Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପୂର୍ବ ସରକାରରେ ପୋଲିସ ତତ୍ପରତା ଥିଲେ ମାଆ କୋଳରେ ଥାଆନ୍ତେ ପରୀ ,ପିହୁ ଭଳି ଅନେକ ଶିଶୁ

Odisha

ପୂର୍ବ ସରକାରରେ ପୋଲିସ ତତ୍ପରତା ଥିଲେ ମାଆ କୋଳରେ ଥାଆନ୍ତେ ପରୀ ,ପିହୁ ଭଳି ଅନେକ ଶିଶୁ

Rashmita Mishra
Browse all articles by Rashmita Mishra
·1 year ago·3 min read
ପୂର୍ବ ସରକାରରେ ପୋଲିସ ତତ୍ପରତା ଥିଲେ ମାଆ କୋଳରେ ଥାଆନ୍ତେ ପରୀ ,ପିହୁ ଭଳି ଅନେକ ଶିଶୁ

Key Points

୫୦ ଘଣ୍ଟାର ମାରାଥନ ଅପରେସନ ଶୁଭମ
୨୦୦ CCTV ଛାନବିନ, କଠିନ ପରିଶ୍ରମ
କମ ସମୟରେ କରିଦେଖାଇଲା କମିଶନରେଟ ପୋଲିସ
ଥାନାରେ ଅଭିଯୋଗ ପରେ ଅକ୍ସନମୋଡକୁ ଆସିଥିଲା ପୋଲିସ
୪ଟି ଟିମ୍ ଚାରିଆଡେ ଖୋଜିଥିଲେ ଶୁଭମକୁ
ଉଦ୍ଧାର ହେଲା ଶୁଭମ, ପୋଲିସ କବଜାରେ ଅପହରଣକାରୀ
ପୂର୍ବ ସରକାରରେ ପୋଲିସ ତତ୍ପରତା ଦେଖାଇଥିଲେ ମାଆ କୋଳରେ ଏବେବି ଥାଆନ୍ତେ ପରୀ ,ପିହୁ ଭଳି ଅନେକ ଶିଶୁ

ରାଜଧାନୀ ହାଇ ସିକ୍ୟୁରିଟି ଜୋନ ଭିତରୁ ଦୃଷ୍ଟି ବାଧିତ ମାଆ କୋଳରୁ ଅପହୃତ ହୋଇଥିବା ଦୁଇ ବର୍ଷର ଶିଶୁ ପୁତ୍ରକୁ ଖୋଜି ବାହାର କରିବା ପୋଲିସ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ଥାନାରେ ଅଭିଯୋଗ ପରେ ସଙ୍ଗେ ସଙ୍ଗେ ଆକ୍ସନମୋଡକୁ ଆସିଥିଲା ପୋଲିସ । ନିଜେ ମୁଖ୍ୟମନ୍ତ୍ରୀ ଓ ସିଏମଓ ଅଫିସ ମଧ୍ୟ ଘଟଣାକୁ ବେଶ ଗୁରୁତର ସହ ନେଇଥିଲେ ।

କେମିତି ହୋଇଥିଲା ଅପରେସନ ଶୁଭମ
ଯେହେତୁ ରାତି 2ଟାରେ ଅପହରଣ ହେଲା, ପୋଲିସର ପ୍ରଥମ ସନ୍ଦେହ ଥିଲା ଅପହରଣକାରୀ ଶୁଭମକୁ ଟ୍ରେନରେ ନେଇ ଯାଇଥାଇପାରେ । ତେଣୁ ରାମ ମନ୍ଦିର ଏବଂ ଆଖପାଖ ଅଞ୍ଚଳ, ରେଲୱେ ଷ୍ଟେସନର ସିସି ଟିଭି ଛାନବିନ କରିଥିଲା ପୋଲିସ। ହ୍ୟୁମାନ ଇଣ୍ଟେଲିଜେଣ୍ଟ, ଟେକ୍ନିକାଲ ଇଣ୍ଟେଲିଜେଣ୍ଟ ଏବଂ ସିସି ଟିଭିକୁ ଆଧାରକରୀ ତଦନ୍ତ କରିଥିଲା । ସ୍ମାର୍ଟ ସିଟି ସିସିଟିଭିରୁ ଅପହରଣକାରୀ ରାସ୍ତା ପାରହେଉଥିବାର ଚିତ୍ର ମିଳିଥିଲା । ଅଧିକ ଖୋଳ ତାଡ଼ ପରେ ମାଷ୍ଟର କ୍ୟାଣ୍ଟିନ ରେଳ ଷ୍ଟେସନକୁ ପିଲାକୁ ଧରି ପଶୁଥିବାର ଆଉ ଏକ ସିସିଟିଭି ଚିତ୍ର ମିଳିଥିଲା । ପିଲା ଚୋରି ରାକେଟ ସନ୍ଦେହକରୀ ପୋଲିସର ୪ଟି ଟିମ ବାଲେଶ୍ଵର, ଭଦ୍ରକ, କଲିକତା ଏବଂ ନୟାଗଡ଼କୁ ଯାଇଥିଲା । ବାଲେଶ୍ଵର ଷ୍ଟେସନରୁ ଅପହରଣକାରି, ଅପହୃତ ଶିଶୁ ଓ ମହିଳାଙ୍କ ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା । ବାଲେଶ୍ଵର ଷ୍ଟେସନ ପାଖରେ ଛାନବିନ ପରେ ଏକ ଅଟୋରେ ବସି ଉଭୟ ଫେରାର ହୋଇଯାଇଥିବା ପୋଲିସ ଜାଣିବାକୁ ପାଇଥିଲା ।

ଅଟୋ ନମ୍ବରରୁ ଅଟୋଚାଳକଙ୍କୁ ଠାବ କରିଥିଲା ପୋଲିସ । ପଚରା ଉଚରା ପରେ ଅପହରଣକାରୀ ଏବଂ ତାସହ ଲିଙ୍କ ରେ ଥିବା ମହିଳାଙ୍କୁ ଏକ ନିର୍ଦିଷ୍ଟ ସ୍ଥାନରେ ଛାଡିଥିବା କହିଥିଲା । ପୋଲିସ ସେଠାରେ ଖୋଳ ତାଡ଼ ପରେ ଦୁଇଟି ବାଇକ ଯୋଗେ ଅପହରଣକାରି ଏବଂ ମହିଳା ଅଲଗା ଅଲଗା ଦିଗରେ ସେଠାରୁ ପଳାଇ ଥିବା ଜଣା ପଡିଥିଲା । ବାଇକ ନମ୍ବରକୁ ଟ୍ରାକ କରି ମହିଳାଙ୍କ ପାଖରେ ପହଞ୍ଚିଥିଲା ପୋଲିସ । ବାଇକ ଚାଳକଙ୍କ ଠାରୁ ତଥ୍ୟ ପାଇ ମହିଳାଙ୍କ ଘରେ ଚଢ଼ାଉ କରିଥିଲା । ସେଠାରୁ ମହିଳା ଏବଂ ଅପହୃତ ଶିଶୁକୁ ଉଦ୍ଧାର କରିଥିଲା ପୋଲିସ । ତାଠାରୁ ତଥ୍ୟ ନେଇ ଅପହରଣକାରିକୁ ପୁରୀ ରୁ ଧରିଥିଲା । ଧରା ନ ପଡିବା ପାଇଁ କୁନି ଶିଶୁଟିର ଆଗ ଚୁଟି କାଟିବା ସହ ଝିଅ ଡ୍ରେସ ପିନ୍ଧାଇ ଦେଇଥିଲେ । ଏହି ଘଟଣା ପଛରେ ଅଙ୍ଗ ତସ୍କରି ଏବଂ ଅପହରଣ ପଛରେ ମାନବ ଚାଳନ ରାକେଟ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

କାହିଁକି ହେଲା ଏହି ଅପହରଣ ଅଭିଯୁକ୍ତ କେଦାରସନ ପଣ୍ଡା ଖୋଲିଛି ଅପହରଣ ପଛର ରହସ୍ୟ । ବାଲେଶ୍ୱର ବୋଇତା ଗାଁର ବିବାହିତା ମହିଳାଙ୍କ କଥାରେ ପଡି କେଦାରସନ ଶୁଭମକୁ ଅପହରଣ କରିଥିଲା । ବିବାହିତା ମହିଳା ଝେଲମ ରାଣୀ ପଣ୍ଡାଙ୍କର 9ବର୍ଷର ପୁଅର କିଡ଼ନୀ ଖରାପ ଥିଲା । ଆଉ ଗୋଟେ ପିଲାକୁ ପାଳିବା ପାଇଁ ସେ ଚାହୁଁଥିଲା । ଅପହରଣ ଦୁଇଦିନ ପୂର୍ବରୁ ରାମ ମନ୍ଦିରରେ ଦୁଇ ବର୍ଷର ଶିଶୁକୁ ଠାବ କରିଥିଲା । ଏପରିକି ଭିଡ଼ିଓ କଲ କରି ଝେଲମକୁ ଦେଖାଇଥିଲା । ଏହାପରେ ତିଆରି ହୋଇଥିଲା ଅପହରଣର ବ୍ଲୁ ପ୍ରିଣ୍ଟ ।

ପୂର୍ବରୁ ବିଜେଡି ସରକାର ସମୟରେ ନିଖୋଜଙ୍କୁ ଠାବ କରିବାକୁ ନିଆଯାଉ ନଥିଲା ପର୍ଯ୍ୟାପ୍ତ ପଦକ୍ଷେପ । ଏବେ ବି ପିହୁ ଭଳି ଅନେକ ପିଲାଙ୍କର ମିଳୁନି ପତ୍ତା । ସେହିପରି ପରୀ ନିଖୋଜ ହେବାର କିଛି ଦିନ ପରେ ତାର ମୃତଦେହ ଠାବ ହୋଇଥିଲା । ସେତେବେଳେ ତତ୍ପରତା ପ୍ରକାଶ କରୁନଥିଲା ପୋଲିସ । ଏପରିକି ଏଫଆଇଆର ମଧ୍ୟ ରଖୁନଥିଲା ପୋଲିସ । ୨୦୨୦-୨୪ ମଧ୍ୟରେ ଶିଶୁ ନିଖୋଜର ବିଧାନସଭା ତଥ୍ୟ କହୁଛି ୪ ବର୍ଷରେ ୮ହଜାର ୪୦୩ ଜଣ ଶିଶୁ ନିଖୋଜ ହୋଇଛନ୍ତି । ୪ ବର୍ଷରେ ମାତ୍ର ୧୮ ଶହ ୫୭ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ୬ ହଜାର ୫୦୦ରୁ ଅଧିକ ଶିଶୁଙ୍କର ମିଳୁନି ପତ୍ତା । ୬ ହଜାର ୫୦୦ ଶିଶୁ ଏବେ ବି ନିଖୋଜ । ଏବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ତତ୍ପର ହୋଇଛି ପୋଲିସ । ଦିନ ରାତି ଏକ କରି ଶିଶୁପୁତ୍ରରୁ ଖୋଜି ପାଇଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
how-was-operation-shubham | Argus News