ଜାଗରଯାତ୍ରା ପୂର୍ବରୁ କପିଳାସରେ ଖୋଲାଗଲା ହୁଣ୍ଡି

ଢ଼େଙ୍କାନାଳ: ଜାଗରଯାତ୍ରା ଅବଧି ପୂର୍ବରୁ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ଖୋଲା ଯାଇଛି ହୁଣ୍ଡି । ମାଜିଷ୍ଟ୍ରେଟ ପ୍ରକାଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତରେ ବିଭାଗୀୟ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ଅଭିମନ୍ୟୁ ହୋତା, ବସନ୍ତ କୁମାର ରଥ, ଜିମାଦାର ଗୋପୀନାଥ ପଣ୍ଡା ଓ ପୋଲିସ ଉପସ୍ଥିତିରେ ଖୋଲା ଯାଇଥିବା ସମସ୍ତ ପାଞ୍ଚୋଟି ହୁଣ୍ଡିରୁ ମୋଟ ଏକ ଲକ୍ଷ ଚାରି ହଜାର ଚାରି ଶହ ଛପନ ଟଙ୍କା ମିଳିଥିବା ଜଣାପଡିଛି।
ପ୍ରସିଦ୍ଧ ଜାଗରଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ କପିଳାସ । ଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରସ୍ତୁତି ପର୍ବ ଯୋଜନା ଅନୁଯାୟୀ ଆଗେଇ ଚାଲିଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୀଠର ଉନ୍ନତୀକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାବେଳେ ଠାକୁରଙ୍କ ନୀତି ଠିକ୍ ସମୟରେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆସନ୍ତା ୨୬ରେ ହେବାକୁ ଥିବା ଜାଗରଯାତ୍ରାରେ କପିଳାସ ପୀଠରେ ଭକ୍ତଙ୍କ ଭିଡ ହେବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: