Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହରିଣ ଶିକାର କରୁଥିବା ବେଳେ ଶିକାରୀ ଗିରଫ

Ritu Das
Browse all articles by Ritu Das
·1 year ago·1 min read
ହରିଣ ଶିକାର କରୁଥିବା ବେଳେ ଶିକାରୀ ଗିରଫ

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟର ଐଶାଣେଶ୍ବର ଜଙ୍ଗଲରେ ହରିଣ ଶିକାର କରୁଥିବା ବେଳେ ଶିକାରୀ ଗିରଫ ହୋଇଛି। ନାଇଲନ ଫାସ ସହିତ ଦୁଇଟି ଭୁଜାଲିକୁ ଜବତ କଲା କୋଣାର୍କ ବନବିଭାଗ। ଅଭିଯୁକ୍ତ ହେଲେ ଶିକାରୀ ବିଜୟ ମାହାରି ବୋଲି ସୂଚନା ଦେଲେ କୋଣାର୍କ ବନାଧିକାରୀ ସୁଦର୍ଶନ ଦେହୁରୀ। ସୂଚନା ଅନୁସାରେ ଗତ କିଛି ବର୍ଷ ଧରି କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଶୀକାରୀ ମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ନିରୀହ କୃଷ୍ଣ ସାର ମୃଗ, ହରିଣ, ବରାହ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଶିକାରୀର ଫାଶରେ ପଡି ମୃତ୍ୟୁ ବରଣ କରିଥିବା ବେଳେ ଜଙ୍ଗଲୀ ବନ୍ୟ ଜନ୍ତୁ ଅଭୟାରଣ୍ୟରୁ ଲୋପ ପାଇବାରେ ଲାଗିଛି।


ତେବେ କିଛିଦିନ ଧରି କୋଣାର୍କ ବନ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ ଅଭୟାରଣ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଶିକାରୀମାନଙ୍କ ଗତିବିଧି ଉପରେ ନଜର ରଖିଥିବା ବେଳେ ଆଜି ଭୋର ସମୟରେ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟର ଐଶାଣେଶ୍ବର ଜଙ୍ଗଲରେ ଫାସ ବସାଉଥିବା ବେଳେ ଶିକାରୀ ବିଜୟ ମାହାରୀକୁ କାବୁ କରି ଥିବା ବେଳେ ତାନିକଟରୁ ଫାସ ଓ ମାରଣାସ୍ତ୍ର ଜବତ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hunter-arrested-while-hunting-deer | Argus News