Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Humane Sagar / ହ୍ୟୁମାନଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ବଡ଼ ବୟାନ; 'ମାନୁନଥିଲେ ପରାମର୍ଶ, ଆସୁନଥିଲା ପରିବାର'

Sushanta Sahoo
Browse all articles by Sushanta Sahoo
·7 months ago·2 min read
ହ୍ୟୁମାନଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ବଡ଼ ବୟାନ; 'ମାନୁନଥିଲେ ପରାମର୍ଶ, ଆସୁନଥିଲା ପରିବାର'

Key Points

ହ୍ୟୁମାନଙ୍କ ଅସୁସ୍ଥତା ଆଉ ମୃତ୍ୟୁକୁ ନେଇ ପରିବାର ସହ ତାଙ୍କ ମ୍ୟାନେଜରଙ୍କ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି । ଏହି ସମୟରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ହ୍ୟୁମାନଙ୍କ ଚିକିତ୍ସା କରୁଥିବା ଡାକ୍ତର ସଞ୍ଜୀବ କର ।
କଟକ: ଆରପାରିରେ ଓଲିଉଡ୍‌ର ଷ୍ଟାର୍ ସିଙ୍ଗର ହ୍ୟୁମାନ ସାଗର । ଓଡ଼ିଶା ହ୍ୟୁମାନଙ୍କୁ ହରାଇ ଭାଙ୍ଗି ପଡ଼ିଛି । ହ୍ୟୁମାନଙ୍କ ଅସୁସ୍ଥତା ଆଉ ମୃତ୍ୟୁକୁ ନେଇ ପରିବାର ସହ ତାଙ୍କ ମ୍ୟାନେଜରଙ୍କ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି । ଏହି ସମୟରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ହ୍ୟୁମାନଙ୍କ ଚିକିତ୍ସା କରୁଥିବା ଡାକ୍ତର ସଞ୍ଜୀବ କର ।

ଡାକ୍ତର କର କହିଛନ୍ତି, "ମାସେରୁ ଅଧିକ ସମୟ ଧରି ହ୍ୟୁମାନଙ୍କ ଅବସ୍ଥା ଷ୍ଟେବୁଲ୍ ନଥିଲା । ସେ ମଦ ପିଉଥିଲେ । ୨୦୨୪ରୁ ସେ ଅସୁସ୍ଥ ଥିବାବେଳେ ଅବସ୍ଥା ଷ୍ଟେବୁଲ୍ ଥିଲା । ମାସେ ଭିତରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅବନତି ହେବା ସହ ଜ୍ଵର ହେବା ସହ ଧଇଁସଇଁ ହେଉଥିଲେ ।"

ଏଥିସହ ପଢ଼ନ୍ତୁ: ଦେହ ଖରାପ ସତ୍ତ୍ଵେ ହ୍ୟୁମାନଙ୍କୁ ନେଇ କିଏ କରାଉଥିଲା ଷ୍ଟେଜ୍ ଶୋ' ? ମାଆ ଆଣିଲେ ସାଂଘାତିକ ଅଭିଯୋଗ

ତେବେ ନିମୋନିଆ, ହାର୍ଟ ଫେଲ୍ୟୁଅର, ଲିଭର ଖରାପ ଆଦି ପାଇଁ ହ୍ୟୁମାନଙ୍କ ମୃତ୍ୟୁ ହୋଇଛି । ଡାକ୍ତର ସଞ୍ଜୀବ କର କହିଛନ୍ତି, "ମାସ ହେଲା ସେ ଅଧିକ ଅସୁସ୍ଥ ଥିଲେ । ବିଶ୍ରାମ ଆବଶ୍ୟକତା ଥିଲା । କିନ୍ତୁ ସେ ବିଶ୍ରାମ ନେଉ ନଥିଲେ । ଷ୍ଟେଜ୍ ଶୋ' କରିବା ଲାଗି ମଧ୍ୟ ବାରଣ କରିଥିଲି । ସେ ଅତ୍ୟଧିକ ମଦ ପିଉଥିବାରୁ ସଙ୍ଗୀତକୁ ନେଇ ଅଥୟ ଥିଲେ । ପରାମର୍ଶ ଦେବା ସତ୍ତ୍ଵେ ସେ ଶୁଣୁନଥିଲେ ।"

ବର୍ଷାଧିକ ସମୟ ହେଲା ହ୍ୟୁମାନ ଡାକ୍ତର କରଙ୍କ ପାଖରେ ଚିକିତ୍ସିତ ହେଉଥିଲେ । ଆଉ ପ୍ରତିଥର ହ୍ୟୁମାନଙ୍କୁ ନେଇ ଡାକ୍ତରଙ୍କୁ ଦେଖାଉଥିଲେ ତାଙ୍କ ସହଯୋଗୀ । ହ୍ୟୁମାନଙ୍କ ପତ୍ନୀ କିମ୍ବା ମାଆ କେବେ ତାଙ୍କୁ ନେଇ ଚିକିତ୍ସା ପାଇଁ ଆସି ନଥିବା ଡାକ୍ତର କହିଛନ୍ତି ।

ଏଥିସହ ପଢ଼ନ୍ତୁ: ସଙ୍ଗୀତ ସହ ଯୋଡ଼ି ହୋଇ ରହିଥିଲେ ୩ ପିଢ଼ି; ହ୍ୟୁମାନ୍ ଥିଲେ ଓଡ଼ିଶାର 'ଅରିଜିତ ସିଂହ'

ଡାକ୍ତର କର କହିଛନ୍ତି, "ବିଗତ ମାସେ ଧରି ସଂକ୍ରମଣ ସତ୍ତ୍ଵେ ସେ ବିଶ୍ରାମ ନେଉ ନଥିଲେ । ତାଙ୍କୁ ଇଞ୍ଜେକ୍ସନ୍ ଦେବା ପାଇଁ କୁହାଯାଇଥିଲା । ସେ ଔଷଧ ଦେବାକୁ କହୁଥିଲେ । ସେ ନିଜର ଯତ୍ନ ସଠିକ୍ ଭାବେ ନେଉ ନଥିଲେ । ଜ୍ଵର ସହ ଧଇଁସଇଁ ହେଉଥିଲେ ହ୍ୟୁମାନ ସାଗର ।"

ଯେଉଁଥିପାଇଁ ଡାକ୍ତର ହ୍ୟୁମାନଙ୍କ ଷ୍ଟେଜ୍ ଶୋ' କରିବାରୁ ବାରଣ କରିଥିଲେ । କିନ୍ତୁ ଡାକ୍ତରଙ୍କ କଥାକୁ ହେୟଜ୍ଞାନ କରି ଶୋ' କରିଥିଲେ ହ୍ୟୁମାନ । ତେବେ ଅସୁସ୍ଥ ସତ୍ତ୍ଵେ ହ୍ୟୁମାନ କାହିଁକି ଷ୍ଟେଜ୍ ଶୋ' କରୁଥିଲେ ? ତାଙ୍କ ଉପରେ କିଏ ପକାଉଥିଲା ଚାପ ? ନା ମନକୁ ହାଲକା କରିବା ଲାଗି ସ୍ଵାସ୍ଥ୍ୟକୁ ହ୍ୟୁମାନ ଅଣଦେଖା କରୁଥିଲେ ? ନା ହ୍ୟୁମାନଙ୍କ ମ୍ୟାନଜରଙ୍କ ବିରୋଧରେ ମାଆ ଶେଫାଳି ସୁନା ଆଣୁଥିବା ଅଭିଯୋଗ ସତ ? ଏସବୁ ଉପରେ ତଦନ୍ତ ହେଲେ ହିଁ ପ୍ରକୃତ ସତ ପଦାକୁ ଆସି ପାରିବ ବୋଲି କୁହା ଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Doctor Reveals Major Statement on Singer Humane Sagar’s Death | Argus News | Argus News