Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖୋଲା ଆକାଶ ତଳେ ଚାଷୀଙ୍କ ବର୍ଷକ ଯାକର ପରିଶ୍ରମ

Odisha

ଖୋଲା ଆକାଶ ତଳେ ଚାଷୀଙ୍କ ବର୍ଷକ ଯାକର ପରିଶ୍ରମ

Smruti Parija
Browse all articles by Smruti Parija
·1 year ago·1 min read
ଖୋଲା ଆକାଶ ତଳେ ଚାଷୀଙ୍କ ବର୍ଷକ ଯାକର ପରିଶ୍ରମ

Key Points

ମଣ୍ଡିରେ ପଡ଼ିଛି ଶହ ଶହ କୁଇଣ୍ଟାଲ ଧାନ
ଖୋଲା ଆକାଶ ତଳେ ଚାଷୀଙ୍କ ବର୍ଷକ ଯାକର ପରିଶ୍ରମ
ଧାନ ଉଠାଉନି ମିଲର, ଲାପ୍ସ ହୋଇଯାଉଛି ଟୋକନ
ଯୋଗାଣମନ୍ତ୍ରୀଙ୍କ ବୟାନ, କିଣା ସରିଲାଣି ପ୍ରାୟ 35 ଲକ୍ଷ ମେଟ୍ରିକ୍ ଟନ୍ ଧାନ
ଚାଷୀଙ୍କ ଅଭିଯୋଗ ଓ ସମସ୍ୟାର କରାଯାଉଛି ସମାଧାନ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଆଳି ନୂଆଗାଁ ସମବାୟ ସମିତିରେ ମଣ୍ଡି ଖୋଲିବାର 10 ଦିନରୁ ଅଧିକ ହେଲାଣି । ହେଲେ ଏଯାଏଁ ଧାନ ଉଠୁନାହିଁ । ଅସ୍ଥାୟୀ ଟେଣ୍ଟ ତଳେ ପଡ଼ିରହିଛି ହଜାର ହଜାର ଧାନ ବସ୍ତା । ପ୍ରତିବାଦରେ ମଣ୍ଡି ଆଗରେ ଧାରଣା ଦେଇଛନ୍ତି ଚାଷୀ । ତହସିଲଦାର ପ୍ରତିଶ୍ରୁତି ଦେଇଛନ୍ତି ଶୀଘ୍ର ଧାନ ଉଠିବ । ବୌଦ୍ଧ ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନଜରକୁ ଆସିଛି । ଜିଲ୍ଲାର ବିଭିନ୍ନ ମଣ୍ଡିରେ 10 ରୁ 15 ଦିନ ହେଲା ଧାନ ପଡ଼ି ରହିଛି । ମିଲର ଆବଶ୍ୟକ ସଂଖ୍ୟକ ଗାଡ଼ି ଯୋଗାଇ ପାରୁନ ଥିବାରୁ ସମସ୍ୟା ହେଉଥିବା କୁହାଯାଉଛି ।

ସେହିପରି ବଲାଙ୍ଗୀର ବଙ୍ଗୋମୁଣ୍ଡା ଅଲଣ୍ଡା ଧାନ ମଣ୍ଡିରୁ ଧାନ ଉଠୁନଥିବାରୁ ଧାରଣା ଦେଇଛନ୍ତି ଚାଷୀ। ଟୋକନ ଲାପ୍ସ ହୋଇଯାଉଥିବାରୁ ବଢୁଛି ଚାଷୀଙ୍କ ଟେନସନ୍। ପ୍ରଶାସନର ଅବହେଳା ବିରୋଧରେ ଚାଷୀ ବର୍ଷିଛନ୍ତି । ଯୋଗାଣମନ୍ତ୍ରୀ କହିଛନ୍ତି, ଏବେ ସୁଦ୍ଧା ୩୪ ଲକ୍ଷ ୨୯ ହଜାର ମେଟ୍ରିକ ଟନ ଧାନ କିଣା ସରିଲାଣି । ଚାଷୀଙ୍କ ଆକାଉଣ୍ଟକୁ ୭ ହଜାର ୨୦୮ କୋଟି ଟଙ୍କା ପଠାଇ ସାରିଲେଣି ସରକାର । ଯେଉଁଠି କଟନୀ ଛଟନୀ ବା ଅନ୍ୟ କୌଣସି ସମସ୍ୟାର ଅଭିଯୋଗ ଆସୁଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।


ବର୍ଷକ ଯାକର ପରିଶ୍ରମ ପରେ ଧାନ ବିକ୍ରି କରିବାକୁ ହଇରାଣ ହେଉଥିବାରୁ ବଢୁଛି ଚାଷୀଙ୍କ ଦୂର୍ଦ୍ଦଶା । ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hundreds of quintals of paddy have fallen in the market | Argus News