ ର ସ୍କୁଲ ବନ୍ଦ ହୋଇ ପଡ଼ିଥିବା ଥିବା ବେଳେ ଏ ଜଙ୍ଗଲ ଘାଟି ରାସ୍ତାରେ ପିଲା କୁଆଡେ ଯିବେ । ଏ ଚିନ୍ତା ରେ ଲୁହ ଝରାଉଛନ୍ତି ଗାଁ ଲୋକେ। ୨୪ବର୍ଷର ସରକାର ଏ ଗାଁର କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ିପାରିଲାନି। କେବଳ ଯାହା ଦେଇଥିଲା ମିଛ ପ୍ରତିଶ୍ରୁତି।


ଆଉ ଏମାନେ ଏବେ ଆଶା ରଖିଛନ୍ତି ବର୍ତ୍ତମାନର ସରକାରଙ୍କ ଉପରେ। ଗରିବ ଲୋକ ଟିଏ ମୂଲ ଲାଗିସିନା ପେଟର ଭୋକକୁ ଦୂର କରି ପାରିବ। ହେଲେ ଗାଁ ରେ ସ୍କୁଲ ଟିଏ କେମିତି କରିବ ? ଏ କୁନି କୁନି ପିଲାଙ୍କ ବୟସ ବଢ଼ିବା ସହ ଏ ମାନଙ୍କ ଭବିଷ୍ୟତ ବି ସେତିକି ଅନ୍ଧାର ଭିତରକୁ ଠେଲି ହୋଇ ଯାଉଛି। ଶିକ୍ଷା ର ମୂଲ୍ୟ ଯେ ଗରିବୀ ଠୁ ଆଗରେ ବୋଲି ଏ ଗାଁ ଲୋକେ ବୁଝି ସାରିଛନ୍ତି। କିନ୍ତୁ ଉପାୟ ଶୁନ୍ୟ ହୋଇ ଲୁହ ଝରାଉଛନ୍ତି। ତେବେ ଦେଖାଯାଉ ସରକାରଙ୍କ ନଜର ଶୁଭ ଦୃଷ୍ଟି ଏହି ଗାଁର ପିଲାମାନଙ୍କ ଉପରେ କେବେ ପଡ଼ୁଛି। ତାହା ଦେଖିବାକୁ ବାକି ରହିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
how-is-this-village-where-everyone-is-crying | Argus News