Odisha vaccination / ଆଜି ଠାରୁ ରାଜ୍ୟରେ HPV ଟୀକା, ସମସ୍ତ ଡାକ୍ତରଖାନାରେ ମିଳିବ ଟୀକା
·4 months ago·2 min read

Key Points
ଆଜି ଠାରୁ ଓଡିଶାରେ ମାଗଣା HPV ଟିକା
ମାଗଣାରେ ଦିଆଯିବ ଟିକା
ଜରାୟୁ କର୍କଟରୁ ସୁରକ୍ଷା ଦେବାକୁ HPV ଟିକା
ମାଗଣାରେ ଦିଆଯିବ ଟିକା
ଜରାୟୁ କର୍କଟରୁ ସୁରକ୍ଷା ଦେବାକୁ HPV ଟିକା
ଆଜି ଠାରୁ ରାଜ୍ୟରେ ହ୍ୟୁମାନ ପାପିଲୋମା ଭାଇରସ୍ ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯିବ। ଯେଉଁମାନେ ଟିକା ନେବାକୁ ଚାହିଁବେ ସେମାନେ ଅଧାର କାର୍ଡ ସହିତ ବୟସ ପ୍ରମାଣପତ୍ର ନେଇ ୟୁୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବେ। ଏହାପରେ ଟିକା ନେଇପାରିବେ । ୧୪ରୁ ୧୫ ବର୍ଷର କିଶୋରୀ ବା ସେମାନଙ୍କ ଅଭିଭାବକ ନିଜ ମୋବାଇଲ୍ରେ ୟୁୱିନ୍ ପୋର୍ଟାଲକୁ ଯାଇ ସେଠାରେ ଆଧାରକାର୍ଡ ଓ ବୟସ ପ୍ରମାଣପତ୍ର ଅପଲୋଡ୍ କରିଲା ପରେ ଏକ ଓଟିପି ଆସିବ। ପଞ୍ଜୀକରଣ ପରେ ଟିକା ନେବାକୁ ଯାଇହେବ । ଏହାବ୍ୟତୀତ ଡାକ୍ତରଖାନାକୁ ଯାଇ ସେଠାରେ ମଧ୍ୟ ପଞ୍ଜୀକରଣ କରି ଟିକା ନେଇହେବ।
ଆଜି ଠାରୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, କମ୍ୟୁନିଟି ହେଲ୍ଥ ସେଣ୍ଟର, ଉଚ୍ଚ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏନ୍ପିଭି ଟିକା ପ୍ରଦାନ କରାଯିବ। ରବିବାର ରାଜ୍ୟରେ ୬୪୭ ଜଣ କିଶୋରୀ ଏନ୍ପିଭି ଟିକା ନେଇଛନ୍ତି । ଜରାୟୁ କର୍କଟରୁ ସୁରକ୍ଷା ଦେବାକୁ ଏଚ୍ପିଭି ଟିକା ପ୍ରଦାନ କରାଯାଉଛି। ଓଡ଼ିଶାରେ ପ୍ରଥମ ଦଫାରେ ୩ ମାସ ଭିତରେ କେବଳ ୧୪ରୁ ୧୫ ବର୍ଷ ବୟସ ମଧ୍ୟରେ ପ୍ରାୟ ୩.୩୬ ଲକ୍ଷ କିଶୋରୀଙ୍କୁ ଟିକା ଦିଆଯିବ। ଏହି ୩ ମାସ ପରେ ଅନ୍ୟ ବୟସର କିଶୋରୀ ଓ ମହିଳାଙ୍କୁ ଟିକା ପ୍ରଦାନ ପାଇଁ ଯୋଜନା ରହିଛି।
ଦେଶର ଝିଅମାନେ ସୁସ୍ଥ ରହିଲେ ହିଁ ଭାରତ ସମୃଦ୍ଧ ହେବ । ଏହି ସଂକଳ୍ପ ନେଇ ଗତ ଫେବୃଆରୀ ୨୮ ତାରିଖରେ ରାଜସ୍ଥାନର ଅଜମେରରୁ ଏକ ଐତିହାସିକ ଅଭିଯାନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ଭିଇକାଲ କ୍ୟାନ୍ସର ବା ଜରାୟୁ ମୁଖ କର୍କଟ ଭଳି ମାରାତ୍ମକ ରୋଗରୁ ଦେଶର କୋଟିକୋଟି କିଶୋରୀଙ୍କୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି HPV ଟୀକାକରଣ କାର୍ଯ୍ୟକ୍ରମ । ଡାକ୍ତରୀ ବିଜ୍ଞାନ ଅନୁସାରେ, HPV ଭୂତାଣୁ ସଂସ୍ପର୍ଶରେ ଆସିବା ପୂର୍ବରୁ ଏହି ଟୀକା ଦିଆଗଲେ ସବୁଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଏ । ଏହି ବୟସରେ ଟୀକା ନେବା ଦ୍ୱାରା ଶରୀରରେ ଦୀର୍ଘସ୍ଥାୟୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୁଏ, ଯାହା ଭବିଷ୍ୟତରେ କ୍ୟାନ୍ସର ହେବାର ଆଶଙ୍କାକୁ କମାଇଦିଏ ।
କ’ଣ ଏହି ଅଭିଯାନ?
ପ୍ରତିବର୍ଷ ୧.୧୫ କୋଟି କିଶୋରୀଙ୍କୁ ହ୍ୟୁମାନ ପାପିଲୋମା ଭାଇରସ୍- HPV ଟୀକା ଦିଆଯିବ
କେବଳ ୧୪ ବର୍ଷ ବୟସର ଝିଅମାନଙ୍କୁ ଏହି ଟୀକାକରଣ ପରିସରଭୁକ୍ତ କରାଯାଇଛି
ସିଙ୍ଗିଲ୍ ଶଟ୍ 'ଗାର୍ଡାସିଲ୍-୪' ଟୀକା HPV-୧୬ ଓ ୧୮ ଭଳି ଭୂତାଣୁରୁ ସୁରକ୍ଷା ଦେବ
ସରକାରୀ ହସ୍ପିଟାଲ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ମିଳିବ
ସେହିପରି ରାଜ୍ୟସ୍ତରୀୟ ଏହି ଟୀକାକରଣ ଅଭିଯାନକୁ ଭୁବନେଶ୍ୱର କୃଷି ଭବନରୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । HPV ନିବାରଣ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ରାଜ୍ୟରେ ୧୪ରୁ ୧୫ ବର୍ଷ ବୟସ୍କ ୩ ଲକ୍ଷ ୩୬ ହଜାର କିଶୋରୀଙ୍କୁ ଟୀକାକରଣ କରାଯିବ । ଆସନ୍ତା ୩ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ । ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ମାଗଣା ମିଳିବ । କୋଲ୍ଡ ଚେନର ସଠିକ୍ ବ୍ୟବସ୍ଥା ସହିତ ଟୀକାକରଣ ଅଭିଯାନକୁ ସଫଳତାର ସହ ସମାପନ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories