Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ସୃଷ୍ଟି ହେବାକୁ ଯାଉଛି ବଡ଼ ନିଯୁକ୍ତି ସୁଯୋଗ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଓଡ଼ିଶାରେ ସୃଷ୍ଟି ହେବାକୁ ଯାଉଛି ବଡ଼ ନିଯୁକ୍ତି ସୁଯୋଗ

Key Points

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ଘରୋଇ ପୁଞ୍ଜିନିବେଶ କ୍ଷେତ୍ରରେ ବଡ଼ ବାଜି ମାରିଛି ଓଡ଼ିଶା।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ X ଯୋଗେ ଏହି ସୂଚନା ଦିଆଯାଇଛି।

ପୁଞ୍ଜି ନିବେଶ ପାଇଁ ଓଡ଼ିଶାର ବଢୁଛି ଚାହିଦା। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ପୁଞ୍ଜି ନିବେଶକଙ୍କ ପାଇଁ ଅଗ୍ରଣୀ ରାଜ୍ୟ ହୋଇଛି ଓଡ଼ିଶା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଡବଲ ଇଂଜିନ୍ ସରକାର ଦ୍ବାରା ପୁଞ୍ଜି ନିବେଶକ ମାନଙ୍କ ପାଇଁ ପ୍ରଚୁର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୪୦ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ରହିଛି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଓ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତୁତ ହେଉଛି ରୋଡ ମ୍ୟାପ୍।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ଘରୋଇ ପୁଞ୍ଜିନିବେଶ କ୍ଷେତ୍ରରେ ବଡ଼ ବାଜି ମାରିଛି ଓଡ଼ିଶା। CMIE ରିପୋର୍ଟ ଅନୁଯାୟୀ ଘରୋଇ ପୁଞ୍ଜି ନିବେଶରେ ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଛି ଓଡ଼ିଶା । ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ବାର୍ଟରରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି ଯାହା ସାରା ଦେଶରେ ହୋଇଥିବା ମୋଟ ନିବେଶର ୪୦%। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ X ଯୋଗେ ଏହି ସୂଚନା ଦିଆଯାଇଛି। ଲୋକଙ୍କ ସରକାରରେ ପୁଞ୍ଜି ନିବେଶବଢିବା ସହ ଅର୍ଥନୀତି ସୁଦୃଢ ହେଉଥିବା କୁହାଯାଇଛି। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ସାରା ଓଡ଼ିଶା ପାଇଁ ଏହା ଗର୍ବର ବିଷୟ।

ଓଡ଼ିଶା ସରକାରଙ୍କ ଶିଳ୍ପ ଅନୁକୁଳ ନୀତି ଯୋଗୁଁ ପୁଞ୍ଜି ନିବେଶ ଆକର୍ଷିତ କରିବାରେ ଓଡ଼ିଶା ରେକର୍ଡ କରିଥିବା କହିଛନ୍ତି ବିଶେଷଜ୍ଞ।

ଓଡ଼ିଶାକୁ ଏହି ବଡ଼ ପୁଞ୍ଜିନିବେଶ ଆସିବା ପଛରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟିର ରହିଛି ବଡ଼ ଭୂମିକା। ଜାନୁଆରୀରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଓଡ଼ିଶାରେ ନିବେଶ ପାଇଁ ଦେଶ ବିଦେଶର ଶିଳ୍ପପତିଙ୍କୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ଆଉ କହିଥିଲେ ଓଡ଼ିଶାରେ ନିବେଶ ପାଇଁ ଏହା ପ୍ରକୃଷ୍ଟ ସମୟ।

ଓଡ଼ିଶାରେ ନିବେଶକଙ୍କୁ ଆକର୍ଷିତ କରିବାକୁ ଗତ ବର୍ଷେ ଭିତରେ ଅନେକ ପ୍ରୟାସ କରିଛନ୍ତି ରାଜ୍ୟ ସରକାର। ନିଜେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ ସିଙ୍ଗାପୁର ଓ ଦୁବାଇ ଯାଇ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ। ଗତ ଜାନୁଆରୀରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ନିବେଶକଙ୍କୁ ଆକର୍ଷିତ କରିବାରେ ବଡ଼ ସଫଳତା ହାସଲ କରିଥିଲା ଓଡ଼ିଶା। ଏଥିରେ ରେକର୍ଡ 16.73କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିଲା। ଯାହାଦ୍ବାରା 12ଲକ୍ଷ 88 ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରୁ ଇତିମଧ୍ୟରେ କେତେକର କାମ ଆରମ୍ଭ ହୋଇସାରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Huge employment opportunities are going to be created in Odisha | Argus News