|
logo
Live

Argus News - ରଙ୍ଗରେ ଭିଜିଲା ରାଜ୍ୟ: କିଏ କେମିତି ପାଳିଲେ ହୋଲି ?

Odisha

ରଙ୍ଗରେ ଭିଜିଲା ରାଜ୍ୟ: କିଏ କେମିତି ପାଳିଲେ ହୋଲି ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ରଙ୍ଗରେ ଭିଜିଲା ରାଜ୍ୟ: କିଏ କେମିତି ପାଳିଲେ ହୋଲି ?

ଭୁବନେଶ୍ଵର: ଗାଁଠୁ ସହର ସମସ୍ତେ ହୋଲି ଖେଳରେ ମସଗୁଲ୍ । ହୋଲି- ରଙ୍ଗର ପର୍ବ, ଖୁସିର ପର୍ବ । ସମସ୍ତଙ୍କୁ ଏକାଠି କରୁଥିବାର ପର୍ବ । ଏଠି ବୟସର ଭେଦଭାବ ନଥାଏ କି ପଦ ପଦବୀର । ଗାଁଠୁ ସହର ସମସ୍ତେ ରଙ୍ଗର ଏ ପର୍ବରେ ନିଜକୁ ମସଗୁଲ୍ କରିଛନ୍ତି । ବରଷକୁ ଥରେ ଆସିଛି ରଙ୍ଗର ଏ ପର୍ବ । ତେଣୁ କିଏ ବା କାହିଁକି ହାତଛଡ଼ା କରିବ ? ସମସ୍ତେ ମନାଉଛନ୍ତି ଖୁସି, ପରସ୍ପରକୁ ରଙ୍ଗ ଅବିର ଲଗାଇଛନ୍ତି । ଡିଜେର ତାଳେ ତାଳେ ଝୁମିଛନ୍ତି ।


ହୋଲି ଅବସରରେ ପୁରୀରେ ବଲିଉଡର ଡ୍ରିମଗର୍ଲ ହେମାମାଳିନୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ବାସଭବନକୁ ଯାଇ ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।


ରାଉରକେଲାରେ ଦେଖିବାକୁ ମିଳିଛି ନିଆରା ହୋଲି । ଏଠି ରଙ୍ଗ ନୁହେଁ, କାଦୁଅରେ ହୋଲି ଖେଳାଯାଇଛି । ଯୁବଗୋଷ୍ଠୀ ମାନେ ପରସ୍ପରକୁ କାଦୁଅ ବୋଳି ହୋଇ ହୋଲି ପାଳିଛନ୍ତି ।


ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ରଙ୍ଗର ପର୍ବକୁ ବେଶ୍ ଧୁମଧାମରେ ପାଳନ କରାଯାଇଛି । ମାଦକ ଦ୍ରବ୍ୟରୁ ଦୂରେଇ ରହି ଭାଇଚାରାର ପର୍ବକୁ ପାଳନ କରିବାର ବାର୍ତ୍ତା ଦେଇଛନ୍ତି ବାପୁଜୀ ନଗରର କିଛି ବରିଷ୍ଠ ନାଗରିକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କଟକରେ ବି ବେଶ୍ ଧୂମଧାମରେ ହୋଲି ଖେଳା ଯାଇଛି । ନିଜ ପରିବାର ଓ ପ୍ରିୟଜନଙ୍କ ଠାରୁ ଦୂରରେ ରହି କର୍ତ୍ତବ୍ୟରତ ହଜାର ହଜାର ପୋଲିସ ଓ ଟ୍ରାଫିକ କର୍ମଚାରୀ ଓ ନର୍ସିଂ ଅଫିସରଙ୍କୁ ରଙ୍ଗ ଲଗାଇଛନ୍ତି କିଛି ପଥଚାରୀ ।.ଭୁବନେଶ୍ଵରରେ ପୋଲିସ ଅଧିକାରୀ ପାଳିଛନ୍ତି ରଙ୍ଗର ପର୍ବ । ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ବାସଭବନରେ ଅନ୍ୟ ପୋଲିସ ଅଧିକାରୀ ତାଙ୍କ ସହ ଏ ରଙ୍ଗର ପର୍ବରେ ସାମିଲ ହୋଇଥିଲେ ।


ରଙ୍ଗର ପର୍ବ ହୋଲିକୁ ନେଇ ନୂଆପଡ଼ା ଜିଲ୍ଲାର ଖଡ଼ିଆଳରେ ବେଶ୍ ଉତ୍ସାହ । ସିନାପାଲି, ବୋଡେ଼ନ, ଖଡ଼ିଆଳ ବ୍ଲକରେ ସବୁଠି ହୋଲି ଖେଳ ନେଇ ମସଗୁଲ ଲୋକେ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପଦ୍ମପୁର, ଗାଇସିଲେଟ,ଝାରବନ୍ଧ, ପାଇକମାଳ ବ୍ଲକର ବିଭିନ୍ନ ସ୍ଥାନର ହୋଲିର ଧୁମ୍ । ରଙ୍ଗର ଏ ପର୍ବରେ ସମସ୍ତେ ନିଜକୁ ହଜାଇ ଦେଇଛନ୍ତି । ନବରଙ୍ଗପୁରର ଦୁର୍ଗମ ଅଞ୍ଚଳରେ ବି ହୋଲି ପାଳିଛନ୍ତି ଲୋକେ । ରଙ୍ଗର ହୋଲି ଅବସରରେ ଦୀର୍ଘ ପାଞ୍ଚ ଦିନ ଧରି ଦୋଳ ପର୍ବ, ଅଷ୍ଟପ୍ରହାରୀ ଅନୁଷ୍ଠିତ ହୋଇଛି ।


କେବଳ ଦେଶରେ ନୁହେଁ ବିଦେଶରେ ବି ରଙ୍ଗର ପର୍ବକୁ ବେଶ୍ ଉତ୍ସାହର ସହ ମନାଇଛନ୍ତି ପ୍ରବାସୀ ଓଡ଼ିଆ । ସାଉଦି ଆରବରେ ପ୍ରବାସୀ ଓଡ଼ିଆ ପାଳିଛନ୍ତି ହୋଲି । ଜୁବେଲ ସିଟି ଠାରୁ ୪୦ କିଲୋମିଟର ଦୂର ଏକ ଡେଜେର୍ଟ କ୍ୟାମ୍ପରେ ନାଚି, ଗାଇ ଏ ରଙ୍ଗର ପର୍ବକୁ ପାଳିଛନ୍ତି ।

Sponsored
ରଙ୍ଗରେ ଭିଜିଲା ରାଜ୍ୟ: କିଏ କେମିତି ପାଳିଲେ ହୋଲି ? | Argus News