Videos
|
Odisha

ନନ୍ଦନକାନନରେ କେମିତି ବଢିବ ବାଘ ସଂଖ୍ୟା ଦିଆଯାଉଛି ଅଧିକ ଗୁରୁତ୍ଵ

Rashmita Mishra
Browse all articles by Rashmita Mishra
·1 year ago·1 min read
ନନ୍ଦନକାନନରେ କେମିତି ବଢିବ ବାଘ ସଂଖ୍ୟା ଦିଆଯାଉଛି ଅଧିକ ଗୁରୁତ୍ଵ

Key Points

ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ବାଘ ଚିନ୍ତା
ନନ୍ଦନକାନନରେ କେମିତି ବଢିବ ବାଘ ସଂଖ୍ୟା
ମେଲାନିଷ୍ଟିକ ବାଘର ପ୍ରଜନନକୁ ଦିଆଯାଉଛି ଅଧିକ ଗୁରୁତ୍ଵ

୨୦୧୬ରୁ ନନ୍ଦନକାନନରେ ଏହି ଦିବସର ପାଳନ କରାଯାଉଛି। ଚଳିତ ବର୍ଷର ଥିମ ରହିଛି `ସେଭ ଟାଇଗର'। ଜାତୀୟ ପଶୁ ଭାବେ ପରିଚିତ ବାଘର ସଂଖ୍ୟା ସହ ପ୍ରଜାତି ବୃଦ୍ଧି ପାଇଁ ଏବେ ବଢିଛି ଚିନ୍ତା। ପିଛିଲା ସର୍ଭେ ଅନୁଯାୟୀ ଦେଶରେ ମୋଟ ବାଘ ସଂଖ୍ୟା ରହିଛି ୩୭୦୦ । ନନ୍ଦନକାନନରେ ଅଛନ୍ତି ମୋଟ ୨୯ଟି ବାଘ । ଏଥିମଧ୍ୟରୁ ୧୯ଟି ସାଧାରଣ ରଙ୍ଗର ବାଘ, ୬ଟି ଧଳା ଓ ୪ଟି ମେଲେନାଷ୍ଟିକ ବାଘ ରହିଛନ୍ତି। ନନ୍ଦନକାନନରେ ବାଘଙ୍କ ଵଂଶ ବିସ୍ତାର ପାଇଁ କରାଯାଉଛି ଉଦ୍ୟମ । ମେଲାନିଷ୍ଟିକ ବାଘର ପ୍ରଜନନ ପାଇଁ ଦିଆଯାଉଛି ଅଧିକ ଗୁରୁତ୍ଵ । ନନ୍ଦନକାନନରେ ବାଘଙ୍କ ପ୍ରଜନନ ପାଇଁ ନିକଟସ୍ଥ ଚିଡିଆଖାନାରେ ଏକ୍ସଚେଞ୍ଜ ହେଉଥିବା କହିଛନ୍ତି ସହକାରୀ ବନ ସଂରକ୍ଷକ ।

ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ନନ୍ଦନକାନନରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ସ୍କୁଲ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ୟାଘ୍ର ସୁରକ୍ଷା ପାଇଁ ସଚେତନତା ବାର୍ତ୍ତା ଗ୍ରହଣ କରିଛନ୍ତି । ଛୋଟ ପିଲାଙ୍କ କୁଇଜ୍ ପ୍ରତିଯୋଗିତା, ଦସ୍ତଖତ ଅଭିଯାନ, ଭିଡିଓଗ୍ରାଫି ପ୍ରତିଯୋଗିତା କରାଯାଇଛି। ନାଟକୀୟ ଢଙ୍ଗରେ ବାଘ ସୁରକ୍ଷା ଓ ଵଂଶ ବିସ୍ତାର ଦିଗରେ ବିଭିନ୍ନ ଅଧିକାରୀ ଆଲୋକପାତ କରିଛନ୍ତି। କାର୍ଯ୍ୟକ୍ରମରେ ବ୍ୟାଘ୍ର ସୁରକ୍ଷାକାରୀଙ୍କୁ ସମ୍ମାନିତ କରାଯାଇଛି। ତେବେ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିଥିବା ବେଳେ ନନ୍ଦନକାନନରେ ସତର୍କତା ଜାରି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
how-to-increase-nandankanan-more-importance-is-being-given-to-tiger-numbers | Argus News