Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ ପରେ ଗିରଫ ଭୟରେ ସ୍ଵାମୀର ଆତ୍ମହତ୍ୟା

Odisha

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ ପରେ ଗିରଫ ଭୟରେ ସ୍ଵାମୀର ଆତ୍ମହତ୍ୟା

Smruti Parija
Browse all articles by Smruti Parija
·2 years ago·1 min read
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ ପରେ ଗିରଫ ଭୟରେ ସ୍ଵାମୀର ଆତ୍ମହତ୍ୟା

କନ୍ଧମାଳ:  ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ ପରେ ଗିରଫ ଭୟରେ  ସ୍ଵାମୀର ଆତ୍ମହତ୍ୟା । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଧୀନ ପ୍ଲିହେରୀ ପଞ୍ଚାୟତ କାଜୁରୀପାଙ୍ଗା ଗ୍ରାମରେ । ମୃତକ ହେଲେ ସ୍ୱାମୀ ଜୟସେନ ମଲ୍ଲିକ । ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ସାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସକାଳୁ ଘର କବାଟ ନଖୋଲିବାରେ ପଡୋଶୀ ଲୋକେ ବହୁତ ଡାକିଥିଲେ ମଧ୍ୟ କେହି ଶୁଣିନଥିଲେ । 

ଘର ବାରି କବାଟ ପଟେ ଗ୍ରାମବାସୀ ଦେଖିବାବେଳେ ମହିଳା ଜଣଙ୍କ ଘରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଥିବା ସ୍ତ୍ରୀକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛି । ସେପଟେ  ସ୍ତ୍ରୀର ମୃତ୍ୟୁ ହୋଇଯାଇଥିବା ଭାବି ପୋଲିସ ପହଞ୍ଚିବା ପୂର୍ବରୁ  ଗିରଫ ଭୟରେ ଘରୁ ପଳାଇଛି ସ୍ୱାମୀ । 

ସୋମବାର  ଜୟସେନଙ୍କ ମୃତଦେହ ଘର ନିକଟ ଜଙ୍ଗଲରେ ଝୁଲୁଥିବା ଗ୍ରାମବାସୀ ଦେଖି ଥାନାକୁ ଜଣାଇଥିଲେ । ପୁଲିସ ଆକ୍ରମଣରେ ବ୍ୟବହାର ଟାଙ୍ଗିଆ ଜବତ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored