Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime News / ଜନ୍ମଦିନ ଡାକରେ ଆସିଲେ ସ୍ୱାମୀ କିନ୍ତୁ ସ୍ତ୍ରୀ ଓ ପ୍ରେମିକ ମିଶି କଲେ ହତ୍ୟା

Rashmita Mishra
Browse all articles by Rashmita Mishra
·1 hour ago·2 min read
ଜନ୍ମଦିନ ଡାକରେ ଆସିଲେ ସ୍ୱାମୀ କିନ୍ତୁ ସ୍ତ୍ରୀ ଓ ପ୍ରେମିକ ମିଶି କଲେ ହତ୍ୟା
Crime News

Key Points

ଏମିତି ସ୍ତ୍ରୀ କୋଉ ସ୍ବାମୀ କୁ ବି ନମିଳୁ ।
ନାଗୁଣି ପାଲଟିଲା ସ୍ତ୍ରୀ ସ୍ବାମୀକୁ ନିଜ ଜନ୍ମ ଦିନରେ କରିଲା ହତ୍ୟା !
ସ୍ବାମିକୁ ଭୁଲି ପରକିୟା ପ୍ରିତିରେ ଥିଲେ ମଗ୍ନ !
ପୁଅର ମୃତ୍ୟୁ ପରେ ସାଂଘାତିକ ଅଭିଯୋଗ କଲେ ପରିବାର ଲୋକେ ।

ଜନ୍ମଦିନର କେକ୍ କାଟିବାକୁ ଯାଇଥିଲେ ସ୍ୱାମୀ... କିନ୍ତୁ ଫେରିଲା ତାଙ୍କର ନିର୍ଜୀବ ଦେହ । ଏହା କି ଏକ ଯୋଜନାବଦ୍ଧ ହତ୍ୟା, ନା କି ଘଟଣା ପଛରେ ରହିଛି ଅନ୍ୟ କୌଣସି ସତ୍ୟ ? ପତ୍ନୀ, କଥିତ ପ୍ରେମ ସମ୍ପର୍କ ଓ ପରିବାରର ସଙ୍ଗୀନ ଅଭିଯୋଗକୁ ନେଇ ବାଲେଶ୍ୱରରେ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ । ଘଟଣାର ସତ୍ୟ କ'ଣ ? ପୋଲିସ ତଦନ୍ତରେ କେଉଁ ରହସ୍ୟର ପର୍ଦ୍ଦାଫାସ ହେବ ? ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ୍ଣ କାହାଣୀ ।

ସ୍ତ୍ରୀର ସାଂଘାତିକ ରୂପ... ସ୍ବାମୀକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର । ନିଜ ଜନ୍ମ ଦିନରେ ସ୍ବାମୀକୁ ବିଭତ୍ସ ହତ୍ୟା । କେଟ୍‌ କାଟିବାକୁ ଆସିଥିଲା ସ୍ବାମୀ । କିନ୍ତୁ ସ୍ତ୍ରୀର ବେଡ ରୁମ୍‌ ଭିତରେ ନିଜେ ବଳି ପଡ଼ିଗଲା। ପୁଅର ପରିବାର ଲୋକ ଆଣିଲେ ଏମିତି ଅଭିଯୋଗ । ଏମିତି ସ୍ତ୍ରୀ କାହାରିକୁ ନମିଳୁ । ଯେଉଁ ସ୍ବାମୀ ଏତେ ଭଲ ପାଉଥିଲେ ତାଙ୍କୁ ଆସି ସ୍ତ୍ରୀର ଆକ୍ରମଣର ଶିକାର ହେବାକୁ ପଡ଼ିଛି ।

ସ୍ତ୍ରୀର ଜନ୍ମଦିନ କେକ୍‌ କାଟିଆବାକୁ ଆସି ହତ୍ୟାର ସାମ୍ନା କରିଛନ୍ତି ସ୍ବାମୀ ଜଣକ । ହତ୍ୟା ପାଇଁ ସବୁ ପ୍ଲାନ୍‌ କରି ସ୍ବାମୀକୁ ଡକାଇଥିଲେ । ଆଉ ସ୍ବାମୀ ଯେତେବେଳେ ପହଞ୍ଚିଥିଲେ ସେତେବେଳେ ପ୍ରେମିକ ସହ ମିଶି ଏମିତି କରିଥିଲା ପିଶାଚି ସ୍ତ୍ରୀ । ସ୍ବାମୀକୁ ମାରି ଜୀବନହାରିବାର ନାଟକ କରିଥିଲା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବରରେ। ମୃତକଙ୍କର ନାଁ ହେଉଛି ରଶ୍ମିରଞ୍ଜନ ସେଠୀ ।

ସ୍ତ୍ରୀ ରଶ୍ମିରେଖା ଭୂୟାଁ । ଯାହାଙ୍କ ନାଁରେ ହୋଇଛି ସାଂଘାତିକ ଅଭିଯୋଗ । ସ୍ବାମୀଙ୍କୁ ଘରକୁ ଡାକି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଅଭିଯୋଗ ମୁତାବକ ସ୍ତ୍ରୀ ରଶ୍ମିରେଖାଙ୍କ ଜନ୍ମଦିନ ପାଇଁ ବାଲେଶ୍ବରରେ ରଶ୍ମି ରହୁଥିବା ଏକ ଭଡ଼ା ଘରେ ପହଞ୍ଚିଥିଲେ ସ୍ବାମୀ ରଶ୍ମିରଞ୍ଜନ ।

ମୃତକଙ୍କ ପତ୍ନୀ ପୂର୍ବରୁ କରଞ୍ଜିଆରେ NHMର ଜେଇ ଥିଲେ । କିନ୍ତୁ ସେଠାକାର ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା । ଯାହାକୁ ନେଇ ଗତ ଦୁଇ-ଅଢ଼େଇ ବର୍ଷ ହେବ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ବୋଧ ହୁଏ କେକ୍‌ କାଟିବା ବାହାନାରେ ତାଙ୍କ ପୁଅକୁ ରଶ୍ମିରେଖା ଏବଂ ତାଙ୍କ ପ୍ରେମିକ ମିଶି ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ସହଦେବଖୁଣ୍ଟା ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ । ସହଦେବଖୁଣ୍ଟା ଥାନା ପୋଲିସ ୩୧୫/୨୬ରେ ଏକ ମାମଲା ରୁଜୁ କରି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored