Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକରେ ପୂର୍ବ ଶତ୍ରୁତାରୁ ସ୍ବାମୀ-ସ୍ତ୍ରୀଙ୍କୁ ଛୁରାମାଡ଼

Rashmita Mishra
Browse all articles by Rashmita Mishra
·11 months ago·1 min read
କଟକରେ ପୂର୍ବ ଶତ୍ରୁତାରୁ ସ୍ବାମୀ-ସ୍ତ୍ରୀଙ୍କୁ ଛୁରାମାଡ଼

Key Points

କଟକ ବିଡାନାସୀ ନୂଆ ସାହି ରେ ଛୁରା ମାଡ଼।

ପଡୋଶୀ ଯୁବକ ଙ୍କ ଛୁରା ରେ ସ୍ୱାମୀ ସ୍ତ୍ରୀ ଆହତ।

ଚିକିତ୍ସା ପାଇଁ ଏସ ସିବି ରେ ଭର୍ତ୍ତି।

ବିଡା ନାସୀ ଥାନା ରେ ଯୁବକ ଅଟକ।


ବିଡାନାସୀ ନୂଆ ସାହି ଅଞ୍ଚଳରେ ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କଲା ଯୁବକ ।ଆହତ ସ୍ବାମୀ ସ୍ତ୍ରୀ ହେଲେ ସ୍ବାମୀ ସୁକଦେବ ଦଳେଇ ଓ ସ୍ତ୍ରୀ ସୁଜାତା ଭଟ୍ଟ ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମାନ୍ୟ ବଚସାରୁ ପ୍ରଥମେ ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ଛୁରୀରେ ଆକ୍ରମଣ ଓ ପରେ ପ୍ରତିବାଦ କରିବାରୁ ସ୍ତ୍ରୀ କୁ ଆକ୍ରମଣ କଲା କେନ୍ଦ୍ରାପଡ଼ା ଜିଲ୍ଲା ଗଗୁଆ ଅଞ୍ଚଳର ଗୋବିନ୍ଦ ମାଲିକ । ଆକ୍ରମଣରେ ଗୁରୁତର ହୋଇ ହୋଇଥିବା ଦୁଇଜଣ ଙ୍କୁ ଏସ ସି ବି ମେଡିକାଲ ମେଡ଼ିକାଲ ପଠାଇଲା ପୋଲିସ୍ ।


ସୁକଦେବ ଦଳେଇଙ୍କ ଘର ବଡ଼ମ୍ବା ଅଞ୍ଚଳରେ ବୋଲି ସୁଚନା ମିଳିଛି। ଆଜି ସକାଳେ ବିଡାନାସୀ ନୂଆ ସାହି ଠାରେ ଏହି ଦୁଇ ପଡୋଶୀ ସୁକଦେବ ଦଳେଇ ଓ ଗୋବିନ୍ଦ ମାଲିକଙ୍କ ଭିତରେ ପ୍ରଥମେ ବଚସା ଓ ପରେ ଆକ୍ରମଣ ହୋଇଥିଲା । ଗୋବିନ୍ଦଙ୍କ ଆକ୍ରମଣରେ ଗୁରୁତର ହେଲେ ସୁକଦେବ । ସ୍ବାମୀଙ୍କୁ ଅଟକାଇବାକୁ ଯାଇ ସ୍ତ୍ରୀ ସୁଜାତା ଭଟ୍ଟ ମଧ୍ୟ ଆହତ ହୋଇଛନ୍ତି। ସୁଜାତାଙ୍କ ନାକରେ ଗମ୍ଭୀର ଆଘାତ ଲାଗିଛି। ଗୋବିନ୍ଦ ପେଶାରେ ଜଣେ ପରିବା ଦୋକାନୀ ଓ ସୁକଦେବ ଦଳେଇ ପେଶାରେ ଜଣେ ମାଛ ଦୋକାନୀ । ଘଟଣା ସ୍ଥଳରେ ବିଡାନାସୀ ଥାନା ପୋଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ SCB ମେଡ଼ିକାଲ ପଠେଇବା ସହିତ ଅଭିଯୁକ୍ତ ଗୋବିନ୍ଦ ମଲିକ କୁ ଅଟକ ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
husband-and-wife-stabbed-over-past-enmity-in-cuttack | Argus News