Videos
|
Odisha

ଅଣ୍ଡା ତରକାରୀ ନଦେବାରୁ ସ୍ତ୍ରୀକୁ ବାଡେଇ ମାରିଦେଲା ସ୍ଵାମୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଅଣ୍ଡା ତରକାରୀ ନଦେବାରୁ ସ୍ତ୍ରୀକୁ ବାଡେଇ ମାରିଦେଲା ସ୍ଵାମୀ

Key Points

ମଧ୍ୟାହ୍ନରେ ଖାଇବା ସମୟରେ ଅଣ୍ଡା ତରକାରୀ ନ ଦେବାରୁ ସ୍ତ୍ରୀକୁ ଚୁଲିଫୁଙ୍କାରେ ବାଡେଇ ମାରିଲା ସ୍ୱାମୀ ଲମା ବାସ୍କେ। ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ଉଦଳା ପୋଲିସ।

ଅଣ୍ଡା ତରକାରୀ ପାଇଁ ହତ୍ୟା। ସ୍ତ୍ରୀକୁ ଚୁଲିଫୁଙ୍କାରେ ବାଡେଇ ମାରିଲା ସ୍ୱାମୀ। ଉଦଳା ଥାନା କୁଟଲିଂ ବନ୍ଧସାହି ଗ୍ରାମରେ ଘଟିଛି ଏପରି ଘଟଣା। ମୃତକ ହେଉଛନ୍ତି ବାସନ୍ତୀ ବାସ୍କେ। ମଧ୍ୟାହ୍ନରେ ଖାଇବା ସମୟରେ ଅଣ୍ଡା ତରକାରୀ ନ ଦେବାରୁ ସ୍ତ୍ରୀକୁ ଚୁଲିଫୁଙ୍କାରେ ବାଡେଇ ମାରିଲା ସ୍ୱାମୀ ଲମା ବାସ୍କେ। ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ଉଦଳା ପୋଲିସ। ଗ୍ରାମର ଲମା ବାସ୍କେ ଆଜି ମଧ୍ୟାହ୍ନରେ କାମ ସାରି ଘରକୁ ଫେରିଥିଲେ ଏବଂ ଖାଇବାକୁ ବସିଥିଲେ।


ଏହି ସମୟରେ ସ୍ତ୍ରୀ ବାସନ୍ତୀ ବାସ୍କେ ଭାତ ଏବଂ ତରକାରୀ ବାଢି ଦେଇଥିଲେ। ହେଲେ ସ୍ୱାମୀ ଲମା ଆଣି ଦେଇଥିବା ଅଣ୍ଡାର ତରକାରୀ କାହିଁ ବୋଲି ମାଗିଥିଲେ ଏବଂ ସ୍ତ୍ରୀ ଖାଦ୍ୟରେ ଅଣ୍ଡା ତରକାରୀ ନ ଦେବାରୁ ଉତକ୍ଷିପ୍ତ ହୋଇ ଉଠିଥିଲେ ସ୍ୱାମୀ ଲମା। ପ୍ରଥମେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ତା ପରେ ଘର ଦ୍ୱାର ସମ୍ମୁଖରେ ନିର୍ଘାତ ମାଡ଼ ମାରିବା ପରେ ଘର ଭିତରକୁ ଘୋଷାରି ନେଇ ସେଠାରେ ଚୁଲି ଫୁଙ୍କାରେ ବାସନ୍ତୀର ମୁଣ୍ଡରେ ଆଘାତ କରିଥିଲା। ଯାହା ଫଳରେ ଘଟଣାସ୍ଥଳରେ ବାସନ୍ତୀର ମୃତ୍ୟୁ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Husband beats wife to death for not giving her egg curry | Argus News