ପରକୀୟା ପ୍ରୀତିରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ଵାମୀ

Key Points
ରାଜଧାନୀରେ ପରକୀୟା ପ୍ରୀତିରୁ ହତ୍ୟା ଅଭିଯୋଗ
ମଞ୍ଚେଶ୍ୱର ଥାନା ଚକେଇଶିଆଣି ଅଞ୍ଚଳରେ ଅଘଟଣ
ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ
ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ଛାଡ଼ି ସ୍ବାମୀ ଛୁ ମାରିଥିବା ଅଭିଯୋଗ
ଘଟଣାର ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସ
ରାଜଧାନୀରେ ପରକୀୟା ପ୍ରୀତିରୁ ହତ୍ୟା ଅଭିଯୋଗ । ମଞ୍ଚେଶ୍ୱର ଥାନା ଚକେଇଶିଆଣି ଅଞ୍ଚଳରେ ଅଘଟଣ । ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ । ମୃତ ମହିଳା ନନ୍ଦିତା ବେହେରା । ଗତରାତିରେ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ପରେ ପରକୀୟା ପ୍ରୀତିରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ସେପଟେ ନନ୍ଦିତାଙ୍କୁ ହତ୍ୟା ପରେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ଛାଡ଼ି ଛୁ ମାରିଛି ସ୍ବାମୀ । ଘଟଣାର ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସ । ୨୦୧୮ ମସିହାରେ ନିଆଳିର ଗୁପ୍ତେଶ୍ୱର ବେହେରାଙ୍କୁ ବିବାହ କରିଥିଲେ ନନ୍ଦିତା । ସେ ଚକେସିଆଣିରେ ମୋବାଇଲ ଦୋକାନ କରିଥିଲେ ।