Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଳିଆ ଗଦାରେ ପଡିଛି କୁଢ଼ କୁଢ଼ ମେଡିସିନ

Ritu Das
Browse all articles by Ritu Das
·12 months ago·1 min read
ଅଳିଆ ଗଦାରେ ପଡିଛି କୁଢ଼ କୁଢ଼ ମେଡିସିନ

Key Points

ଅଳିଆ ଗଦାରେ ପଡିଛି କୁଢ଼ କୁଢ଼ ଔଷଧ

ତାହା ପୁଣି ସରକାରୀ ଔଷଧ

ଏଭଳି ଚିତ୍ର ଦେଖିବାକୁ ମିଳିଛି ଉଦଳା ମେଡିକାଲ ପରିସରରେ ଥିବା ଅଳିଆ ଗଦାରେ

ଅଳିଆ ଗଦାରେ ପଡିଛି କୁଢ଼ କୁଢ଼ ଔଷଧ। ତାହା ପୁଣି ସରକାରୀ ଔଷଧ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଉଦଳା ମେଡିକାଲ ପରିସରରେ ଥିବା ଅଳିଆ ଗଦାରେ। ଉଦଳା ଉପଖଣ୍ଡ ଡାକ୍ତରଖାନାର ଥିବା ଅଳିଆ ଗଦାରେ ପଡିଛି କୁଢ଼ କୁଢ଼ ସରକାରୀ ଔଷଧ। ତା ମଧ୍ୟରୁ ଅଳ୍ପ କେତେକ ଏକ୍ସପାଏର ହୋଇଥିବା ବେଳେ କିଛି ଭଲ ଔଷଧ ଏବଂ ଲୋସନ ରହିଛି। ଆଜିଥ୍ରୋମାଇସିନ, ଆଲବେଣ୍ଡଜାଲ, ଆଇରନ ଔଷଧ ସହିତ ପକେଟ ଭର୍ତ୍ତି ଲୋସନ ମଧ୍ୟ ଅଳିଆ ଗଦାରେ ପଡିଛି। ପକେଟ ପକେଟ ଔଷଧ ଅଳିଆ ଗଦାରେ ପଡ଼ିଥିବା ବେଳେ ତାହା ଉପରେ କାହାରି ନଜର ନାହିଁ। କିଏ ଏବଂ କଣ ପାଇଁ ସରକାରୀ ଔଷଧ ତାହା ପୁଣି ଡାକ୍ତରଖାନା ପରିସରରେ ପକାଇଲା ତାହାକୁ ନେଇ ବଢୁଛି ସନ୍ଦେହ।


ସରକାରୀ ଔଷଧ ଏମିତି ମେଡିକାଲ ଭିତରୁ ଯାଇ ଅଳିଆ ଗଦାରେ ପଡିବା ବାବଦରେ ଉପଖଣ୍ଡ ଚିକିତ୍ସାଅଧିକାରୀଙ୍କୁ ପଚାରିବାରୁ ସେ କିଛି କହି ନ ଥିବା ମେଡିସିନ ଷ୍ଟୋର ଇନଚାର୍ଜ ଙ୍କୁ ଘଟଣା ବାବଦରେ ପଚାରିବାରୁ କିଏ ଏବଂ କଣ ପାଇଁ ଫୋପାଡ଼ିଛି ତାହା ସେ କହି ପାରିବେ ନାହିଁ ବୋଲି କହିଛନ୍ତି। ତା ସହିତ କେଉଁ ୱାର୍ଡରୁ ଏହି ଔଷଧ ଅଳିଆ ଗଦାକୁ ଯାଇଛି ତାହା ସେ ଜାଣି ନ ଥିବା କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
huge-amount-of-medicines-are-in-the-dumpingyard | Argus News