Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁରୀ ସିରୁଳି ମହାବୀର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି

Odisha

ପୁରୀ ସିରୁଳି ମହାବୀର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି

Rashmita Mishra
Browse all articles by Rashmita Mishra
·1 year ago·1 min read
ପୁରୀ ସିରୁଳି ମହାବୀର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି

ଅର୍ଗସ ବ୍ୟୁରୋ: ପୁରୀ ସିରୁଳି ମହାବୀର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି । ଗତକାଲି ରାତି 1ଟାରେ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ କଲେ ଦୁର୍ବୁର୍ତ୍ତ । ପ୍ରଥମେ ଟ୍ରାନସଫରମରରୁ ଲାଇନ୍ କାଟିବା ପରେ ଲୁଟ୍ । ୫ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସର ଛାନଭିନ୍ ।


ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରରୁ ଚୋରି । ଲୁହା ଗେଟ କାଟି ଲୁଟ୍ କରିଛନ୍ତି ଲୁଟେରା । ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଦାନବାକ୍ସରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ଗତକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ପରେ ଦୈନନ୍ଦିନ ନୀତିକାନ୍ତି ସମ୍ପର୍ଣ୍ଣ ହୋଇ ସାଢ଼େ ୧୦ଟାରେ ରାତ୍ର ପହୁଡ଼ ହୋଇଥିଲା । ତେବେ ଆଜି ସକାଳୁ ପାଳିଆ ସେବାୟତ ମନ୍ଦିର ଖୋଲି ଭିତରକୁ ପ୍ରବେଶ କରିବା ବେଳେ ହୁଣ୍ଡିଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ମନ୍ଦିର କମିଟିକୁ ଅବଗତ କରାଇଥିଲେ । ପରେ ଚନ୍ଦନପୁର ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଚନ୍ଦନପୁର ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଉପସ୍ଥିତ ଅଛନ୍ତି । ଅନ୍ୟପଟେ ଦୃର୍ବୁତ୍ତମାନେ ଗାଁର ଲାଇନ କାଟିବା ସହ ସିସିଟିଭି ନଷ୍ଟ କରି ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hundi-stolen-from-siruli-mahavir-temple-in-puri | Argus News