Videos
|
Odisha

ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ

Ritu Das
Browse all articles by Ritu Das
·1 year ago
ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ

କୁଲଡିହା ଅଭୟାରଣ୍ୟରେ ବନକର୍ମଚାରୀ ଓ ଶିକାରୀ ମୁହାଁମୁହିଁ। ଶିକାରୀର ବନ୍ଧୁକ ମାଡରେ ଜଣେ ବନକର୍ମଚାରୀ ଆହତ ହୋଇଛନ୍ତି। ପଞ୍ଚଲିଙ୍ଗେଶ୍ଵର ସେକ୍ସନ ଅଧୀନ ବଉଳଗଡିଆ ଅଞ୍ଚଳରେ କିଛି ଶିକାରୀ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ନେଇ କୁଲଡିହା ବନ କର୍ମଚାରୀ ମିଳିତ ଚଢାଉରେ ଶିକାରୀଙ୍କୁ ଧରିବାକୁ ଚେଷ୍ଟା ଚାଲିଥିବା ବେଳେ ଶିକାରୀମାନେ ଜଣେ ବନକର୍ମଚାରୀଙ୍କୁ ଆକ୍ରମଣକରି ଖସି ଯିବାକୁ ଚେଷ୍ଟା କରିଥିଲେ। ଜଣେ ଶିକାରୀ ମାଧ ସିଂଙ୍କୁ ଗୁଳିଭର୍ତ୍ତି ବନ୍ଧୁକ ଧରି ଆସୁଥିବା ବେଳେ ବନକର୍ମଚାରୀ ତାଙ୍କୁ ଅଟକାଇ ଥିଲେ।


ହେଲେ ଶିକାରୀ ମାଧ ସିଂ ସବୁଜବାହିନୀ ମହେଶ୍ଵର ବେହେରାଙ୍କୁ ବନ୍ଧୁକରେ ମୁଣ୍ଡକୁ ଆଘାତ କରି ବନ ବିଭାଗ ହାବୁଡ଼ରେ ଧରା ପଡ଼ିଥିବା ଜଣେ ଶିକାରୀ ଫେରାର ହୋଇଯାଇଥିଲା। ବନବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ ଚାଲିଥିବା ନେଇ ବାଲେଶ୍ଵର ଡି.ଏଫ.ଓ ଖୁସୱନ୍ତ୍ ସିଂହ ଓ ଏ.ସି.ଏଫ.ଓ ଶୋଭନ ଦିଗନ୍ତ ଚାନ୍ଦ ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
hunter-arrested-with-loaded-country-made-gun | Argus News