Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜିବି ଓଡ଼ିଶାକୁ ଆସୁନି ଆଳୁ ଗାଡି 

Odisha

ଆଜିବି ଓଡ଼ିଶାକୁ ଆସୁନି ଆଳୁ ଗାଡି 

Smruti Parija
Browse all articles by Smruti Parija
·1 year ago·1 min read
ଆଜିବି ଓଡ଼ିଶାକୁ ଆସୁନି ଆଳୁ ଗାଡି 

ଅର୍ଗସ ବ୍ୟୁରୋ: ଆଜିବି ଓଡ଼ିଶାକୁ ଆସୁନି ଆଳୁ ଗାଡି । ଓଡିଶାକୁ ଆଳୁ ଗାଡି ପ୍ରବେଶ କରିବାକୁ ଦେଉନାହିଁ ପଶ୍ଚିମବଙ୍ଗ ପୋଲିସ । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଗୋଟିଏ ବି ଗାଡି ପ୍ରବେଶ କରିବାର ଦେଖିବାକୁ ମିଳୁନି । ଯେଉଁ ଆଳୁ ବୋଝେଇ ଟ୍ରକ ଓଡିଶା ଭିତରକୁ ଆସିବାର ଥିଲା ଓଡିଶା-ପଶ୍ଚିମବଙ୍ଗ ସୀମା ସୋନାକନିଆରୁ ଲକ୍ଷ୍ମଣନାଥ ନିକଟରେ ଗାଡ଼ି ଫେରାଉଛି ପଶ୍ଚିମ ବଙ୍ଗ ପୋଲିସ । 
ବିଭିନ୍ନ ଗଳା ବାଟ ଦେଇ କିମ୍ବା ନାକା ପଏଣ୍ଟ ଦେଇ ବ୍ୟବସାୟୀମାନେ ଓଡ଼ିଶାକୁ ଅlଳୁଗାଡି ପ୍ରବେଶ କରୁଥିବା ବେଳେ ଜଗି ରହିଥିବା ପୋଲିସ ମୋଟା ଆକାରରେ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ସୋନାକନିଆ ଗେଟ୍ ଠାରୁ ୬୦କି.ମି ଦୂରରେ ବେଲଦlଠାରେ ଅସ୍ଥାୟୀ ନାକା ପଏଣ୍ଟ କରି ଆଳୁ ଗାଡିକୁ ଅଟକ ରଖିବା ପାଇଁ ପୋଲିସ ଯୋଗାଇଛି ବୋଲି ସୂଚନା ମିଳିଛି । 

ଓଡ଼ିଶାକୁ ଆଳୁ ଆସି ପାରୁନ ଥିବାରୁ ଆଳୁ ସମସ୍ୟା ଦୂର କରିବା ଲାଗି ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ପ୍ରଦେଶରୁ ଆଳୁ ଆଣି ଆଳୁ ସମସ୍ୟା ଦୂର କରିଥିଲେ । ଉତ୍ତର ପ୍ରଦେଶ ପରେ ଏବେ ପଞ୍ଜାବରୁ ଆଳୁ ଆସିବ । ଲୋକଙ୍କ ଚାହିଦା ଅନୁସାରେ ଆଳୁ ଯୋଗାଇ ଦିଆଯିବ । ପଞ୍ଜାବରୁ ଆଳୁ ଆସିଲେ ବଜାର ଦର ନିୟନ୍ତ୍ରଣ ହେବ । ଓଡ଼ିଶାରେ ଆଳୁ ଦର ସ୍ଥିର ହେଲେ ପଶ୍ଚିମବଙ୍ଗ ଆଳୁ ଚାଷୀ ଉପରେ ଚାପ ସୃଷ୍ଟି ହେବ । ପଶ୍ଚିମବଙ୍ଗ ସରକାର ଏବେ ଆଳୁ କେଉଁଠି ବିକ୍ରି କରିବେ ତାହା ବଡ଼ ପ୍ରଶ୍ନ ? ଶେଷରେ ଚାଷୀ ଆଳୁ ବିକ୍ରି କରିବା ଅସମ୍ଭବ ହୋଇ ପଡିବ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Hundreds of trucks stranded at-West Bengal Border | Argus News