Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Fake Currency / ବ୍ୟାଗ ଖୋଲିଲେ ବାହାରୁଛି ବିଡ଼ା ବିଡ଼ା ଜାଲି ନୋଟ୍

Banajyotshna Ray
Browse all articles by Banajyotshna Ray
·7 months ago·2 min read
ବ୍ୟାଗ ଖୋଲିଲେ ବାହାରୁଛି ବିଡ଼ା ବିଡ଼ା ଜାଲି ନୋଟ୍

Key Points

ପର୍ଶ ଖୋଲିଲେ ବାହାରୁଛି ବିଡ଼ା ବିଡ଼ା ଜାଲି ନୋଟ୍
ଶହେ ଦୁଇ ଶହରୁ ନେଇ ରହିଛି ପାଞ୍ଚ ଶହ ଟଙ୍କିଆ ନୋଟ୍
ଆପଣଙ୍କ ପକେଟରେ ଥିବା ନୋଟ୍ ଅସଲି ତ? ଆପଣମାନେ ଭାବୁଥିବେ ହଠାତ୍ କାହିଁକି ଏ ପ୍ରଶ୍ନ ମନକୁ ଆସିଲା । ଏଇଥିପାଇଁ ଯେ, ପୁରୀରେ ଚାଲିଛି ଜାଲ୍‌ ନୋଟ୍‌ କାରବାର। ପର୍ଶ ଖୋଲିଲେ ବାହାରୁଛି ବିଡ଼ା ବିଡ଼ା ଜାଲି ନୋଟ୍ । ଶହେ, ଦୁଇ ଶହରୁ ନେଇ ରହିଛି ପାଞ୍ଚ ଶହ ଟଙ୍କିଆ ଜାଲ୍‌ ନୋଟ୍। ଜାଲ ନୋଟ୍ ଦେଇ ଦୋକାନୀଙ୍କୁ ଭୂତାଉଛନ୍ତି ମହିଳା । ମୀରା ଶାହା ନାମକ ଜଣେ ମହିଳା ପୁରୀରେ ଦୋକାନୀଙ୍କୁ ଠକିବାକୁ ଏଭଳି କାରନାମା କରିଥିବା ଜଣାପଡଛି । ପୁରୀ ମାଟିଆ ପଡ଼ାର ଅରୁଣ କୁମାର ସାହୁ ନାମକ ଜଣେ ଦୋକାନୀଙ୍କଠାରୁ ଆଇସ୍କ୍ରିମ୍ କିଣିଥିଲେ ଉକ୍ତ ମହିଳା।

ତେବେ 40 ଟଙ୍କାର ଆଇସ୍କ୍ରିମ୍ ଖାଇ 200 ଟଙ୍କାର ନୋଟ ବଢ଼ାଇଥିଲେ ।ବାକି 160 ଟଙ୍କା ଫେରାଇ ଥିଲେ ଦୋକାନୀ । ପରେ ସନ୍ଦେହ ହେବାରୁ ମହିଳାଙ୍କୁ ଧରିଥିଲେ । ସ୍ଥାନୀୟ ଲୋକ ପୋଲିସର ଜିମା ଦେବା ପରେ ଏହି ଟଙ୍କା ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସଫେଇ ଦେଉଛନ୍ତି ମହିଳା । କିନ୍ତୁ ମହିଳା ଏଭଳି ବାରମ୍ବାର ଚଞ୍ଚକତା କରି ଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଜାଲ ନୋଟ୍ ଦେଇ ଦୋକାନୀଙ୍କୁ ଭୂଆଁ ବୁଲାଉଥିଲେ ମହିଳା । ଧରା ପଡ଼ିବା ପରେ ମିଛ କଥା କହୁଥିଲେ। ଏହା ଥରେ କି ଦୁଇ ଥର ନୁହେଁ, ଆଗରୁ ମହିଳା ଜଣଙ୍କ ଏପରି ଅନେକ ଥର ଠକିଥିବା ଦାବି ହେଉଛି। ହେଲେ କେବେ ଧରା ପଡ଼ୁନଥିଲେ ବୋଲି ଆରାମରେ ମୁକୁଳି ଯାଉଥିଲେ। କିନ୍ତୁ କୁହାଯାଏ ନା କି ଚୋର ଘର କେବେ ବି ଅନ୍ଧାର ନଥିବ। ଠିକ ସେହିପରି ଆଜି ଧରାପଡ଼ିଛନ୍ତି ମହିଳା ଜଣଙ୍କ। ପୋଲିସ ମହିଳାଙ୍କୁ ଅଟକ ରଖିଛି। ଏହାସହ ତନାଘନା ଜାରି ରହିଛି।

କେବଳ ଯେ, ପୁରୀରେ ଏଭଳି ଘଟଣା ଘଟୁଛି ତାହା ନୁହେଁ, ଏହା ପୂର୍ବରୁ ମଧ୍ୟ ରାଜଧାନୀ ଭୁବନେଶ୍ୱରରୁ ଜାଲ୍‌ ନୋଟ କାରବାର ଘଟଣା ସାମ୍ନାକୁ ଆସିଥିଲା। ଥାକ ହୋଇ ଥୁଆ ହୋଇଥିଲା ଟଙ୍କା । ଲକ୍ଷେ ୯୩ ହଜାର ଟଙ୍କା । ଅସଲି ନୁହେଁ ନକଲି ବା ଜାଲ୍‌ ନୋଟ୍‌ ଟଙ୍କା । ଏହାକୁ ଦେଖି ପୋଲିସ ଆଖି ବି ଧୋକା ଖାଇଯାଇଥିଲା । ପାଖରେ ଦେଖି ବିଶ୍ୱାସ କରି ପାରି ନଥିଲା । ବର୍ଷ ବର୍ଷ ଧରି ପୋଲିସକୁ ଭକୁଆ ବନାଇ ରାଜ୍ୟ ସାରା ଘୂରି ବୁଲୁଥିଲେ କିଛି ନକଲି ପୋଲିସ । ଜାଣି ଆଶ୍ଚର୍ୟ୍ୟ ହେବେ, ଜାଲ ନୋଟ କାରବାର ପାଇଁ ପୋଲିସ ପୋଷାକକୁ ଢାଲ କରିଥିଲେ। ବେଧଡକ ଭାବେ ନକଲି ପୋଲିସ ପୋଷାକ ପିନ୍ଧି ରାଜ୍ୟ ସାରା ଘୁରି ବୁଲୁଥିଲେ । ପରେ ଧରାପଡ଼ିଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Fake Currency | Fake Currency | Massive Fake Currency Seized as Bag Opens | Argus News | Argus News