Videos
|
Odisha

ସ୍ତ୍ରୀର ଗଳାକାଟି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା

Rashmita Mishra
Browse all articles by Rashmita Mishra
·1 year ago·1 min read
ସ୍ତ୍ରୀର ଗଳାକାଟି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା

Key Points

ସ୍ତ୍ରୀକୁ ମାରି ନିଜେ ମଲା
ଗଜପତି ଜିଲ୍ଲା ସେରଙ୍ଗ ଥାନା ଗାଇବା ଗାଁରେ ଚାଞ୍ଚଲ୍ୟ
ସ୍ତ୍ରୀକୁ ଗଳାକାଟି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା
ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ
ବ୍ୟକ୍ତିଗତ କାରଣରୁ ଅଘଟଣ ଅନୁମାନ

ଗଜପତି ଜିଲ୍ଲା ସେରଙ୍ଗ ଥାନା ଗାଇବା ଗାଁରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ଗଳାକାଟି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା । ପତ୍ନୀ ମୋନିକାଙ୍କ ମୃତଦେହ ଘର ଉଦ୍ଧାର ହୋଇଥିବା ବେଳେ ସନ୍ଧ୍ୟାରେ ସ୍ବାମୀ ନରେନ୍ଦ୍ର ପାଇକଙ୍କ ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।


ସେରଙ୍ଗ ଥାନା ପୋଲିସ୍ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି କହିଛନ୍ତି ଗଜପତି ଏସପି । ମୋନିକାଙ୍କୁ ନରେନ୍ଦ୍ର ପ୍ରେମ ବିବାହ କରିଥଲେ । ସେ ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିବାବେଳେ ଗତ ପ୍ରାୟ ୫ଦିନ ତଳେ ଘରକୁ ଆସିଥିଲେ । ବ୍ୟକ୍ତିଗତ କାରଣକୁ ନେଇ ସ୍ବାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଭୋର୍ ସମୟରେ ନରେନ୍ଦ୍ର ସ୍ତ୍ରୀ ମୋନିକାଙ୍କ ଗଳା କାଟି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
husband-commits-suicide-after-strangling-wife | Argus News