Videos
|
Odisha

ସ୍ତ୍ରୀର ଶବକୁ ୫ଘଣ୍ଟା ହେବ ଟ୍ରଲିରେ ଜଗିଛି ସ୍ୱାମୀ

Ritu Das
Browse all articles by Ritu Das
·1 year ago·1 min read
ସ୍ତ୍ରୀର ଶବକୁ ୫ଘଣ୍ଟା ହେବ ଟ୍ରଲିରେ ଜଗିଛି ସ୍ୱାମୀ

Key Points

ସ୍ତ୍ରୀର ଶବକୁ ୫ଘଣ୍ଟା ହେବ ଟ୍ରଲିରେ ଜଗିଛି ସ୍ୱାମୀ

ଶବକୁ ଧରି ୫ ଘଣ୍ଟା ହେବ ଜଗି ବସିଛି ସ୍ୱାମୀ

ମୃତଦେହ ରଖି ଜଗି ବସିଛନ୍ତି ବିଶ୍ୱନାଥ

ସ୍ତ୍ରୀର ମୃତଦେହ ପଡିଛି ଟ୍ରଲି ଉପରେ। ଦୀର୍ଘ ସମୟ ଧରି ଶବ ପଡି ରହିବାରୁ ସ୍ୱାମୀ ଟ୍ରଲି ପାଖରେ ଛିଡା ହୋଇ ଶବ ଉପରେ ବସୁଥିବା ମାଛି ଘଉଡ଼ାଉଛି ଆଉ ଶବ ପାଖରେ ଧୂପ ମଧ୍ୟ ଦେଉଛି ସ୍ୱାମୀ। ଯାହା ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ। ମା'ର ମୃତ୍ୟୁ ପରେ ଆପଣେଇଲେ ନାହିଁ ପୁଅ ଝିଅ। ଵିଲ ଭିତରେ ମୃତଦେହକୁ ଟ୍ରଲିରେ ଧରି ବ୍ୟବଚ୍ଛେଦ ହୋଇଥିବା ଶବକୁ ଧରି ୫ ଘଣ୍ଟା ହେବ ଜଗି ବସିଛି ସ୍ୱାମୀ। ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା କପ୍ତିପଦା ବଜାର ନିକଟରେ। ବଜାର ଠାରୁ ମାତ୍ର କେଇ ମିଟର ଦୂରରେ ରହୁଥିବା ବିଶ୍ୱନାଥ ମୁର୍ମୁଙ୍କ ସ୍ତ୍ରୀ ସୀତା ମୁର୍ମୁଙ୍କର ଗତକାଲି ମୃତ୍ୟୁ ହୋଇଥିଲା। ଉଦଳା ଡାକ୍ତରଖାନାରେ ଆଜି ଶବ ବ୍ୟବଚ୍ଛେଦ ହୋଇ ସୀତା ମୁର୍ମୁଙ୍କ ଘର ଡିବାସାହିରେ ଆଣି ମେଡିକାଲ ପକ୍ଷରୁ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।


ହେଲେ ଶବ ଆସିବା ପରେ ସୀତାଙ୍କ ପୁଅ ଝିଅ ମା'ର ମୃତଦେହ ଦାହ କରିବେ ନାହିଁ ବୋଲି ରୋକଠୋକ ବାପା ବିଶ୍ୱନାଥଙ୍କୁ ଶୁଣାଇ ଦେଇଥିଲେ। ଯାହା ପରେ ସ୍ତ୍ରୀର ମୃତଦେହକୁ ଟ୍ରଲିରେ ଧରି ସ୍ୱାମୀ ସ୍ତ୍ରୀ ରହୁଥିବା ଭଙ୍ଗା ଚାଳିଆକୁ ଫେରି ଆସିଥିଲେ ବିଶ୍ୱନାଥ। ସେବେ ଠାରୁ ୫ ଘଣ୍ଟା ବିତିଗଲାଣି ହେଲେ ସ୍ତ୍ରୀର ଶବକୁ କିପରି ଦାହ କରିବେ ଜାଣି ନ ପାରି ଟ୍ରଲି ଉପରେ ମୃତଦେହ ରଖି ଜଗି ବସିଛନ୍ତି ବିଶ୍ୱନାଥ। ଯାହା ମାନବିକତାକୁ କୁଠରାଘାତ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
husband-kept-womans-body-in-trolley-for-5-hours | Argus News