Crime News / ସୁଭଦ୍ରା ଟଙ୍କା ପାଇଁ ସ୍ତ୍ରୀକୁ ହତ୍ୟା କରି ମାଟି ତଳେ ଲୁଚାଇଦେଲା

Key Points
ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା ।
ସ୍ତ୍ରୀକୁ ହତ୍ୟା କରି ମାଟି ତଳେ ଲୁଚାଇଦେଲା ।
ମାଆ ମୃତ, ବାପା ଗିରଫ... ଏବେ ୪ ଶିଶୁଙ୍କ ଭବିଷ୍ୟତ କ’ଣ ?
ପାରିବାରିକ କଳହର କରୁଣ ପରିଣତି... ସ୍ତ୍ରୀଙ୍କୁ ହତ୍ୟା ପରେ ଘର ପଛପଟେ ପୋତିଦେଲା ସ୍ୱାମୀ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦୁପୁର ଗାଁର ଜୁଆଙ୍ଗ ସାହିରେ ଚାଞ୍ଚଲ୍ୟ । ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଘର ପଛପଟେ ପୋତି ଦେଇଥିବା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ପୋଲିସ । ମୃତକ ହେଲେ କୈସଲ୍ୟା ପ୍ରଧାନ। ଅଭିଯୁକ୍ତ ସ୍ୱାମୀ ହେଲେ ଗିରିଶ ପ୍ରଧାନ ।
ସୂଚନା ଅନୁସାରେ, ଗିରିଶ ମଦ ପିଇବା ପାଇଁ ସ୍ତ୍ରୀ କୈସଲ୍ୟାଙ୍କୁ ଟଙ୍କା ମାଗିଥିଲେ । ତେବେ କୈସଲ୍ୟା ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଗିରିଶ ରାଗିଯାଇ ସ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାଡ଼ରେ କୈସଲ୍ୟାଙ୍କ ମୃତ୍ୟୁ ଘଟିଥିବା ପୋଲିସ ସୂଚନାରୁ ଜଣାପଡ଼ିଛି ।
ଘଟଣା ପରେ ଅଭିଯୁକ୍ତ ଗିରିଶ ମୃତଦେହକୁ ଲୁଚାଇବା ପାଇଁ ଘର ପଛପଟେ ଏକ ଗାତ ଖୋଳି ସେଠାରେ ପୋତି ଦେଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କଠାରୁ ସୂଚନା ପାଇବା ପରେ ସଦର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାଟି ଖୋଳି ମୃତଦେହ ଉଦ୍ଧାର ସହ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଇଛି ।
ଏହି ଘଟଣାରେ ପୋଲିସ ଗିରିଶ ପ୍ରଧାନଙ୍କୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛନ୍ତି । ହତ୍ୟାର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ନେଇ ତଦନ୍ତ ଚାଲିଛି । ଅଭିଯୁକ୍ତ ଗିରିଶଙ୍କର ତିନିଜଣ ପୁଅ ଓ ଜଣେ ଛୋଟ ଝିଅ ଥିବା ଜଣାପଡ଼ିଛି । ମାଆଙ୍କ ମୃତ୍ୟୁ ଓ ବାପାଙ୍କ ଗିରଫ ପରେ ଚାରି ଶିଶୁଙ୍କ ଭବିଷ୍ୟତକୁ ନେଇ ଏବେ ଚିନ୍ତା ବଢ଼ିଛି ।
📱 Get Argus News App
✨Related Topics
Explore more stories