Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Human death mystery / ହ୍ୟୁମାନ୍ ମୃତ୍ୟୁ ଉପରୁ ଉଠିବ ପରଦା...

Rashmita Mishra
Browse all articles by Rashmita Mishra
·6 months ago·2 min read
ହ୍ୟୁମାନ୍ ମୃତ୍ୟୁ ଉପରୁ ଉଠିବ ପରଦା...
Human death mystery

Key Points

ହ୍ୟୁମାନ୍ ମୃତ୍ୟୁ ଉପରୁ ଉଠିବ ପରଦା ।
ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା କମିଶନରେଟ ପୋଲିସ । 

ହ୍ୟୁମାନ୍ ମୃତ୍ୟୁ ଉପରୁ ଉଠିବ ପରଦା । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା କମିଶନରେଟ ପୋଲିସ । ମାଆଙ୍କ ଏତଲା ଆଧାରରେ ରୁଜୁ ହେଲା ମାମଲା । ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡାଙ୍କ ସୂଚନା । ଏତଲା ଭୁକ୍ତ ସଭିଙ୍କୁ ସମନ କରି ପଚରାଉଚରା କରିବ ପୋଲିସ ।

ରବିବାର କଟକ ମର୍କତନଗର ଥାନାରେ ଦେଇଛନ୍ତି ଏତଲା । ଯେଉଁଥିରେ ଶେଫାଳି ସୁନା ହ୍ୟୁମାନଙ୍କୁ ନିର୍ଯାତନା, ମାନହାନି ମକଦ୍ଦମା ଓ ପରିବାରରୁ ଅଲଗା ହେବା କଥା ଉଠାଇଛନ୍ତି । ଏସବୁ ଦିଗରେ ପୋଲିସ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ଶେଫାଳି ।

ଏତଲାରେ ଲେଖିଛନ୍ତି, "ହଠାତ୍ ବୋହୂ ଶ୍ରେୟା ମିଶ୍ର, ହ୍ୟୁମାନ୍ ଓ ମୋ ବିରୋଧରେ ଏକାଧିକ ଅଭିଯୋଗ ଆଣିଥିଲେ । ସେ ସବୁ ଅଭିଯୋଗ ମଛ ଥିଲା, ତାର କୌଣସି ପ୍ରମାଣ ନାହିଁ । ଯାହାକି ଅତ୍ୟଧିକ ମାନସିକ ଚାପ ସହ ସମାଜ, ବୃତ୍ତିଗତ, ଭାବାତ୍ମକ ଏବଂ ଶାରିରୀକ ଭାବେ ହ୍ୟୁମାନ ଓ ମୋତେ ଅସ୍ଥିର କରିଥିଲା ।"

ସେ ସମୟରେ ଅନେକ କଥା ମିଡିଆରେ ଆସିଲା । ଅନେକ ସାକ୍ଷାତକାର ଦିଆଗଲା । ସେ ସବୁକୁ ପୋଲିସ ଦେଖି ତଦନ୍ତ କରୁ । ଏପରିକି ହ୍ୟୁମାନଙ୍କୁ ତାଙ୍କ ଝିଅ ନ୍ୟୁ ଆଙ୍ଗେଲ୍ ସାଗରଙ୍କ ସହ ଭେଟିବାକୁ ଦିଆ ଯାଉ ନଥିଲା । ଯାହା ହ୍ୟୁମାନ ଓ ଶେଫାଳିଙ୍କୁ ଗଭୀର ଆଘାତ ଦେଇଥିଲା । ସେ ଦିଗରେ ତଦନ୍ତ ଦାବି କରିଛନ୍ତି ଶେଫାଳି ।

ହ୍ୟୁମାନଙ୍କ ବୃତିଗତ ଜୀବନ ସହ ୩ରୁ ୪ ବର୍ଷ ଭିତରେ ଶଂଶ୍ଲିଷ୍ଟ ଥିବା ତାଙ୍କ ପତ୍ନୀ ଶ୍ରେୟା ମିଶ୍ର ଏବଂ ପରିବାରକୁ ଶେଫାଳି ବିବାଦକୁ ଟାଣିଛନ୍ତି । ହ୍ୟୁମାନଙ୍କ ଚିକିତ୍ସା କରୁଥିବା ଡାକ୍ତର ଶୁଭେନ୍ଦୁ ମିଶ୍ରଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଏତଲାରେ ଦାବି କରିଛନ୍ତି ।

ଏଥିସହ ଅର୍ପିତା ଚୌଧୁରୀ ଓ ପରିବାର, ସୋମେଶ ଶତପଥି, ଦିନେଶ ବେହେରା, ଏମଡି ଅବିଦ (ବବଲୁ), ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତି ଆଦିଙ୍କ ସମ୍ପୃକ୍ତି ନେଇ ପୋଲିସ ତଦନ୍ତ କରୁ । ସେମାନେ ହ୍ୟୁମାନଙ୍କ ସହ କଣ କଥା ହୋଇଛନ୍ତି, ଇମେଲ୍‌ରେ କଣ ପଠାଇଛନ୍ତି, କେତେ ଟଙ୍କାର ଦେଣନେଣ ହୋଇଛି, କେତେଥର ଭେଟିଛନ୍ତି ସେ ସବୁ ଦିଗରେ ଯାଞ୍ଚ ପାଇଁ ଦାବି କରିଛନ୍ତି ଶେଫାଳି ସୁନା ।

ଅର୍ପିତାଙ୍କ ନାଁରେ ହ୍ୟୁମାନଙ୍କ ସମ୍ପତ୍ତି !
ଏତଲାରେ ହ୍ଯୁମାନଙ୍କ ସମ୍ପତ୍ତି ଓ ଆର୍ଥିକ କାରବାର କଥା ଲେଖିଛନ୍ତି ଶେଫାଳି । ନୂଆ କରି ହ୍ୟୁମାନ କରିଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର ସହ ଜଡ଼ିତ। ଅର୍ପିତାଙ୍କ ସହ ସୋମେଶ ସତପଥିଙ୍କ ସମ୍ପର୍କ ରହିଠି । ଭୁବନେଶ୍ଵରରେ ଥିବା ଷ୍ଟୁଡିଓରେ ଲାଗିଥିବା ଟଙ୍କା କଥା ଉଠାଇଛନ୍ତି ହ୍ୟୁମାନଙ୍କ ମାଆ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Human death mystery | Mystery Behind Human Death to Be Uncovered | Investigation to Reveal Truth | Argus News