Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

Odisha

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ପୁରୀ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ । ପୁରୀ ତାଳବଣିଆ ଥାନା ସିଦ୍ଧମହାବୀର ଚମାର ସାହିରେ ଘଟିଛି ଏ ଘଟଣା lହତ୍ୟାକାରୀ ସ୍ବାମୀ ନିଜ ଦୋଷ ସ୍ବୀକାର କରି ତାଳବଣିଆ ଥାନାରେ ଆତ୍ମ ସମର୍ପଣ କରିଛି । ମୃତ ମହିଳା ସୌଦାମିନୀ ବେହେରା । ସେ ପୁରୀର ଏକ ଘରୋଇ ମେଡିକାଲରେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟ କରୁଥିବାବେଳେ, ସ୍ବାମୀ ବାଦଲ ବେହେରା ଜଗନ୍ନାଥ ମେଡିକାଲ କଲେଜରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରୁଥିଲେ । 

ବାହାଘରକୁ ୪ ବର୍ଷ ପୂରିଥିବା ବେଳେ ସେମାନଙ୍କର ବର୍ଷକର ଶିଶୁ ପୁତ୍ର ରହିଛି । ଗତକାଲି ରାତିରେ କଳହ ତୀବ୍ର ରୂପ ନେଇଥିବା ବେଳେ, ସ୍ବାମୀ ବାଦଲ ସ୍ତ୍ରୀ ସୌଦାମିନୀଙ୍କ ତଣ୍ଟିକୁ ଓଢଣୀରେ ଚିପି ହତ୍ୟା କରିଥିଲା । ଦିନକୁ ଦିନ ହତ୍ୟା ପରି ଘଟଣା ସାମ୍ନାକୁ ଆସିଛି। କେତେବେଳେ କେଉଁଠି ସ୍ତ୍ରୀକୁ ସ୍ୱାମୀକୁ ମାରୁଛି ତ ଆଉ କେଉଁଠି ସ୍ୱାମୀକୁ ସ୍ତ୍ରୀ ମାରୁଛି। ପରକୀୟା ପ୍ରିତିରୁ ଏସବୁ ଜିନିଷ ଘଟଣା ଦିନକୁ ଦିନ ସମାନାକୁ ଆସୁଛି। ଯାହାକୁ ନେଇ ସମସ୍ତେ ଚିନ୍ତିତ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
husband-killed-wife-in-puri-news | Argus News