Humanity Lost / ହଜିଗଲା ମାନବିକତା…ମୃତ୍ୟୁର ୬ଦିନ ପରେ ବି ହୋଇପାରୁନି ଶବସତ୍କାର
·5 hours ago·2 min read

Key Points
ମୃତ୍ୟୁର ୬ ଦିନ ବିତିଯାଇଥିଲେ ବି ହୋଇପାରୁନାହିଁ ମହିଳାଙ୍କ ଶବ ସତ୍କାର
ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦୁର୍ଗାପୁର ପଞ୍ଚାୟତର ଚିଲବସା ଗାଁରେ

ହଜିଗଲା ମାନବିକତା , ପାରିବାରିକ ବିବାଦ ଏବଂ କଳହ ଆଗରେ ହାର୍ ମାନିଲା କି ରକ୍ତର ସମ୍ପର୍କ? ମୃତ୍ୟୁର ୬ ଦିନ ବିତିଯାଇଥିଲେ ବି ହୋଇପାରୁନାହିଁ ଜଣେ ମହିଳାଙ୍କ ଶବ ସତ୍କାର। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦୁର୍ଗାପୁର ପଞ୍ଚାୟତ ର ଚିଲବସା ଗାଁରେ। ଏବେ ବି ମୃତଦେହ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବଗୃହରେ ପଡିରହିଛି। ନା ବାପ ଘର ଲୋକେ ଶବ ନେବାକୁ ଆଗେଇ ଆସୁଛନ୍ତି, ନା ଶାଶୂ ଘର ଲୋକେ। ଅନ୍ୟପଟେ ମା'କୁ ହରାଇ ଏବଂ ବାପାର ପତ୍ତା ନଥାଇ ଅସହାୟ ହୋଇପଡ଼ିଛନ୍ତି ୩ ଜଣ ନାବାଳିକା ଝିଅ।
ଗତ ଗୁରୁବାର ଦିନ ବେତନଟୀ ଥାନା ବଡଜାମବଣୀ ଫାଣ୍ଡି ଅନ୍ତର୍ଗତ ଚିଲବସା ଗ୍ରାମର ବାଣାପାଣି ସିଂ (୨୮) ନାମ୍ନୀ ଜଣେ ମହିଳାଙ୍କର ବାରିପଦା ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଶୁକ୍ରବାର ଦିନ ଶବ ବ୍ୟବଚ୍ଛେଦ କରାଯାଇ ଶବକୁ ଚିହ୍ନଟ ଓ ହସ୍ତାନ୍ତର ପାଇଁ ଡାକ୍ତରଖାନା ଶବଗୃହରେ ସୁରକ୍ଷିତ ରଖାଯାଇଥିଲା।
ସୂଚନା ଅନୁଯାୟୀ, ବାଣାପାଣି ନିଜ ଗ୍ରାମର ମାନସ ସିଂଙ୍କୁ ପ୍ରେମ ବିବାହ କରିଥିଲେ ଏବଂ ସେମାନଙ୍କର ୩ ଜଣ ନାବାଳିକା କନ୍ୟା ସନ୍ତାନ ଅଛନ୍ତି। ପୁଅ ନହେବାରୁ ଶ୍ୱଶୁର ଘରୁ ଆଉ ମିଳିଲାନି ଆଦର ଓ ସ୍ୱାମୀ ପାଖରୁ ପ୍ରେମ। ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ସମ୍ପର୍କ ଏମିତି ହେଲା ଯେ ବାଧ୍ୟହୋଇ ବୀଣାପାଣି ଶ୍ୱଶୁର ଘରେ ତିନି ଝିଅଙ୍କୁ ଛାଡ଼ି ବାର ଦୁଆର ହେଲେ। ଏହା ମଧ୍ୟରେ ମାନସିକ ନିର୍ଯାତନା ଭିତରେ ବୀଣାପାଣି ଙ୍କୁ ଭୋକ ଓପାସରେ ରୋଗ ମାଡିବସିଲା। ସୂଚନା ଅନୁସାରେ ଏକ ସଂକ୍ରମଣ ରୋଗରେ ପୀଡ଼ିତ ହୋଇ ସପ୍ତାହେ ତଳେ ବାରିପଦା ରଙ୍ଗାମାଟିଆ ସ୍ଥିତ ପିଆରଏମ ମେଡିକାଲରେ ଭର୍ତ୍ତି ହେବାପରେ ଚିକିତ୍ସାଧୀନ ଅବସ୍ଥାରେ ସେହିଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ବାଣାପାଣିଙ୍କ ଅକାଳ ମୃତ୍ୟୁ ପରେ ପାରିବାରିକ ମତଭେଦ ଓ ସାମାଜିକ ଦ୍ୱନ୍ଦ୍ୱ ହେତୁ ୬ ଦିନ ଧରି ଶବ ଡାକ୍ତରଖାନାରେ ପଡ଼ିରହିଛି।
ବେତନଟୀ ଥାନା ପୋଲିସ, ସମାଜସେବୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ହସ୍ତକ୍ଷେପ ପରେ ସୁଧୁରିଛି ସମସ୍ୟା। ଉଭୟ ବାପ ଘର ଓ ଶାଶୂ ଘର ଲୋକଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ଶବ ହସ୍ତାନ୍ତର କରାଯାଇଛି। ବାରିପଦା ବାରୁଣୀ ଶ୍ମଶାନରେ ସାମାଜିକ ରୀତିନୀତି ଅନୁସାରେ ଶବ ଦାହ କରାଯିବ। ଏଥିସହିତ, ମା'ର ସତ୍କାର କର୍ମକାର୍ଯ୍ୟ ଶେଷ ହେବା ପରେ ୩ ଅସହାୟ ନାବାଳିକା କନ୍ୟାଙ୍କ ଭବିଷ୍ୟତ ଓ ସୁରକ୍ଷା ପାଇଁ ସେମାନଙ୍କୁ ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ପରିବାର ଲୋକେ ସହମତି ପ୍ରକାଶ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories