Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସଲା ଆସିଲା ଯୁକ୍ତ ୨ ପରୀକ୍ଷା ଫଳ: CHSEର ଅଫିସିଆଲ୍ ୱେବ୍‌ସାଇଟରେ ରେଜଲ୍ଟ ଉପଲବ୍ଧ

Odisha

CHSE Result / ଆସଲା ଆସିଲା ଯୁକ୍ତ ୨ ପରୀକ୍ଷା ଫଳ: CHSEର ଅଫିସିଆଲ୍ ୱେବ୍‌ସାଇଟରେ ରେଜଲ୍ଟ ଉପଲବ୍ଧ

Rashmita Mishra
Browse all articles by Rashmita Mishra
·13 hours ago·2 min read
ଆସଲା ଆସିଲା ଯୁକ୍ତ ୨ ପରୀକ୍ଷା ଫଳ: CHSEର ଅଫିସିଆଲ୍ ୱେବ୍‌ସାଇଟରେ ରେଜଲ୍ଟ ଉପଲବ୍ଧ
CHSE Result

Key Points

ଆସଲା ଆସିଲା ଯୁକ୍ତ ୨ ପରୀକ୍ଷା ଫଳ । 
ଏଥରବି ବାଜି ମାରିଛନ୍ତି ଝିଅ
ରାଜ୍ୟରେ ଝିଅଙ୍କ ପାସହାର ୮୯.୪୫ ପ୍ରତିଶତ । 
ପୁଅଙ୍କ ପାସହାର ୭୭.୯୭ ପ୍ରତିଶତ । 
ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ ... ଏକାସଙ୍ଗେ ଆସିଲା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ... ଚଳିତ ବର୍ଷ ୪ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା । ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶତ । ପିଲାମାନେ ସିଏଚ୍‌ଏସ୍‌ଇର ୱେବ୍‌ସାଇଟ୍‌ www.orissaresults.nic.in ମାଧ୍ୟମରେ ପରୀକ୍ଷା ଫଳ ଦେଖିପାରିବେ । ତା' ସହିତ ଡିଜି ଲକରରେ ମଧ୍ୟ ଦେଖି ହେବ ପରୀକ୍ଷା ଫଳ ପ୍ରଥମେ RESULT FOR12< ROLL NO> ଲେଖି 56263 କୁ ପଠାନ୍ତୁ । CHSE ଅଫିସରେ ରେଜଲ୍ଟ ପୁସ୍ତକ ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ । 

ମୋଟ- ୪ଲକ୍ଷ ୧ ହଜାର ୬୨୩ ପିଲା ସମସ୍ତ ବିଭାଗରେ ପରୀକ୍ଷା ଦେଇଛନ୍ତି
କଳା- ୨ ଲକ୍ଷ ୫୬ ହଜାର ୭୦୭
ବିଜ୍ଞାନ- ୧ ଲକ୍ଷ ୧୪ ହଜାର ୩୬୩
ବାଣିଜ୍ୟ- ୨୪ ହଜାର ୬୨୧
ଧନ୍ଦାମୂଳକ ଶିକ୍ଷା- ୫ ହଜାର ୯୩୨

CHSE ଅଫିସରେ ରେଜଲ୍ଟ ପୁସ୍ତକ ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ । ବିଜ୍ଞାନରେ ପୁଅଙ୍କ ପାସହାର ୮୭.୪୧, ଝିଅଙ୍କ ପାସହାର ୯୦.୨୪, ବାଣିଜ୍ୟରେ ପୁଅଙ୍କ ପାସହାର ୮୬.୬୭ । 

ଝିଅଙ୍କ ପାସହାର ୯୦.୪୩...  ବିଜ୍ଞାନରେ ପାସହାର ୮୮.୮୦ ପ୍ରତିଶତ, କଳାରେ ପାସହାର ୮୪.୫୦ ପ୍ରତିଶତ, ବାଣିଜ୍ୟରେ ୮୬.୬୭ ପ୍ରତିଶତ ।  ରାଜ୍ୟରେ ପୁଅଙ୍କ ପାସହାର ୭୭.୯୭ ପ୍ରତିଶତ ହୋଇଥିବା ବେଳେ ଝିଅଙ୍କ ପାସହାର ୮୯.୪୫ ପ୍ରତିଶତ ହୋଇଛି । ଏଥରବି ବାଜି ମାରିଛନ୍ତି ଝିଅ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ । 

ପିଲାମାନେ CHSEର ୱେବ୍‌ସାଇଟ୍‌ www.orissaresults.nic.in ମାଧ୍ୟମରେ ପରୀକ୍ଷା ଫଳ ଦେଖିପାରିବେ।  ଅପରାହ୍ନ ୩ଟା ପରେ ୱେବସାଇଟ୍‌ରୁ ପରୀକ୍ଷାର୍ଥୀ ଜାଣିପାରିବେ ରେଜଲ୍ଟ । ଫେବୃଆରୀ ୧୮ରୁ ମାର୍ଚ୍ଚ ୨୮ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ବାର୍ଷିକ ପରୀକ୍ଷା ଦେଇଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CHSE +2 Exam Result Released, Students Can Check Online | Argus News