Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦଳରେ ଅସମ୍ମାନିତ ଶତାଧିକ ବିଜେଡି ନେତ୍ରୀ ରାଜରାସ୍ତାରେ

Odisha

ଦଳରେ ଅସମ୍ମାନିତ ଶତାଧିକ ବିଜେଡି ନେତ୍ରୀ ରାଜରାସ୍ତାରେ

Manini Pattanayak
Browse all articles by Manini Pattanayak
·2 years ago·2 min read
ଦଳରେ ଅସମ୍ମାନିତ ଶତାଧିକ ବିଜେଡି ନେତ୍ରୀ ରାଜରାସ୍ତାରେ

 ବାଲେଶ୍ବର: ବାଲେଶ୍ବରରେ ବିଜେଡି ବନାମ ବିଜେଡି`।  ରାଜରାସ୍ତାକୁ ଓହ୍ଲାଇଲେ ଶାସକ ଦଳରେ  ଅସମ୍ମାନିତ ଶତାଧିକ ବିଜେଡି ନେତ୍ରୀ। ବିଧାୟକ ସ୍ବରୂପ ଦାସଙ୍କ ବିରୋଧରେ ରଣହୁଙ୍କାର। ପାଣ୍ଡିଆନଙ୍କ ସଭାରେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରିଥିଲେ MLAଙ୍କ ପ୍ରତିନିଧି...ବିଜେଡିର ଇଏ କେମିତିକା ମହିଳା ସମ୍ମାନ।  ବାଲେଶ୍ବରରେ ବିଜେଡି ବନାମ ବିଜେଡି। ମହିଳା କାଉନସିଲରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜେଡି ବିଧାୟକ ସ୍ବରୂପ ଦାସଙ୍କ ବିରୋଧରେ ବିଜେଡି ନେତ୍ରୀଙ୍କ ଏଭଳି ପ୍ରତିବାଦ।  ସଦର ବିଧାୟକ ସ୍ବରୂପ ଦାସଙ୍କ ବିରୋଧରେ ମହିଳାଙ୍କ ନାରାବାଜି । ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗୁଛନ୍ତି ଖୋଦ୍ ବିଜେଡିର ମହିଳା ନେତ୍ରୀ।  ମହିଳାଙ୍କୁ ସମ୍ମାନ କେମିତି ଦିଆଯାଏ ବିଧାୟକଙ୍କ ସମର୍ଥକଙ୍କୁ ଶିଖିବାକୁ ପରାମର୍ଶ ଦେଇଛନ୍ତି।  ପ୍ରଥମେ ଗୋଷ୍ଠୀ କନ୍ଦଳ ଆଉ ଏବେ ଦଳର ମୁଖିଆଙ୍କ ନିକଟରେ ଦାବି ପତ୍ର । ଖୋଦ୍ ଦଳର ଦଳୀୟ  ନେତ୍ରୀ ମାନେ ନିଜ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରଖିଛନ୍ତି ଦାବି। ସେପଟେ ବିଧାୟକ ସ୍ବରୂପ ଦାସ କହୁଛନ୍ତି ତାଙ୍କ ନିକଟରେ ଖବର ନାହିଁ।…

ଗତ ୬ ତାରିଖରେ  5T ତଥା ମୋ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବାଲେଶ୍ଵର ଗସ୍ତ ବେଳେ ଦଳୀୟ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମହିଳା କାଉନସିଲରଙ୍କୁ ସଦର ବିଧାୟକଙ୍କ ପ୍ରତିନିଧି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। କାଉନସିଲର ରଞ୍ଜିତା ମହାପାତ୍ର ସହଦେବଖୁଣ୍ଟା ଥାନାରେ ନାରୀଙ୍କୁ ଅସମ୍ମାନ ନେଇ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୋଲିସ କାର୍ଯ୍ୟାନୁଷ୍ଠାନ ନହେବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଏଭଳି ବିରୋଧ ପ୍ରଦର୍ଶନ।….   ଗୋଟିଏ  ପଟେ ବିଜେଡି ମହିଳା ସମ୍ମାନର ନାରା ଦେଉଥିବା ବେଳେ ଖୋଦ୍ ଦଳର ମହିଳା ନେତ୍ରୀ ସେମାନଙ୍କ ଦଳୀୟ ବିଧାୟକଙ୍କ ପ୍ରତିନିଧିଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଯାହାକୁ ନେଇ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଗୋଷ୍ଠୀ ଓ ସଦର ବିଧାୟକ ସ୍ଵରୂପ ଦାସଙ୍କ ଗୋଷ୍ଠୀ ଭିତରେ ତେଜିଛି ଗୋଷ୍ଠୀ କନ୍ଦଳ। ବଡ ପ୍ରଶ୍ନ, ମହିଳାଙ୍କୁ ସର୍ବୋଚ୍ଚ୍ ସମ୍ମାନ ଦେଉଥିବା ଦଳ ଭିତରେ ମହିଳା ଅସମ୍ମାନିତ କାହିଁକି ? ମହିଳାଙ୍କ ଆତ୍ମସମ୍ମାନରେ ଆଞ୍ଚ ଆଣିଥିବା ବିଜେଡି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତ ?   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hundreds of disrespected BJD leaders are on the streets | Argus News