Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ତ୍ରୀ ଦେହରେ କରୋସିନ ଢାଳି ହତ୍ୟା କଲା ସ୍ୱାମୀ

Smruti Parija
Browse all articles by Smruti Parija
·11 months ago·2 min read
ସ୍ତ୍ରୀ ଦେହରେ କରୋସିନ ଢାଳି ହତ୍ୟା କଲା ସ୍ୱାମୀ

Key Points

ସ୍ତ୍ରୀ ଦେହରେ କରୋସିନ ଢାଳି ହତ୍ୟା କଲା ସ୍ୱାମୀ

ହତ୍ୟାକାରୀ ସ୍ୱାମୀକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ

୨୦୦୯ ମସିହାରେ ପ୍ରେମ ବିବାହ କରିଥିଲେ

ସ୍ତ୍ରୀ ଦେହରେ କରୋସିନ ଢାଳି ହତ୍ୟା କଲା ସ୍ୱାମୀ । ହତ୍ୟାକାରୀ ସ୍ୱାମୀକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । କଟକ ଡାକ୍ତରଖାନାରେ ଗତକାଲି ଦିନ ପ୍ରାୟ ୩ ଟାରେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ରେଙ୍ଗାଲି ଗ୍ରାମର ବିଜୟ ନାଏକଙ୍କ ସ୍ତ୍ରୀ ସବିତା ନାଏକ ।


ବିଜୟ ଏବଂ ସବିତା ୨୦୦୯ ମସିହାରେ ପ୍ରେମ ବିବାହ କରିଥିଲେ । ମାତ୍ର ତାଙ୍କର କୌଣସି ପୁଅ, ଝିଅ ନଥିବା ବେଳେ ଏହାକୁ କେନ୍ଦ୍ର କରି ସ୍ୱାମୀ, ସ୍ତ୍ରୀ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହୋଇ ଆସୁଥିଲା । ଗତକାଲି ସନ୍ଧ୍ୟାରେ ମଧ୍ୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ବିଜୟ ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ସବିତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା । ଫଳରେ ସବିତାଙ୍କ ଶରୀର ସମ୍ପୁର୍ଣ୍ଣ ପୋଡି ଯାଇଥିବାବେଳେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ସବିତାଙ୍କୁ ଉଦ୍ଧାର କରି ପ୍ରଥମେ ପାଲଲହଡା, ପରେ କେନ୍ଦୁଝର ଏବଂ ସେଠାରୁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ସବିତାଙ୍କ ମୃତ୍ୟୁ ଘଟିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଜୟ ଏବଂ ସବିତା ୨୦୦୯ ମସିହାରେ ପ୍ରେମ ବିବାହ କରିଥିଲେ । ମାତ୍ର ତାଙ୍କର କୌଣସି ପୁଅ, ଝିଅ ନଥିବା ବେଳେ ଏହାକୁ କେନ୍ଦ୍ର କରି ସ୍ୱାମୀ, ସ୍ତ୍ରୀ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହୋଇ ଆସୁଥିଲା । ଗତକାଲି ସନ୍ଧ୍ୟାରେ ମଧ୍ୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ବିଜୟ ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ସବିତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା । ଫଳରେ ସବିତାଙ୍କ ଶରୀର ସମ୍ପୁର୍ଣ୍ଣ ପୋଡି ଯାଇଥିବାବେଳେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ସବିତାଙ୍କୁ ଉଦ୍ଧାର କରି ପ୍ରଥମେ ପାଲଲହଡା, ପରେ କେନ୍ଦୁଝର ଏବଂ ସେଠାରୁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଗତକାଲି ପ୍ରାୟ ୩ ଟାରେ ସବିତାଙ୍କ ମୃତ୍ୟୁ ଘଟିଥିଲା ।

Sponsored
husband-pours-kerosene-on-wife-kills-her | Argus News